ETV Bharat / state

ବରଦାନ ସାଜିଲା ଭ୍ୟାକ୍ସିନ, ଫେରାଇ ଦେଲା ଯୁବକଙ୍କ ଦୃଷ୍ଟିଶକ୍ତି !

author img

By

Published : Jun 29, 2021, 10:47 PM IST

କୋରୋନା ଟୀକା ନେବା ପରେ ଦୃଷ୍ଟି ଶକ୍ତି ଫେରି ପାଇଲେ ଯୁବକ । ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଅଧିକ ପଢ଼ନ୍ତୁ...

ବରଦାନ କୋରୋନା ଟୀକା, ଫେରାଇ ଦେଲା ଯୁବକଙ୍କ ଦୃଷ୍ଟିଶକ୍ତି

ମାଲକାନଗିରି: କୋରୋନା ଟୀକା ନେବା ପରେ ଦୃଷ୍ଟିଶକ୍ତି ଫେରି ପାଇଲେ ଯୁବକ । ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଦୃଷ୍ଟି ଶକ୍ତି ଫେରି ପାଇବାକୁ ନାନା ହସ୍ପିଟାଲ ଦ୍ବାରସ୍ଥ ହେଉଥିଲେ କୁଡୁମୁଲୁଗୁମ୍ମା ଅଞ୍ଚଳର ହୃଷିକେଶ ସେଠୀ । ତେବେ ଗତ ମାସରେ କେରୋନା ଟୀକା ନେବା ପରେ ସେ ନିଜର ଦୃଷ୍ଟି ଶକ୍ତି ଫେରି ପାଇଛନ୍ତି ।

ହୃଷିକେଶ ଯୁକ୍ତ ଦୁଇରେ ପଢୁଥିବା ବେଳେ ୨୦୦୧-୦୨ ମସିହାରେ ହରାଇବାକୁ ଲାଗିଥିଲେ । ବହୁ ଡାକ୍ତରଖାନା ବୁଲିବୁଲି ଶେଷରେ ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଅପରେସନ କରାଇଥିଲେ । ଏହାପରେ ତାଙ୍କ ବାମ ଆଖି ଦୃଷ୍ଟି ଶକ୍ତି ଫେରି ପାଇଥିଲେ। ତେବେ ଅର୍ଥ ଅଭାବ ଥିବାରୁ ସେ ଡାହଣ ଆଖି ଅପରେସନ କରାଇ ପାରିନଥିଲେ । ସେହି ଦିନରୁ ଡାହାଣ ଆଖିରେ ଦେଖିଲେ ଚାରିଆଡେ କେବଳ କଳା ଦେଖାଯାଉଥିଲା ।

ହୃଷିକେଶଙ୍କ ଡାହାଣ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ୨୦୧୯ ମସିହାରେ ସେ ପୁଣି ହାଇଦ୍ରାବାଦ ଯାଇ ଆଖି ପରୀକ୍ଷା କରାଇଥିଲେ । ଡାକ୍ତର ତୁରନ୍ତ ଅପରେସନ କରାଇବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଚାରି ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ସେ ପୁଣି ଫେରିଆସିଥିଲେ । ଏହାରି ଭିତରେ ସେ ଟଙ୍କା ଯୋଗାଡ଼ କରୁଥିବା ବେଳେ କୋରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଘୋଷଣା ହୋଇଥିଲା ।

ତେବେ ସେ ଗତ ମେ ମାସ ୮ ତାରିଖ ଦିନ କୋରୋନା ଟୀକା ନେଇଥିଲେ । ଏହି ଟୀକା ନେବା ପରେ ସେ ହୃଦୟଙ୍ଗମ କରିଥିଲେ ଯେ ତାଙ୍କର ଡାହାଣ ଆଖି ଦୃଷ୍ଟିଶକ୍ତି ଧିରେ ଧିରେ ଫେରିବାରେ ଲାଗିଛି । ପୂର୍ବାପେକ୍ଷା ସେ ୩୦ ପ୍ରତିଶତ ଅଧିକ ଦେଖିପାରୁଛନ୍ତି। ଟୀକା ନେବା ପରେ ଏଭଳି ପାର୍ଥକ୍ୟ ହୋଇଥିବା କଥା କହିଛନ୍ତି ହୃଷିକେଶ ସେଠୀ ।

ପୂର୍ବରୁ ଡାହାଣ ଆଖିରେ କିଛି ଦେଖି ପାରୁନଥିବା ବେଳେ ଏବେ ସେ କିଛି ଦେଖିପାରୁଛନ୍ତି । ତେବେ ଏହା କିପରି ହେଲା ତାହାକୁ ନେଇ ସେ ଦ୍ବନ୍ଦରେ ରହିଛନ୍ତି । କିନ୍ତୁ ଟୀକା ନେବା ପରେ ଦେଖା ଦେଇଥିବା ପାର୍ଥକ୍ୟ କେତେ ଦୂର ଯୁକ୍ତିଯୁକ୍ତ ତାହା ଡାକ୍ତର ହିଁ କହିପାରିବେ ।

ଏବେ ବି ସେ ଦୁଇଟିଯାକ ଆଖିରେ ସେ ସ୍ପଷ୍ଟ ଦେଖି ପାରୁନାହାନ୍ତି । ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଢାନ୍ତି ତେବେ ସେ ନିଶ୍ଚିତ ଭାବେ ଦେଖିପାରିବେ ନିବେଦନ କରିଛନ୍ତି ।

ମାଲାକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.