ETV Bharat / state

ପରଜାଗୁଡାର ଶୋଷ ମେଣ୍ଟାଉଛି ଚୁଆପାଣି - water problem in parajaguda

ବର୍ଷା ଋତୁ ସରିବାକୁ ବସିଲାଣି । କିନ୍ତୁ ଆଜି ବି ଜଳକଷ୍ଟ ଭୋଗୁଛନ୍ତି ମାଲକାନଗିରି ଜିଲ୍ଲାର ପରଜାଗୁଡା ବାସିନ୍ଦା । ଦୀର୍ଘ 2 ବର୍ଷ ହେଲାଣି ପାନୀୟ ଜଳ ପାଇଁ ଏଠାକାର ଲୋକେ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ।

ପରଜାଗୁଡାରେ ଜଳକଷ୍ଟର ଦାରୁଣ ଚିତ୍ର
author img

By

Published : Oct 24, 2019, 8:14 PM IST

ମାଲକାନଗିରି: ବିକାଶ ଡିଣ୍ଡିମ ପିଟୁଛନ୍ତି ସରକାର । ଆଦିବାସୀ ଇଲାକା କିଭଳି ବିକଶିତ ହେବ ମୁଖ୍ୟସ୍ରୋତକୁ ଫେରିବ ଏଥିପାଇଁ ନାନା ମାଷ୍ଟର ପ୍ଲାନ ମଧ୍ୟ ହେଉଛି । ଏପରକି ସେମାନେ ପାନୀୟ ଜଳ, ରାସ୍ତାଘାଟ, ବିଜୁଳି ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଯୋଜନା ପରେ ଯୋଜନା ମଧ୍ୟ ହେଉଛି । ହେଲେ ଉପାନ୍ତ ଅଞ୍ଚଳରେ ଏବେ ବି ପାଣି ମୁନ୍ଦାଏ ପାଇଁ ନାନା ହଇରାଣ ହେଉଛନ୍ତି ଲୋକେ । ଜଳକଷ୍ଟକୁ ନେଇ ମାଲକାନଗିରି ଜିଲ୍ଲା ଚିନ୍ତଲୱାଡା ପଞ୍ଚାୟତରୁ ଆମର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ପରଜାଗୁଡାରେ ଜଳକଷ୍ଟର ଦାରୁଣ ଚିତ୍ର

ବର୍ଷା ଋତୁ ଯାଇ ଶୀତ ଋତୁ ଆସିଛି । ପ୍ରକୃତି କୋଳରେ ଅନେକ ଋତୁର ପରିବର୍ତ୍ତନ ମଧ୍ୟ ହୋଇଛି । ହେଲେ ବଦଳି ନାହିଁ ଆଦିବାସୀ ଇଲାକାର ଜଳକଷ୍ଟ । ଆମେ କହୁଛୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଚିନ୍ତଲୱାଡା ପଞ୍ଚାୟତର ପରଜାଗୁଡା ଗାଁ କଥା । କାହିଁ କେଉଁ କାଳରୁ ଏଠାକାର ଲୋକେ ପାନୀୟ ଜଳ ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି । ସକାଳ ହେବା କ୍ଷଣି ଗରା ମାଠିଆ ଧରି ଗାଁର ପିଲା ଠୁ ବୁଢା ସଭିଁଏ ବାହାରି ପଡନ୍ତି ପାଣି ସଂଗ୍ରହ ପାଇଁ । ଜଳ ପାଇଁ ଏଠି ନିତି ଚାଲେ ସଂଘର୍ଷ ।

