ETV Bharat / state

ନକ୍ସଲ ଗୁଳିରେ ଯବାନ ଜୟରାମ ଶହୀଦ, ଅଶ୍ରୁଳ ବିଦାୟ ଦେଲା ମାଲକାନଗିରି - ଜୟରାମ କବାସି

ଆଜି ସକାଳେ ବଣ୍ଡାଘାଟିରେ ପୋଲିସ୍‌- ନକ୍ସଲ ଗୁଳିବିନିମୟରେ ଶହୀଦ ହୋଇଛନ୍ତି ଜୟରାମ କବାସି । ପୈତୃକ ଗାଁ ଶରିଷମାଳରେ ଶେଷ ସମ୍ମାନ ଜଣାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Aug 28, 2019, 11:26 PM IST

ମାଲକାନଗିରି : ଲାଲଗଡ ମାଲକାନଗିରିରେ ଲୁହର ବନ୍ୟା... । ସ୍ବାମୀଙ୍କ ପାଇଁ କାନ୍ଦୁଛି ସାତ ଜନମର ସାଥୀ । ଭେଣ୍ଡିଆ ପୁଅକୁ ହରାଇ ଲୁହ ଗଡାଉଛି ବାପା । ଗଛ, ଲତା ସବୁ ନିସ୍ତବ୍ଧ । ଭାରତ ମାତା କି ଜୟ, ଶହୀଦ ଜୟରାମ ଅମର ରହେ.. ଧ୍ବନୀରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରୁ ଶରିଷମାଳ ଗାଁ.. ସବୁ କମ୍ପୁଛି । ଆଖିର ଅଶ୍ରୁଧାରରେ ଅଶ୍ରୁଳ ବିଦାୟ ଜଣାଉଛନ୍ତି ଜିଲ୍ଲାବାସୀ । ଏଭଳି ଭାବପୂର୍ଣ୍ଣ ବିଦାୟ ନେଉଛନ୍ତି ନକ୍ସଲ ଗୁଳିରେ ଶହୀଦ ହୋଇଥିବା ଜୟରାମ କବାସି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ତୋପ ସଲାମି ଦେବା ପରେ ଶହୀଦଙ୍କୁ କାନ୍ଧ ଦେଇଥିଲେ ନିଜେ ମାଲକାନଗିରି ଏସପି । ଏହାପରେ 10 କିଲୋମିଟର ରାସ୍ତା ଚାଲି ଚାଲି ଶହୀଦ ଯବାନଙ୍କୁ ତାଙ୍କ ଗାଁକୁ ନେଇଥିଲେ ପୋଲିସ କର୍ମଚାରୀ । ଆଉ ସେଠାରେ ଶେଷ ସମ୍ମାନ ଜଣାଇ ଶହୀଦଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଆଜି ସକାଳେ ବଣ୍ଡାଘାଟିରେ ପୋଲିସ୍‌- ନକ୍ସଲ ଗୁଳିବିନିମୟରେ ଶହୀଦ ହୋଇଥିଲେ ଜୟରାମ କବାସି । ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିଲା । ଏହା ସହ ଜଣେ ଯବାନ ଆହତ ହୋଇଥିଲେ । ତେବେ ସେଠାରୁ ଅନେକ ମାଓସାମଗ୍ରୀ ଜବତ ହୋଇଛି । ତେବେ ଛତିଶଗଡରୁ ପ୍ରାୟ ୩୦ ଜଣ ନକ୍ସଲ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଭିତରେ ପ୍ରବେଶ କରିଥିବା ଡି.ଆଇ.ଜି କହିଛନ୍ତି । ଉଭୟ ଆହତ ଓ ସହିଦ ଯବାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହାୟତା କରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି କହିଛନ୍ତି । ସେପଟେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଦେଶମାତୃକାର ସେବା କରି ଶେଷରେ ଶହୀଦ ହୋଇଛନ୍ତି ସେ । ନକ୍ସଲଙ୍କୁ ମୁକାବିଲା କରି ହସି ହସି ନିଜର ଜୀବନକୁ ବଳିଦାନ ଦେଇଛନ୍ତି ଶରିଷମାଳ ଗ୍ରାମର ବୀର ପୁଅ ଜୟରାମ। ଗରିଲା ଯୁଦ୍ଧରେ ସିନା ଶହୀଦ ହୋଇଗଲେ ସେ, ହେଲେ ନିଜ ଗାଁ, ନିଜ ଅଞ୍ଚଳ ଲାଗି ସବୁ ଦିନ ପାଇଁ ଅମର ହୋଇ ରହିଗଲେ ଜୟରାମ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ନକ୍ସଲ ଗୁଳିରେ ସହିଦ ହେଲେ ମାଲକାନଗିରି ଜିଲ୍ଲାର ଡି.