ETV Bharat / state

ଟୋକନ ବ୍ୟବସ୍ଥାକୁ ନେଇ ଏମ୍‌ଭି- ୭୯ ମଣ୍ଡିରେ ଚାଷୀ ଅସନ୍ତୋଷ

ମଣ୍ଡିରେ ଧାନ କିଣା ଟାର୍ଗେଟ ଓ ଟୋକନ ବ୍ୟବସ୍ଥାକୁ କେନ୍ଦ୍ର କରି ପଡ଼ିଆ ଲ୍ୟାମ୍ପସ ଅନ୍ତର୍ଗତ ଏମଭି- ୭୯ ମଣ୍ଡିରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଏମ୍‌ଭି - ୭୯ ମଣ୍ଡିରେ ଚାଷୀ ଅସନ୍ତୋଷ
ଏମ୍‌ଭି - ୭୯ ମଣ୍ଡିରେ ଚାଷୀ ଅସନ୍ତୋଷ
author img

By

Published : Dec 19, 2020, 10:34 AM IST

ମାଲକାନଗିରି:ଏମ୍‌ଭି- ୭୯ ମଣ୍ଡିରେ ଚାଷୀ ଅସନ୍ତୋଷ । ମଣ୍ଡିରେ ଧାନ କିଣା ଟାର୍ଗେଟ ଓ ଟୋକନ୍ ବ୍ୟବସ୍ଥାକୁ କେନ୍ଦ୍ର କରି ପଡ଼ିଆ ଲ୍ୟାମ୍ପସ ଅନ୍ତର୍ଗତ ଏମଭି - ୭୯ ମଣ୍ଡିରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏମ୍‌ଭି - ୭୯ ମଣ୍ଡିରେ ଚାଷୀ ଅସନ୍ତୋଷ

ଏମଭି-୭୯ ମଣ୍ଡିରେ ସକାଳୁ ଧାନ କିଣାଯିବା ସମୟରେ ଶତାଧିକ ଚାଷୀ ଏକାଠି ହୋଇ ଧାନ କିଣା ଟାର୍ଗେଟ ବୃଦ୍ଧି ଓ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ । କମ୍ ପରିମାଣରେ ଧାନ ବିକ୍ରି ପାଇଁ ଟୋକନ ଆସୁଥିବା ସହ ଅନେକ ଚାଷୀଙ୍କ ଟୋକନ ଆସିନାହିଁ ।

ଏଥିସହ ଚାଷୀ ଆଗାମୀ ଦିନରେ ଟୋକନ ପାଇବାର ଆଶା ନେଇ ରହିଥିବା ବେଳେ ପ୍ରଶାସନ ଯେ କେତେଦୂର ଚାଷୀଙ୍କ ସମ୍ପୂର୍ଣ୍ଣ ଧାନ କିଣିବ ତାହାକୁ ନେଇ ପ୍ରଶ୍ନ ପଚାରିଥିଲେ । ଏବାବଦରେ ସୂଚନା ପାଇ ପଡିଆ ଲ୍ୟାମ୍ପସ ଏମଡି ଏସ୍ . ରାଜେନ୍ଦ୍ର ପ୍ରସାଦ ଓ କାଲିମେଳା ଯୋଗାଣ ନିରୀକ୍ଷକ ପ୍ରଭଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ । ଏଥିସହ ଟୋକେନ ପାଇଥିବା ଚାଷୀଙ୍କ ଧାନ ଶେଷ ପର୍ଯ୍ୟନ୍ତ ସରକାରୀ ନିୟମରେ ଉଠାଯିବା ନେଇ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତ ଶାନ୍ତ ପଡ଼ିଥିଲା ।

ଅନ୍ୟପଟେ ଖରାତରାରେ ଚାଷୀ ପରିଶ୍ରମ କରି ଫସଲ ଅମଳ କରିଥିବା ବେଳେ ମଣ୍ଡିରେ ବିକ୍ରି ବେଳେ ଦେଖାଯାଉଥିବା ଏଭଳି ସମସ୍ୟାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତର ସହ ନେଇ ଏହାର ସ୍ଥାୟୀ ସମାଧାନ କରିବା ସହ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଚାଷୀ ମହଲରେ ଦାବି ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.