ETV Bharat / state

ମାଲକାନଗିରି ବନ୍ୟା ପରେ ଜୋର ଧରିଲା ରାଜନୀତି - ପୋଲାଭରମ୍‌ ପ୍ରକଳ୍ପ

ମାଲକାନଗିରିରେ ବନ୍ୟା ପରେ ଜୋର ଧରିଲା ରାଜନୀତି । ବନ୍ୟାଞ୍ଚଳ ଗସ୍ତରେ ବିଧାୟକ ଓ ସାଂସଦ ଆସିବା ସହ ବନ୍ୟା ପାଇଁ ଆରୋପ ପ୍ରତ୍ୟାରୋପ ଲଗାଇବା ପରେ ରାଜନୀତି ଜୋର ହୋଇଛି ।

ଡିଜାଇନ ଫଟୋ
author img

By

Published : Aug 4, 2019, 9:10 PM IST

ମାଲକାନଗିରି: ମାଲକାନଗିରିରେ ବନ୍ୟାକୁ ନେଇ ରାଜନୀତି । ଲଗାଣ ବର୍ଷା ଫଳରେ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପରେ ଏବେ ରାଜନୀତି ଜୋର ଧରିଛି । ଏହି ବନ୍ୟା ଲାଗି ମାଲକାନଗିରି ବିଧାୟକ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ନବରଙ୍ଗପୁର ସାଂସଦ ଆନ୍ଧ୍ରର ପୋଲାଭରମ୍‌ ପ୍ରକଳ୍ପକୁ ଦାୟୀ କରିଛନ୍ତି । ଆଜି(ରବିବାର) ବନ୍ୟାଞ୍ଚଳ ପରିଦର୍ଶନ କରି ଦୁଇ ନେତା ଏପରି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଆଜି(ରବିବାର) ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ବନ୍ୟାରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା କାଲିମେଳା ଏବଂ ପଡିଆ ବ୍ଲକ ପରିଦର୍ଶନ କରିଛନ୍ତି । ବିଧାୟକ ବନ୍ୟା ପୀଡିତଙ୍କ ସହ ଆଲୋଚନା କରି ତାଙ୍କର କ୍ଷୟକ୍ଷତି ବାବଦରେ ପଚାରି ବୁଝିଥିଲେ । ବନ୍ୟା ଫଳରେ ଜିଲ୍ଲାର ଚାଷ ଜମି, ରାସ୍ତା ଏବଂ ପୋଲ କେତେ ଦୂର ନଷ୍ଟ ହୋଇଛି ତାହା ପରିଦର୍ଶନ କରି ଦେଖିଥିଲେ । ଏହା ସହ ବନ୍ୟା ମୁକାବିଲା ପାଇଁ କିକି ପଦକ୍ଷେପ ନିଆଯାଇଥିଲା ତାକୁ ନେଇ କାଳିମେଳାରେ ଏକ ସମୀକ୍ଷା ବୈଠକ କରିଥିଲେ । ଗସ୍ତ ଅବସରରେ ସେ ବନ୍ୟା ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ଅନ୍ୟପଟେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଦିନିକିଆ ମାଲକାନଗିରି ଗସ୍ତରେ ଆସି ବନ୍ୟା ପୀଡିତ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଜିଲ୍ଲାର ମାଥିଲି, ଖଇରପୁଟ, କୋରକୋଣ୍ଡା, ପୋଟେରୁ ଆଦି ଅଞ୍ଚଳ ବୁଲି ଦେଖିବା ସହ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହା ସହ ସେମାନଙ୍କ ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନା କରିବେ ବୋଲି କହିଥିଲେ । ଏହି ଅବସରରେ ବନ୍ୟା ପାଇଁ ସେ ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ଦାୟୀ କରିଛନ୍ତି ।

