ମାଲକାନଗିରି: ଜିଲ୍ଲାର ବିଧାୟକ ମାଥିଲି ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ ବନ୍ୟା ସମୟରେ ଲୋକଙ୍କ ଦୁର୍ଦ୍ଦଶା ବୁଝି ନଥିବା ବେଳେ ମାଲକାନଗିରି ଜନପ୍ରତିନିଧି ଆଦିତ୍ୟ ମାଢ଼ୀ ଯାଇ ପହଁଞ୍ଚିଲେ ବନ୍ୟା ବିପନ୍ନଙ୍କ ନିକଟରେ ।
ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟି ସାଉଁଟି ଥିଲେ ପ୍ରଶଂସା। ଘର ଘର ବୁଲି ସମସ୍ତଙ୍କୁ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ପଚାରି ଥିଲେ ବିଧାୟକ । ଖୁବଶୀଘ୍ର ସମସ୍ତଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ଜିଲ୍ଲାପ୍ରଶାସନକୁ ଜଣାଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