ETV Bharat / state

ତତ୍କାଳୀନ ଜିଲ୍ଲାପାଳଙ୍କ PA ମୃତ୍ୟୁ ଘଟଣା, କୋର୍ଟରେ ହାଜର ହେଲେ ପତ୍ନୀ - ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ

କୋର୍ଟରେ ହାଜର ପରେ ସାମ୍ବାଦିକ ସମ୍ମିଳନୀରେ ନିଜର ସମସ୍ତ ଅଭିଯୋଗ ରଖିଛନ୍ତି । କହିଛନ୍ତି ସେ ଯେତେବେଳେ ଏହି ହତ୍ୟା କାଣ୍ଡରେ ପୋଲିସ ନିଜେ ସଂପୃକ୍ତି ହୋଇ ସମସ୍ତ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିଛି । ତେଣୁ ମୁଁ ବାଧ୍ୟ ହୋଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।ଏହାକୁ ଦେଖି ପୋଲିସ ଡିଜି ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଦେଲେ। ତେବେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ମାଲକାନଗିରି ଆସି ଏହି ଘଟଣାକୁ ଦବାଇବାକୁ ଚେଷ୍ଟା କଲେ । ଅଧିକ ପଢନ୍ତୁ

ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା, କୋର୍ଟରେ ହାଜର ହେଲେ ପତ୍ନୀ

author img

By

Published : Jan 4, 2023, 7:40 AM IST

ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା, କୋର୍ଟରେ ହାଜର ହେଲେ ପତ୍ନୀ

ମାଲକାନଗିରି: ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା । ଏହି ମୃତ୍ୟୁ ଘଟଣା ଏବେବି ରହସ୍ୟ ହୋଇ ରହିଥିବା ବେଳେ କିନ୍ତୁ ମୃତକଙ୍କ ପତ୍ନୀ ବନଜା ପଣ୍ଡା ଏହି ମୃତ୍ୟୁକୁ ହତ୍ୟା ବୋଲି ପ୍ରମାଣିତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣ ବ୍ୟକ୍ତି ହିଁ ମୋ ସ୍ବାମୀଙ୍କୁ ହତ୍ୟା କରିନେଇଥିବା ସେ ଅଭିଯୋଗ କରି ଲଢେଇ ଜାରି ରଖିଛନ୍ତି । ଗତକାଲି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟରେ ହାଜର ହୋଇଥିଲେ ।

କୋର୍ଟରେ ହାଜର ପରେ ସାମ୍ବାଦିକ ସମ୍ମିଳନୀରେ ନିଜର ସମସ୍ତ ଅଭିଯୋଗ ରଖିଛନ୍ତି । ‘‘କହିଛନ୍ତି ସେ ଯେତେବେଳେ ଏହି ହତ୍ୟା କାଣ୍ଡରେ ପୋଲିସ ନିଜେ ସଂପୃକ୍ତି ହୋଇ ସମସ୍ତ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିଛି । ତେଣୁ ମୁଁ ବାଧ୍ୟ ହୋଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଏହାକୁ ଦେଖି ପୋଲିସ ଡିଜି ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଦେଲେ । ତେବେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ମାଲକାନଗିରି ଆସି ଏହି ଘଟଣାକୁ ଦବାଇବାକୁ ଚେଷ୍ଟା କଲେ। ତଦନ୍ତରେ ଶିଥିଳତା ଦେଖି ଆମେ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦାବି କଲୁ । ଏହି ସମୟରେ କ୍ରାଇମବ୍ରାଞ୍ଚ ତରଫରୁ ତରବରିଆ ତଦନ୍ତ କରାଯାଇ କୋର୍ଟରେ ରିପୋର୍ଟ ଦାଖଲ କରାଗଲା । ତେବେ କ୍ରାଇମବ୍ରାଞ୍ଚ କଣ ରିପୋର୍ଟ ପ୍ରଦାନ କରିଛନ୍ତି ସେନେଇ କୋର୍ଟକୁ ଆମେ ତାହାର ନକଲ ମାଗିଥିଲୁ । ଆମେ ଯାହା ଆଶା କରିଥିଲୁ ତାହା ହିଁ ଥିଲା। ଏହି ଚାରି ଜଣ ହତ୍ୟାକାରୀ ଏବଂ ପୋଲିସକୁ କ୍ଲିନଚିଟ ଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି । ’’

ଆହୁରି କହିଛନ୍ତି କ୍ରାଇମବ୍ରାଞ୍ଚ ରିପୋର୍ଟ ଆଧାରରେ ଆମେ ହାଇକୋର୍ଟରେ ପୁଣି ପ୍ରୋଟେଷ୍ଟିଂ କେଶ ଫାଇଲ କଲୁ । କୋର୍ଟ ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣ ନାମରେ ୩୦୨ ସହ ଅନ୍ୟ କେଶ ପକାଇ ତୁରନ୍ତ କୋର୍ଟରେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ଏହା ପୂର୍ବରୁ ସାକ୍ଷ୍ୟ ମାନଙ୍କୁ ନେଇ କୋର୍ଟରେ ହାଜର କରିବାକୁ କୁହାଯାଇଥିଲା । କିନ୍ତୁ ସାକ୍ଷ୍ୟମାନଙ୍କର ଜୀବନ ପ୍ରତି ବିପଦ ରହିଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଇବା ସମ୍ଭବ ନୁହେଁ । କାରଣ ଏବେ ବି ହତ୍ୟାକାରୀମାନେ ନିଜ ଦାୟୀତ୍ବରେ ହିଁ ରହିଛନ୍ତି । ସେମାନଙ୍କୁ ୩୦୨ ଲାଗିଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇନାହିଁ । ସେମାନଙ୍କୁ କୋର୍ଟରେ ହାଜର କରାଇଲେ ଆମେ ସାକ୍ଷୀମାନଙ୍କୁ କୋର୍ଟରେ ହାଜର କରାଇବୁ ବୋଲି ବନଜା ଯୁକ୍ତି ବାଢିଛନ୍ତି । ଘଟଣାର ମୁଖ୍ୟ ସାକ୍ଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ଆମେ ତଦନ୍ତ ପାଇଁ ପୋଲିସ ନିକଟରେ ଏତଲା ଦେଇଥିଲେ ମଧ୍ୟ ତାହା ପୋଲିସ ଗ୍ରହଣ କରିନାହିଁ ।

ତେଣୁ ସହ ସାକ୍ଷ୍ୟ ମାନଙ୍କୁ ଡାକିବା ପୂର୍ବରୁ ପ୍ରଥମେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଉ ବୋଲି ସେ ଦାବି କରିଛନ୍ତି । ସାକ୍ଷ୍ୟ ମାନେ ନିଜର ଜୀବନ ଏବଂ ଚାକିରି ପ୍ରତି ବିପଦ ରହିଥିବା ଦର୍ଶାଇ କୋର୍ଟରେ ବର୍ତ୍ତମାନ ହାଜର ହେବାକୁ ଭୟ କରୁଛନ୍ତି । ତେଣୁ ତୁରନ୍ତ ଏନେଇ ବିହିତ ପଦକ୍ଷେପ ନେଲେ ଆଗାମୀ ଦିନରେ ଆମେ ସାକ୍ଷ୍ୟ ପ୍ରମାଣ ସହ କୋର୍ଟରେ ହାଜର ହେବୁ ବୋଲି ବନଜା କହିଛନ୍ତି । ତେବେ ଆଗକୁ ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡ ଘଟଣା କେଉଁ ଦିଗକୁ ଯାଉଛି ଏବେ ତାକୁ ଅପେକ୍ଷା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.