ETV Bharat / state

ସୁରକ୍ଷାକର୍ମୀଙ୍କୁ ସଫଳତା, କୁସୁମପୁଟ ଓ କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

author img

By

Published : Oct 30, 2022, 7:39 AM IST

ମାଲକାନଗିରିରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା । ଓଡିଶା ଓ ଆନ୍ଧ୍ର ସୀମାନ୍ତ ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ କୁସୁମପୁଟ ଜଙ୍ଗଲ ସହ କାଲିମେଳା ଅଞ୍ଚଳର କିଛି ଜଙ୍ଗଲରୁ କୁମ୍ବିଂ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଅଧିକ ପଢ଼ନ୍ତୁ

କୁମ୍ବିଂ ଅପରେସନ ବେଳେ ସଫଳତା, କୁସୁମପୁଟ ଓ କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ ମିଳିଛି ପୁଣି ଏକ ବଡ ସଫଳତା । ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ କୁସୁମପୁଟ ଜଙ୍ଗଲ ସହ କାଲିମେଳା ଅଞ୍ଚଳର କିଛି ଜଙ୍ଗଲରୁ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଓଡିଶା ଓ ଆନ୍ଧ୍ର ସୀମାନ୍ତ ଜଙ୍ଗଲରେ କୁମ୍ବିଂ ସମୟରେ ଏହି ସଫଳତା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଆଇଜି (ଅପରେସନ) ଅମିତାଭ ଠାକୁର ଓ ବିଏସଏଫ ଆଇଜି ଡିକେ ଶର୍ମା ।

ଓଡିଶା ଓ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ କୁମ୍ବିଂ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଏହି ଜବତ ସାମଗ୍ରୀ ଗୁଡିକ ମଧ୍ୟରେ ୨ଟି ୩୦୩ ରାଇଫଲ, ୭ଟି ବନ୍ଧୁକ, ୨ଟି ଟିଫିନ ଆଇଡି, ଇଲେକ୍ଟ୍ରି ତାର, ଗୋଟିଏ ଗ୍ରେନେଡ଼, ଟର୍ଚ୍ଚ ଲାଇଟ ଓ ମାଓ ପୋଷାକ ଭଳି ଅନେକ ମାଓ ସାମଗ୍ରୀ ରହିଛି । ବର୍ତ୍ତମାନ ମଧ୍ୟ ଅନେକ ଅଞ୍ଚଳରେ ଜବାନମାନଙ୍କ ତରଫରୁ କୁମ୍ବିଂ କରାଯାଉଛି । ତେବେ ଯେଉଁମାନେ ମାଓବାଦୀଙ୍କୁ ସାହାଯ୍ୟ କରୁଛନ୍ତି, ସେମାନେ ମାଓବାଦୀଙ୍କ ହାତ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ବିଏସଏଫ ଆଇଜି ଡିକେ ଶର୍ମା ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.