ETV Bharat / state

ଗୁରୁତର ମାଓବାଦୀକୁ ହସ୍ପିଟାଲରେ ପହଞ୍ଚାଇ ମାନବିକତା ଦେଖାଇଲା ମାଲକାନଗିରି ପୋଲିସ-ଏସଓଜି ଯବାନ

ମାନବିକତା ଦେଖାଇଲା ମାଲକାନଗିରି ପୋଲିସ ଓ ଏସ୍‌ଓଜି କମାଣ୍ଡୋ । ଆହତ ମାଓବାଦୀକୁ ଉଦ୍ଧାର କରି ସୁରକ୍ଷିତ ହସ୍ପିଟାଲରେ ପହଞ୍ଚାଇଛି । ଅଧିକ ପଢନ୍ତୁ:

author img

By

Published : Nov 28, 2020, 4:31 PM IST

ମାନବିକତା ଦେଖାଇଲେ ମାଲକାନଗିରି ପୋଲିସ ଏବଂ ଏସ୍‌.ଓ୍.ଜି କମାଣ୍ଡୋ

ଭୁବନେଶ୍ବର: ମାନବିକତା ଦେଖାଇଲା ମାଲକାନଗିରି ପୋଲିସ ଏବଂ ଏସ୍‌ଓଜି କମାଣ୍ଡୋ । ଗତ ଗୁରୁବାର ମାଲକାନଗିରିର ମାଓ ଅଧ୍ୟୁଷିତ ସ୍ବାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଜଣେ ମାଓବାଦୀ ମିଲିଟାରୀ ପ୍ଲାଟୁନ କମାଣ୍ଡର ନିହତ ହୋଇଥିଲା ବେଳେ ଜଣେ ମାଓବାଦୀକୁ ଆହତ ଅବସ୍ଥାରେ ଗିରଫ କରିବାରେ ସୁରକ୍ଷାକର୍ମୀ ସଫଳ ହୋଇଥିଲେ ।

ତେବେ ଆହତ ମାଓବାଦୀକୁ ସୁରକ୍ଷାକର୍ମୀ ଦୀର୍ଘ 150 କିଲୋମିଟରରୁ ଅଧିକ ବାଟ ବାଇକ ଓ ଚାରି ଚକିଆରେ ଆଣିବା ସହ ପାଦରେ ଚଲାଇ ମାଲକାନଗିରି ସରକାରୀ ଡାକ୍ତଖାନାରେ ପହଞ୍ଚାଇଛି । ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି ।

ପୋଲିସର ସର୍ଚ୍ଚ ଅପରେସନ ବେଳେ ଆହତ ମାଓବାଦୀ ପେଟ୍ରୋଲିଂ ଟିମ ଉପରେ ଗୁଳିମାଡ କରିଥିବାବେଳେ ମାନବିକତା ଦେଖାଇଥିଲେ ସୁରକ୍ଷାକର୍ମୀ । ପୋଲିସି ଡିଜି ଅଭୟ, ସୁରକ୍ଷାକର୍ମୀଙ୍କ ଏତାଦୃଶ୍ୟ ମହତ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.