ଭି.ଏଫ ଜବାନ ଜୟରାମ କବାସି । ଆଉ ଗୁରୁତର ଭାବେ ଆହତ ହୋଇ ବିଶାଖା ପାଟଣା ସ୍ତାନନ୍ତର ହୋଇଛନ୍ତି ଆଉ ଜଣେ ଡି.ଭି.ଏଫ ଜବାନ ରାମା ଦୁରୁଆ । ଗରିଲା ଯୁଦ୍ଧରେ ପ୍ରାଣ ସିନା ଚାଲି ଗଲା ହେଲେ ନକ୍ସଲ ପନ୍ଥିଙ୍କ ପାଖରେ କିନ୍ତୁ ହାର ମାନି ନାହାନ୍ତି ବିର ଜବାନ । ଆହତ ଅବସ୍ତାରେ ନକ୍ସଲ ଶିବିରକୁ ସଂପୁର୍ଣ ଭାବେ ଧ୍ବଂସ କରିବା ସହ ଜଣେ ହାଡକୋର ମାଓବାଦୀଙ୍କୁ ମାରି ଅମର ହୋଇଛନ୍ତି ଆମର ବିର ଜବାନ । ଯାହାଙ୍କୁ ଆଜି ସମଗ୍ର ମାଲକାନଗିରି ଜିଲ୍ଲା ଝୁରୁଛି ।Body:ଭି.ଓ.୧ - ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଶରିଷମାଳ ଗାଁ ପର୍ଯ୍ୟନ୍ତ ଦିର୍ଘ ୧୦ କିଲୋମିଟର ରାସ୍ତାରେ ଶୁଭୁଥିଲା ଏମିତି ଭାରତ ମାତାର ଜୟ ଧ୍ବନି । କାରଣ ଆଜି ଜଣେ ବୀର ଜବାନ ଦେଶ ମାତୃତ୍ବର ସେବାରେ ନିଜର ପ୍ରାଣ ବଳିଦାନ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଡାବୁଡୁଡା ନକ୍ସଲ ଏନକାଣ୍ଟରରେ ଡି.ଭି.ଏଫ ଜବାନ ଜୟରାମ କବାସି ସହିଦ ହେବା ପରେ ମାଲକାନଗିରି ଜିଲ୍ଲାରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସହିଦ ଜବାନଙ୍କୁ ସଲାମି ଦିଆଯିବା ସହ ଶେଷ ସମ୍ମାନ ଜଣାଇଥିଲେ ଡି.ଆଇ.ଜି ଓ ଏସ.ପି.ଙ୍କ ସହ ଅନେକ ପୋଲିସ ଅଧିକାରି । ଶହ ଶହ ଲୋକଙ୍କ ଉପସ୍ତିତିରେ ସହିଦ ଜବାନଙ୍କୁ କାନ୍ଧ ଦେଇଥିଲେ ନିଜେ ମାଲକାନଗିରି ଏସ.ପି. । ଏହା ପରେ ପୋଲିସ କର୍ମଚାରି ଓ ମାଲକାନଗିରି ଏସ.ପି.ଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି ଶୋଭା ଯାତ୍ରାରେ ଦିର୍ଘ ୧୦ କିଲୋମିଟର ରାସ୍ତା ଚାଲି ଚାଲି ସହିଦ ଜବାନଙ୍କୁ ଏପରି ବିଦାୟ ଦେଇଛନ୍ତି । ଏପରି ସମ୍ମାନର ହକଦାର ଥିଲେ ସହିଦ ଜୟରାମ କବାସି । କାରଣ ନକ୍ସଲ ଏନକାଣ୍ଟରରେ ଜୟରାମଙ୍କ ଜୀବନ ସିନା ଚାଲସିଗଲା ହେଲେ ସେ ନକ୍ସଲ ପନ୍ଥିଙ୍କ ପାଖରେ କିନ୍ତୁ ହାର ମାନିନଥିଲେ । ଆହତ ଅବସ୍ତାରେ ନକ୍ସଲ ଶିବିରକୁ ସଂପୁର୍ଣ ଭାବେ ଧ୍ବଂସ କରିବା ସହ ଜଣେ ହାଡକୋର ମାଓବାଦୀଙ୍କୁ ମାରି ଅମର ହୋଇଛନ୍ତି ବୀର ଜବାନ ଜୟରାମ । ଯାହାଙ୍କୁ ଆଜି ସମଗ୍ର ମାଲକାନଗିରି ଜିଲ୍ଲା ଝୁରୁଛି । ବୀର ପୁଅକୁ ହରାଇ ବୁଢା ବାପାଙ୍କ ଆଖିରୁ ଝର ଝର ଲୁହ ଝରୁଛି ତୋ ନିଜର କୋହକୁ ସମ୍ଭାଳି ପାରୁ ନାହନ୍ତି ସହିଦଙ୍କ ସ୍ତ୍ରୀ କାରଣ କୋଳରେ ରହିଛନ୍ତି ଜୟରାମ ଏକ ମାତ୍ର ଝିଅ ଯାହାର ଭବିଶ୍ୟତ ଚିନ୍ତା ଏବେ ତାଙ୍କ ମୁଣ୍ଡ ଉପରେ । ଗାଁ ଲୋକେ ମଧ୍ୟ ମନେ ପକାଇଛନ୍ତି ବିଜ ଜୟରାମ କବାସିଙ୍କ ବିରତ୍ବକୁ ।

