ମାଲକାନଗିରି: 3 ବର୍ଷ ପରେ ପୋଟ୍ରେଲ ଆବାସିକ ସେବାଶ୍ରମ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ । ଅଭିଯୁକ୍ତ ସେବାଶ୍ରମର ରୋଷେୟାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାସହ ୫ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୨୦୧୬ ମସିହା ଡିସେମ୍ବର ମାସରେ ଏହି ଘଟଣା ଘଟିଥିଲା । ରୋଷେୟା ପର୍ଶୁରାମ ପଡିଆମି ସେବାଶ୍ରମର ଜଣେ ନାବାଳିକା ଛାତ୍ରୀଙ୍କ ସହ ତିନି ଥର ଦୁଷ୍କର୍ମ କରିଥିଲେ । ଏହାପରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିଲେ ।
ପରେ ଏହି ଘଟଣାକୁ ନେଇ ବାଲିମେଳା ଥାନାରେ ଏତଲା ରୁଜୁ ହୋଇଥିଲା । ଏହାସହ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୩ ବର୍ଷ ଧରି ଏହି ମାମଲାର ବିଚାର ଚାଲିଥିଲା । ଶେଷରେ ଆଜି ମାଲକାନଗିରି ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଜ୍ଞା ନଳିନୀ ମିଶ୍ର ରାୟ ଶୁଣାଇଛନ୍ତି । ଏହାସହ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନ ଅନୁଯାଇ ସଜା ଦିଆଯାଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