ETV Bharat / state

ମାଓବାଦୀଙ୍କ ବର୍ବର କାଣ୍ଡ, ଠିକାଦାରଙ୍କୁ ନିର୍ମମ ହତ୍ୟା ପରେ ଜାଳିଲେ ବୋଲେରୋ - malkangiri

ମାଓବାଦୀଙ୍କ ବର୍ବର କାଣ୍ଡ
ମାଓବାଦୀଙ୍କ ବର୍ବର କାଣ୍ଡ
author img

By

Published : Dec 17, 2020, 12:45 PM IST

Updated : Dec 17, 2020, 7:26 PM IST

12:36 December 17

ମାଓବାଦୀଙ୍କ ବର୍ବର କାଣ୍ଡ, ଠିକାଦାରଙ୍କୁ ନିର୍ମମ ହତ୍ୟା ପରେ ଜାଳିଲେ ବୋଲେରୋ

ଠିକାଦାରଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ, ଭିଆଇଲେ ଲଙ୍କାକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ହତ୍ୟା କରି ଗାଡି ଜାଳି ଦେଲେ । ଆଜି(ଗୁରୁବାର) ସକାଳେ ମାଥିଲି ବ୍ଲକ ଅଞ୍ଚଳର ମହୁପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଳିଆଗୁଡ଼ା ଗ୍ରାମ ନିକଟରେ ମାଓବାଦୀମାନେ ଜଣେ ଠିକାଦାରଙ୍କୁ ହତ୍ୟା କରିବା ସହ ୩ଟି ଗାଡ଼ି ଜାଳି ଦେଇଛନ୍ତି ।  

ମାଲକାନଗିରି ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମକୁ ବିରୋଧ କରି କାର୍ଯ୍ୟ ତଦାରଖ କରିବାକୁ ଆସିଥିବା ଠିକାଦାର ସୁକୁମାର ମଣ୍ଡଳ ଆଜି (ଗୁରୁବାର) ସକାଳ ପ୍ରାୟ ୯ଟା ବେଳେ ଏକ ବୋଲେରୋ ଗାଡ଼ିରେ ସେଠାରେ ପହଞ୍ଚିଥିଲେ । ସେହି ସମୟରେ ମାଓବାଦୀ ତାଙ୍କୁ ଗାଡ଼ିରୁ ଘୋଷାରି ଆଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।  

ତାଙ୍କୁ ହତ୍ୟା କରିବା ପରେ ମାଓବାଦୀନେ ତାଙ୍କର 3ଟି ଗାଡ଼ିକୁ ମଧ୍ୟ ଜାଳିଦେଇଛନ୍ତି । ଉଲ୍ଲେଖଯୋଗ୍ୟ କି, ଗତ ଏକ ମାସ ମଧ୍ୟରେ ମାଲକାନଗିରି ପୁଲିସ ଦୁଇଟି ଏନକାଉଣ୍ଟରରେ ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ହତ୍ୟା କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।  

‘ଲାଲଗଡ’ କୁହାଯାଉଥିବା ମାଲକାନଗିରି ଜିଲ୍ଳାର ସ୍ବାଭିମାନ ଅଞ୍ଚଳରେ ୭ଟି ‘ବିଏସ୍‌ଏଫ୍‌’ କ୍ୟାମ୍ପ ସ୍ଥାପନ କରାଯିବା ସହ ‘ଏସ୍‌ଓଜି’ ଏବଂ ଡିଭିଏଫ ଯବାନଙ୍କ ଦ୍ବାରା ଘନ ଘନ ଚଢ଼ାଉ କରାଯିବା କାରଣରୁ ମାଓବାଦୀମାନେ ଏକ ପ୍ରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇ ଘାଇଲା ବାଘ ଭଳି ଆଚରଣ କରୁଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ 

Last Updated : Dec 17, 2020, 7:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.