ପରଜାଗୁଡା ଗାଁରେ ରୁହନ୍ତି ପ୍ରାୟ 110 ପରିବାର । ବିଡମ୍ବନାର ବିଷୟ ହେଉଛି ଲୋକଙ୍କ ପାଇଁ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ । ଫଳରେ 2 କିଲୋମିଟର ଚାଲିଲେ ମିଳୁଛି ପାଣି ମୁନ୍ଦାଏ । ଆଉ ଚୂଆର ସେହି ଦୂଷିତ ପାଣିକୁ ବାଧ୍ୟ ହୋଇ ପିଉଛନ୍ତି ଲୋକେ । ଜଳ ସମସ୍ୟାକୁ ନେଇ ଏଠାକାର ଲୋକେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରିସାରିଛନ୍ତି ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଲୋକଙ୍କ ସମସ୍ୟା ନେଇ ଆମେ ପହଞ୍ଚିଥିଲୁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ନିକଟରେ । ସେ ତୁରନ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଆଦିବାସିଙ୍କ ଲାଗି ସରକାର କେତେ କଅଣ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ମାଲକାନଗରି ଜିଲ୍ଲାରେ ଏଯାଏ ଦୁର ହୋଇପାରିନାହି ଜଳ ସଙ୍କଟ । ସ୍ବାଧିନତାର ୭୨ ବର୍ଷ ପରେ ବି ଆଦିବାସି ଲୋକେ ପାନିୟ ଜଳ ଲାଗି ପାହାଡ ତଳ ସେହି ଚୁଆ ଉପରେ ନିର୍ଭର କରୁଛନ୍ତି । ଗରାଏ ପାଣି ଲାଗି ୨ କିଲୋମିଟର ରାସ୍ତା ଚାଲି ଚାଲି ଯିବାକୁ ପଡୁଛି ସେମାନଙ୍କୁ ।

ଦେଖନ୍ତୁ ଇଟିଭି ଭାରତର Exclusive ReportBody:ଭି.ଓ. ୧ - ବର୍ଷା ଯାଇ ଶୀତ ଋତୁ ଆସିଛି………. ପ୍ରକୃତିର କୋଳରେ ଅନେକ ଋତୁର ପରିବର୍ତ୍ତନ ମଧ୍ୟ ହୋଇଛି ତେବେ ବଦଳି ନାହି ସେହି ଆଦିବାସିଙ୍କ ଚିତ୍ର ଯେଉଁ ମାନେ ପ୍ରକୃତିର କୋଳରେ ବସତି ସ୍ଥାପନ କରିଛନ୍ତି । ହଁ ଆମେ କହୁଛୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲୋକ ଚିନ୍ତଲୱାଡା ପଞ୍ଚାୟତ ଅନ୍ତର୍ଗତ ପରଜାଗୁଡା ଗାଁ କଥା । ଖରା ହେଉବା ବର୍ଷା ସେମାନଙ୍କ ଲାଗି କିଛି ଫରକ ନାହି କାରଣ ସେମାନଙ୍କୁ କେଉଁ ଆଦିମ କାଳରୁ ପିଇବାକୁ ପଡୁଛି ପାହାଡ ପାଖ ଚୁଆର ସେହି ଗୋଳିଆ ପାଣିକୁ । ଦେଖନ୍ତୁ ଏହି ଦୃଶ୍ୟକୁ ଜଣେ କି ଦୁଇ ଜଣ ନୁହେ ଏକା ସାଙ୍ଗରେ ଶତାଧିକ ଲୋକ ଧାଡିରେ ଯାଉଛନ୍ତି ପାଣି ଆଣିବା ଲାଗି । କାରଣ ଏହି ଦୃଶ୍ୟ ଆଜିର କି କାଲିର ନୁହେ ଦିର୍ଘ ବର୍ଷ ଧରି ପରଜାଗୁଡା ଗାଁ ଲୋକେ ଏପରି ଅସୁବିଧା ଭୋଗୁଛନ୍ତି । ଗାଁରେ ରହିଛନ୍ତି ୧୧୦ ଟି ଆଦିବାସି ପରିବାର ହେଲେ ପାଣି ଲାଗି ପ୍ରତିଦିନ ସକାଳେ ଗାଁର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଗରା ମାଠିଆ ନେଇ ଦୁଇ କିଲୋମିଟର ରାସ୍ତା ଚାଲି ଚାଲି ଯାଉଛନ୍ତି ପାହାଡ ପାଖ ଚୁଆରେ । ସେଠାରେ ପହଞ୍ଚିଲା ବେଳେ ଯେ ସୁଦ୍ଧ ଜଳ ତାହା ନୁହେ । ଟିକିଏ ଭଲ ଭାବେ ଦେଖନ୍ତୁ ଏହି ପାଣିକୁ …..ମଇଳା ଆବର୍ଜନା ସହ ବେଙ୍ଗ ଓ ଶିଉଳି ଭର୍ତ୍ତି ଥିବା ଏହି ପାଣିକୁ ଛାଣି ନେଉଛନ୍ତି ଆଦିବାସି ଲୋକେ । ଏହି ପାଣିକୁ ପିଇବା ସହ ଗାଧୋଇବା ଓ ରୋଷେଇ କାର୍ଯ୍ୟରେ ବ୍ୟବହାର କରନ୍ତି ପରଜାଗୁଡା ଗାଁ ଲୋକେ ।