ତେବେ ଏହି ଆରୋପ ପ୍ରତ୍ୟାରୋପରେ ଜିଲ୍ଲାର ବନ୍ୟା ପୀଡିତଙ୍କ ଦୁଖଃ କେବେ ଦୂର ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Intro – ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଙ୍ଗୁ ବିଗତ ଦିନରେ ଲଗାତାର ଭାବେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ନେଇ ଏବେ ରାଜନୀତି ବେଶ ସରଗରମ ହୋଇଛି ।Body:V.O- ଆଜି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ବନ୍ୟାରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା କାଲିମେଳା ଏବଂ ପଡିଆ ବ୍ଲକ ପରିଦର୍ଶନ କରିଛନ୍ତି । ବିଧାୟକ ବନ୍ୟା ପୀଡିତଙ୍କ ସହ ଆଲଚନା କରି ତାଙ୍କର କ୍ଷୟ କ୍ଷତି ବାବଦରେ ପଚାରି ବୁଝିଥିଲେ ଏହା ସହ ବନ୍ୟା ଫଳରେ ଜିଲ୍ଲାର ଚାଷ ଜମି, ରାସ୍ତା ଏବଂ ପୋଲ କେତେ ଦୂର ନଷ୍ଟ ହୋଇଛି ତାହା ପରିଦର୍ଶନ କରି ଦେଖିଥିଲେ । ଏହା ସହ ଜିଲ୍ଲା ପ୍ରଶାସନ ବନ୍ୟା ମୁକାବିଲା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ତାହାକୁ ନେଇ କାଲିମେଳା ଏବଂ ପଡିଆ ବ୍ଲକ ଠାରେ ସମୀକ୍ଷା କରିଥିଲେ । ବିଧାୟକ ଜିଲ୍ଲାରେ ଅଳ୍ପ ବର୍ଷାରେ ବନ୍ୟା ପରିସ୍ଥିତିର କାରଣ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ରାଜ୍ୟ ସରକାର ବିଗତ 15ବର୍ଷ ଶାସନ ଗାଡ଼ିରେ ରହି କୌଣସି ପ୍ରକାର ଜିଲ୍ଲାର ରାସ୍ତା ଘାଟ ଏବଂ ଜଳ ନିଷ୍କାସନ ସହ ଉଚ୍ଚ ପୋଲ ନିର୍ମାଣ ନିମନ୍ତେ ସେ ଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନଥିବା ଆକ୍ଷେପ କରିଥିଲେ । ଅପରି ପକ୍ଷରେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଦିନିକିଆ ମାଲକାନଗିରି ଗସ୍ତରେ ଆସି ବନ୍ୟା ପୀଡିତ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଜିଲ୍ଲାର ମାଥିଲି, ଖଇରପୁଟ, କୋରକୋଣ୍ଡା, ପୋଟେରୁ ଆଦି ଅଞ୍ଚଳ ବୁଲି ଦେଖିଥିଲେ । ଏବଂ ସାଧାରଣ ଲୋକଙ୍କ ସହ ଆଲଚନା କରି ତାଙ୍କର ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନା କରିବେ ଏହା ସହ ବାରମ୍ବାର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ନେଇ 326 ଜାତୀୟ ରାଜପଥରେ ଉଚ୍ଚ ପୋଲ ନିର୍ମାଣ ନିମନ୍ତେ ସାଂସଦ ରେ ଦାବି ଜଣାଇଥିବା ସାଂସଦ କହିଛନ୍ତି । ବନ୍ୟା ବେଳେ ସ୍ତାନିୟ ନେତାଙ୍କ ଦେଖା ମିଳିନଥିବା ବେଳେ ବନ୍ୟା କମିବା ପରେ ବିଧାୟକ ଓ ସାଂସଦ ଆଜି ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ଲୋକଙ୍କ ପାଖକୁ ଯାଇ ବିପନ୍ନଙ୍କ ଅବସ୍ତା ପଚାରି ବୁଝିଛନ୍ତି ନେତାଏ । ହେଲେ ବନ୍ୟାକୁ ନେଇ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ନବରଙ୍ଗପୁର ସାଂସଦ ରମେଶ ମାଝି ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ଦାୟୀ କରିଛନ୍ତି । ପୋଲାଭରମ ଯୋଗୁଁ ମାଲକାନଗିରି ଜିଲ୍ଲାର ବର୍ଷା ପାଣି ନିଷ୍କାଶନ ହୋଇପାରୁନଥିବା ସାଂସଦ କହିଛନ୍ତି । ଯାହାକୁ ନେଇ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ କହିଛନ୍ତି ।

ବାଇଟ ୧ – ଆଦିତ୍ୟ ମାଢି, ମାଲକାନଗିରି ବିଧାୟକ

ବାଇଟ ୨- ରମେଶ ମାଝି, ନବରଙ୍ଗପୁର ସାଂସଦ- ଗ୍ରୀନ କୋଲର ଗାମୁଛା ବେକରେ ପକେଛନ୍ତିConclusion:ଫା.ଭି.ଓ.- ତେବେ ଏହି ଆରପ ପ୍ରତ୍ୟରୋପ ରେ ଜିଲ୍ଲାର ବନ୍ୟା ପିଡ଼ିତଙ୍କର ଦୁଖଃ କେବେ ଦୂର ହେବ ତାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ......................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.