ETV Bharat / state

ଉଦ୍‌ଘାଟନର ୫ ବର୍ଷ ପରେ ବି ପରିତ୍ୟକ୍ତ ଅବସ୍ଥାରେ B.ED କଲେଜ, ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା - ନୀରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ

୫ ବର୍ଷ ପୂର୍ବରୁ ମାଲକାନଗିରି ସରକାରୀ B.Ed କଲେଜ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଏହି ବିଲ୍ଡିଂ କୋଭିଡ ସମୟରେ ସଙ୍ଗରୋଧ କେନ୍ଦ୍ର ଓ ପରେ ପଞ୍ଚାୟତ ନିର୍ବାଚନ ସମୟରେ ଭୋଟ ଗଣତି କେନ୍ଦ୍ର ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ B.Ed କଲେଜ ଆରମ୍ଭ ହୋଇପାରିନଥିବା ବେଳେ ଏହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅଧିକ ପଢ଼ନ୍ତୁ

ପରିତ୍ୟକ୍ତ ଅବସ୍ଥାରେ ମାଲକାନଗିରି B.ED କଲେଜ
ପରିତ୍ୟକ୍ତ ଅବସ୍ଥାରେ ମାଲକାନଗିରି B.ED କଲେଜ
author img

By

Published : May 3, 2023, 10:39 PM IST

ପରିତ୍ୟକ୍ତ ଅବସ୍ଥାରେ ମାଲକାନଗିରି B.ED କଲେଜ

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ଉଚ୍ଚଶିକ୍ଷା କରିବାକୁ ଆଶା ରଖିଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାଲକାନଗିରିରେ ପ୍ରତିଷ୍ଠା କରାଯାଇଥିଲା B.Ed କଲେଜ । ଏଥିପାଇଁ ସରକାରଙ୍କର କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ ଏହି କଲେଜ ବିଲ୍ଡିଂ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ବ୍ୟବହାରରେ ଆସୁନି ଏହି କଲେଜ କୋଠା ଘର । ଏସବୁ ଦେଖି ମଧ୍ୟ ଧୃତରାଷ୍ଟ୍ର ପରି ନୀରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠଛିଛି, ସରକାରୀ B.Ed କଲେଜ କୋଠା କାହା ସ୍ବାର୍ଥରେ ନିର୍ମାଣ ହୋଇଥିଲା ?

ଉଦ୍‌ଘାଟନର ୫ ବର୍ଷ ପରେ ବି ଆରମ୍ଭ ହୋଇପାରିନି B.ED କଲେଜ: ଉପାନ୍ତ ଜିଲ୍ଲା ମାଲକାନଗିରିର ଶିକ୍ଷିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବିକାଶ କରିବା ଉଦ୍ଦେଶ୍ୟରେ ୨୭ ଜୁଲାଇ ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ B.Ed କଲେଜର ଶୁଭ ଉଦଘାଟନ କରିଥିଲେ । B.Ed କଲେଜ ଗେଟରେ ନାମ ଫଳକ ଲାଗିବାପରେ ଏହି ଅଞ୍ଚଳର ଶିକ୍ଷିତ ଛାତ୍ରଛାତ୍ରୀ ଓ ଯୁବବର୍ଗ ମନରେ ଆଶା ଭରିଥିଲେ ନିଜ ଜିଲ୍ଲାରେ B.Ed କରି ଶିକ୍ଷକଟିଏ ହେବେ ଏବଂ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବେ । କିନ୍ତୁ ସେମାନଙ୍କ ଆଶା ମଉଳି ଯାଇଛି । କାରଣ ଏହି ବିଲ୍ଡିଂ ଉଦ୍‌ଘାଟନ ହୋଇ ୫ ବର୍ଷ ହୋଇ ଯାଇଥିଲେ ମଧ୍ୟ ଏଠାରେ କଲେଜ ଆରମ୍ଭ ହୋଇ ପାରିନାହିଁ । ଫଳରେ ଏଠାକାର ପିଲାମାନେ ପୂର୍ବଭଳି ବାହାର ଜିଲ୍ଲା ଓ ବାହାର ରାଜ୍ୟରେ ଯାଇ B.Ed କରୁଛନ୍ତି । ଏଠାରେ କଲେଜର ବିଲ୍ଡିଂ କରାଯାଇଛି ସତ, କିନ୍ତୁ ୫ ବର୍ଷ ହେବ ଆରମ୍ଭ ହୋଇପାରିନି କଲେଜ । ଏହି କଲେଜ ବିଲ୍ଡିଂ ପରିସର ଚାରିଆଡ ଜଙ୍ଗଲ ସଦୃଶ ଦେଖାଯିବା ସହ ଏହି କୋଠା ଏକ ଭୁତକୋଠି ପାଲିଟିଥିବା ଜଣାପଡୁଛି । ବିଲ୍ଡିଂରେ କେଉଁଠି କବାଟ, ଝରକା ଭାଙ୍ଗି ପଡିଥିବା ବେଳେ କେଉଁଠି କାନ୍ଥରେ ବଡଧରଣର ଫାଟ ସୃଷ୍ଟି ହୋଇଛି । ଏହାସହ ଏଠାରେ ଅସାମାଜିକ ଲୋକ ଓ ମଦୁଆଙ୍କର ଆଡ୍ଡା ଜମୁଛି । ଏଭଳି ପରିସ୍ଥିତିରେ କୋଠାଟି ପଡ଼ିରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରତିଷ୍ଠା ହୋଇଥିଲା B.ED କଲେଜ: ତେବେ ଏହି ବିଲ୍ଡିଂଟି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ପକ୍ଷରୁ କରାଯାଇଛି । ୨୦୧୩ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଶିକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଆଦିବାସୀ ଉନ୍ନୟନ ବିଭାଗକୁ ଏକ ସରକାରୀ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ (B.ED କଲେଜ) ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ୧୪ ମେ' ୨୦୧୩ ମସିହାରେ SSD (SC and ST Development) ବିଭାଗ ମଞ୍ଜୁରୀ ଦେଇଥିଲା । ପରେ ଏଥିପାଇଁ ITDA ୧୦ କୋଟି ୧୨ ଲକ୍ଷ ଟଙ୍କାର ଏଷ୍ଟିମେଟ୍‌ ପ୍ରସ୍ତୁତ କରିଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ୧୧ ଡିସେମ୍ବର ୨୦୧୩ ମସିହାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) B.ED କଲେଜର ବିଲ୍ଡିଂ କାମ ଆରମ୍ଭ କରି ୨୦ ଫେବୃଆରୀ ୨୦୧୮ ମସିହାରେ କାମ ସାରିଥିଲା । ଯେଉଁଠାରେ ଖର୍ଚ୍ଚ ହୋଇଥିଲା ୯ କୋଟି ୧୧ ଲକ୍ଷ ୮୦ ହଜାର ଟଙ୍କା । କୋଠା ନିର୍ମାଣ ଶେଷ ହେବାପରେ ୨୭ ଜୁଲାଇ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଥିଲେ । SSD ବିଭାଗ ଓଡିଶା ସରକାରଙ୍କ ଚିଠି ନମ୍ବର ୮୮୦୩୵୨୦୨୩ରେ PA ITDAଙ୍କୁ ନିଦ୍ଦେର୍ଶ ଦିଆଯାଇଥିଲା ଏହି ବିଲ୍ଡିଂକୁ ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପାଇଁ । ପରେ PA ITDA ଏହି ବିଲ୍ଡିଂକୁ ଉଚ୍ଚଶିକ୍ଷା ବିଭାଗର ମଡର୍ନ କଲେଜ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ମଡର୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷ ଏହି ବିଲ୍ଡିଂ ଗ୍ରହଣ କରିଥିଲେ ।