ବାଇଟ ୧ – ଲକ୍ଷ୍ମୀ ଭୁମିଆ, ପରଜାଗୁଡା ଗ୍ରାମବାସି-ବୃଦ୍ଧ ମହିଳା
ବାଇଟ ୨ – ଦୈମତି ଖରା, ପରଜାଗୁଡା ଗ୍ରାମବାସି

ଭି.ଓ. ୨ – ଖରା ହେଉବା ବର୍ଷା ସବୁଦିନ ଏହି ଚୁଆ ପାଣି ଉପରେ ନିର୍ଭରଶିଳ ପରଜାଗୁଡା ଗାଁ ଲୋକେ । ତେବେ ପାହାଡ ପାଖରେ ଏହି ଚୁଆ ରହିଥିବାରୁ ବାଘ ଭାଲୁ ଆକ୍ରମଣ କରିବାର ଭୟ ମଧ୍ୟ ରହିଛି । ସେଇଥି ଲାଗି ଗାଁର ସମସ୍ତେ ଏକତ୍ରିତ ହୋଇ ପ୍ରତିଦିନ ଦଳ ବଦ୍ଧ ଭାବେ ଚୁଆରୁ ପାଣି ଆଣିବାକୁ ଯାଆନ୍ତି । ପାଣି ସମସ୍ୟା ଲାଗି ଗାଁ ଲୋକେ ସ୍ତାନିୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇ ସାରିଛନ୍ତି ହେଲେ କିଛି ଫଳ ମିଳିନାହି । ପ୍ରଶାସକଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ସମସ୍ତେ ଏହି ଆଦିବାସି ଲୋକଙ୍କୁ ଅଣଦେଖା କରୁଥିବା କଥା ଆମ କେମେରା ସମ୍ମୁଖରେ କହିବା ପରେ ଆମ ରିପୋର୍ଟର ଲୋକଙ୍କ ସମସ୍ୟାକୁ ନେଇ ପହଞ୍ଚିଥିଲେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ପାଖରେ । ଆମ ଠାରୁ ପରଜାଗୁଡା ଗାଁ ଲୋକଙ୍କ ସମସ୍ୟା ଶୁଣିବା ପରେ ଦିନେ ଦୁଇ ଦିନ ମଧ୍ୟରେ ପରଜାଗୁଡା ଗ୍ରାମର ଜଳ କଷ୍ଟ ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀ ।

ବାଇଟ-୩- ବସନ୍ତ କୁମାର ରାଉତ, ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀ ।
Conclusion:ଫା.ଭି.ଓ. – ପାଣି ସମସ୍ୟାକୁ ଦୁର କରିବା ଲାଗି ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଅନେକ ଲମ୍ବା ଭାଷଣ ଦେଉଛନ୍ତି । ହେଲେ ସ୍ବାଧିନତାର ୭୨ ବର୍ଷ ପରେ ବି ମାଲକାନଗିରି ଜିଲ୍ଲାର ଆଦିବାସି ଲୋକେ ପାନିୟ ଜଳ ଲାଗି କିପରି ଡହଳ ବିକଳ ହେଉଛନ୍ତି ତାହାର ଏକ ନମୁନା ଏ ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ...............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.