ବାଇଟ-୧ - ସହିଦ ଜୟରାମଙ୍କ ଭାଇ
ବାଇଟ-୨ - ସହିଦ ଜୟରାମଙ୍କ ବାପା
ବାଇଟ-୩- ଗଙ୍ଗାଧର ବୁରୁଦା ଗ୍ରାମବାସି

ଭି.ଓ.୨ – ପୋଲିସ ବିଭାଗର ଗୁଇନ୍ଦା ଖବର ଅନୁଯାଇ କିଛି ଛତିଶଗଡି ନକ୍ସଲ ବଣ୍ଡାଘାଟିର ଡାବୁଡୁଡା ଜଙ୍ଗଲରେ ଆସି ରହିଥିବା ଜଣାପଡିଥିଲା । ଏହା ପରେ ମାଲକାନଗିରି ଏସ.ପି.ଙ୍କ ନେତୃତ୍ବରେ ଏସ.ଓ.ଜି ଓ ଡି.ଭି.ଏଫ ବାହିନି ଆରମ୍ଭ କରିଥିଲା ଏକ ଅପରେସନ । ନକ୍ସଲ ଶିବିର ପାଖରେ ପହଞ୍ଚିବା ମାତ୍ରେ ଜବାନଙ୍କ ଉପରେ ଆଖିବୁଝା ଗୁଳି ଚାଳନା କରିଥିଲେ ମାଓବାଦୀ । ପ୍ରାୟ ଦୁଇ ଘଣ୍ଟାର ଗୁଳି ବିନିମୟ ପରେ ଘଟଣା ସ୍ଥଳରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଜବାନ ଆହତ ହୋଇଥିଲେ । ଆହତ ଜବାନଙ୍କୁ ପ୍ରଥମେ ମାଥିଲି ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ ସେଠାରେ ସହିଦ ହୋଇଥିଲେ ଜୟରାମ କବାସି । ଅନ୍ୟ ଜଣଙ୍କ ଅବସ୍ତା ସଂଙ୍କଟା ପନ୍ନ ରହିଥିବା ବେଳେ ତାଙ୍କୁ ତୁରନ୍ତ ଜିଲ୍ଲା ସଦର ଚିକିତ୍ସାଳୟକୁ ନିଆଯାଇ ବାୟୁ ସେନାର ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେଁ ବିଶାଖାପାଟଣାକୁ ସ୍ତାନନ୍ତର କରାଯାଇଛି । ଘଟଣା ସ୍ଥଳରୁ ପୋଲିସ ମୃତ ନକ୍ସଲ ପନ୍ଥିଙ୍କ ଶବ ଉଦ୍ଧାର କରିବା ସହ ଗୋଟିଏ AK47 ରଆଇଫଲ ଓ ଗୋଟିଏ 303 ବନ୍ଦୁକ ଜବତ କରିବା ସହ ଅନେକ ବିଷ୍ଫୋରକ ସାମଗ୍ରୀ ପାଇଛି । ଛତିଶଗଡରୁ ପ୍ରାୟ ୩୦ ଜଣ ନକ୍ସଲ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଭିତରେ ପ୍ରବେଶ କରିଥିବା ଡି.ଆଇ.ଜି କହିଛନ୍ତି । ଉଭୟ ଆହତ ଓ ସହିଦ ଜବାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ସଂପୁର୍ଣ ସହାୟତା କରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି କହିଛନ୍ତି ।

ବାଇଟ ୪- ସାଫିନ ଅହମ୍ମଦ କେ, ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି
Conclusion:ଫା.ଭି.ଓ. – ଦେଶ ମାତୃତ୍ବର ସେବାରେ ଆଜି ଜଣେ ଜବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆଉ ଜଣେ ସହିଦ ହୋଇଛନ୍ତି । ନକ୍ସଲ ପନ୍ଥିଙ୍କ ସହ ମୁକାବିଲା କରି ହସି ହସି ନିଜର ଜୀବନକୁ ବଳିଦାନ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଶରିଷମାଳ ଗ୍ରାମର ଜୟରାମ କବାସି । ଗରିଲା ଯୁଦ୍ଧରେ ଜୟରାମ ସିନା ସହିଦ ହୋଇଗଲେ ହେଲେ ନିଜ ଗାଁ ଲାଗି ସବୁ ଦିନ ପାଇଁ ଅମର ହୋଇ ରହିଲେ ଜୟରାମ ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.