ETV Bharat / state

ଛତିଶଗଡ଼ରେ ଓଡ଼ିଶା ଅଗ୍ନିଶମ ବାହିନୀର କମାଲ, ଟାୱାର ଉପରୁ ଯୁବକକୁ କଲା ଉଦ୍ଧାର

ମୋବାଇଲ ଟାୱାର ଉପରୁ ଯୁବକଙ୍କୁ ଉଦ୍ଧାର କରି ଛତିଶଗଡରେ ଓଡିଶା ଅଗ୍ନିଶମ ବାହିନୀ ନିଜର କମାଲ ଦେଖାଇ ପ୍ରଂଶସା ସାଉଁଟିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 24, 2021, 12:49 PM IST

ଛତିଶଗଡ଼ରେ ଓଡ଼ିଶା ଅଗ୍ନିଶମ ବାହିନୀର କମାଲ: ଟାୱାର ଉପରୁ ଯୁବକକୁ କଲା ଉଦ୍ଧାର

ମାଲକାନଗିରି: ଛତିଶଗଡ଼ରେ ଓଡ଼ିଶା ଅଗ୍ନିଶମ ବାହିନୀ ତାର ପ୍ରତିଭା ପ୍ରଦର୍ଶିତ କରିଛି । ପ୍ରାୟ ୧୨୦ ଫୁଟ ଉଚ୍ଚର ଏକ ଟାୱାର ଉପରେ ଚଢିଥିବା ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଦମକଳ ବାହିନୀ କୌଶଳ କ୍ରମେ ଉଦ୍ଧାର କରିବାରେ ସକ୍ଷମ ହୋଇଛି ।

ଜିଲ୍ଲା ପଡିଆ ବ୍ଲକ ସୀମାନ୍ତ ଛତିଶଗଡର ଦୋରନାପାଲି ଗ୍ରାମରେ ଏକ ମୋବାଇଲ ଟାୱାର ଉପରକୁ ଗଙ୍ଗା ନାମକ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଚଢିଯାଇଥିଲା । ତେବେ ଯୁବକ ଜଣଙ୍କ ଟାୱାର ଶୀର୍ଷରେ ପହଞ୍ଚି ଅସୁରକ୍ଷିତ ଭାବେ ବସିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ଦୋରନାପାଲ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା କୌଣସି ମତେ ଯୁବକ ଜଣଙ୍କୁ ଉଦ୍ଧାର କରିପାରିନଥିଲେ । ଦୋରନାପାଲି ଅଞ୍ଚଳରେ ଅଗ୍ନିଶମ ବାହିନୀ ନଥିବାରୁ ଶେଷରେ ପୋଲିସ ଛତିଶଗଡ଼ର ସୁକୁମା ଦମକଳ ବାହିନୀଙ୍କୁ ଯୋଗାଯୋଗ କରିଥିଲେ ।

କିନ୍ତୁ ସୁକୁମା ଦମକଳ ବାହିନୀ ଆସିବାରେ ବିଳମ୍ବ ହେବାରୁ ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ଥିବା ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଖବର ପାଇବା ମାତ୍ରେ ପଡ଼ିଆ ଅଗ୍ନିଶମ ବିଭାଗର ସୁରେଶ ହାଲବା ଓ ତାଙ୍କ କର୍ମଚାରୀମାନେ ଦୋରନାପାଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଅଗ୍ନିଶମ ବାହିନୀ ନିଜର ପ୍ରୟାସ ଜାରି ରଖିବା ପରେ ଅଗ୍ନିଶମ କର୍ମଚାରୀମାନେ ଟାୱାର ଚାରିପାର୍ଶ୍ଵରେ ଜାଲ ଲଗାଇ ଟାୱାର ଉପରକୁ ଚଢି ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଯୁବକ ଜଣଙ୍କୁ ଉଦ୍ଧାର କରିବା କ୍ଷଣି ତୁରନ୍ତ ତାଙ୍କୁ ଦୋରନାପାଲ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ପୋଲିସକୁ ଜିମା ଦେଇଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ପଡିଆ ଅଗ୍ନିଶମ ବାହିନିର ଷ୍ଟେସନ ଅଫିସର ଶିଶିର କାନ୍ତ ସିଂ, ଦମକଳ କର୍ମଚାରୀ ସୁରେଶ ହାଲବା, ସୁଶାନ୍ତ କୁମାର ସାହୁ, ବିଶ୍ୱରଞ୍ଜନ ଜେନା, କାମା ହରିଜନ, ବିକାଶ ହୁଇକା ସାମିଲ ହୋଇଥିଲେ । ତେବେ ରାଜ୍ୟ ଅଲଗା ହୋଇ ମଧ୍ୟ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଇଥିବାରୁ ଦୋରନାପାଲ ବାସିନ୍ଦା ପଡିଆ ଅଗ୍ନିଶମ ବାହିନୀଙ୍କୁ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.