କୋଭିଡ ସଙ୍ଗରୋଧ କେନ୍ଦ୍ର ଓ ଭୋଟ ଗଣତି କେନ୍ଦ୍ର ହେଲା B.ED କଲେଜ: ତେବେ ମଡର୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷ ଏହି ବିଲ୍ଡିଂ ଗ୍ରହଣ କରିବାର ୧୫ ଦିନ ପରେ କୋରୋନା ମହାମାରୀ ବଢିଯାଇଥିରୁ ବିଲ୍ଡିଂକୁ ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହାର କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିବାକୁ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଚିଠି ଦ୍ବାରା ମଡର୍ନ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଚିଠିର ନିର୍ଦ୍ଦେଶ ଅନୁଯାୟୀ କଲେଜ ଅଧ୍ୟକ୍ଷ ବିଲ୍ଡିଂଟିକୁ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିଥିବା କହିଛନ୍ତି ବର୍ତ୍ତମାନ କଲେଜ ଅଧ୍ୟକ୍ଷ । ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପରେ ସେଠାରେ କୋରୋନା ସମୟରେ କୋଭିଡ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିଲା । ଏହାର କିଛିଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସିବାରୁ ସେଠାରେ ଭୋଟ ବାକ୍ସର ଷ୍ଟ୍ରଙ୍ଗ୍‌ ରୁମ୍ କରାଯିବା ସହ ସେଠାରେ ଭୋଟ ଗଣତି ମଧ୍ୟ କରାଯାଇଥିଲା । ତେବେ ପଞ୍ଚାୟତ ନିର୍ବାଚନ ପରେ ଏହି କୋଠାଗୁଡିକ ପରିତ୍ୟକ୍ତ ହୋଇ ପଡିରହିଛି । ତେବେ ବିଲ୍ଡିଂଟିକୁ ସ୍ବାସ୍ଥ୍ୟ ବିଭାଗ ହାତକୁ ଯିବାପରେ ଆଉ ଫେରିନଥିବା କହିଛନ୍ତି ମଡର୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷ । ଏଣୁ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳ କହିପାରିବେ ବୋଲି ସେ କହିଛନ୍ତି । ତେବେ ଉଦ୍‌ଘାଟନର ୫ ବର୍ଷ ପରେ ମଧ୍ୟ ଏହି କଲେଜ ଆରମ୍ଭ ହୋଇପାରିନଥିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.