ETV Bharat / state

କୋଟିଏ ଟଙ୍କା ଲାଞ୍ଚ ନେବା ଘଟଣା, ଅଭିଯୋଗ ଖଣ୍ଡନ କଲେ ଜିଲ୍ଲାପାଳ

କୋଟିଏ ଟଙ୍କା ଲାଞ୍ଚ ନେବା ଅଭିଯୋଗକୁ ଖଣ୍ଡନ କଲେ ମାଲକାନଗିରି ଜିଲ୍ଲାପାଳ ଡ.ୱାଇ.ବିଜୟ । ବିନା ତଥ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଭିଯୋଗ ହାସ୍ୟାସ୍ପଦ ବୋଲି କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

author img

By

Published : Jun 23, 2021, 10:34 AM IST

କୋଟିଏ ଟଙ୍କା ଲାଞ୍ଚ ନେବା ଘଟଣା, ଅଭିଯୋଗ ଖଣ୍ଡନ କଲେ ଜିଲ୍ଲାପାଳ
କୋଟିଏ ଟଙ୍କା ଲାଞ୍ଚ ନେବା ଘଟଣା, ଅଭିଯୋଗ ଖଣ୍ଡନ କଲେ ଜିଲ୍ଲାପାଳ

ମାଲକାନଗିରି: ଜିଲ୍ଲାପାଳ ୱାଇ.ବିଜୟ କୋଟିଏ ଟଙ୍କା ଲାଞ୍ଚ ନେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଜେ ଜିଲ୍ଲାପାଳ ବିଜୟ । ଭର୍ଚୁଆଲ ମାଧ୍ୟମରେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ' ପ୍ରଦୀପ ମାଝୀ କୋଟିଏ ଟଙ୍କା ଲାଞ୍ଚ ନେଇ ଏକ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ପଥର କ୍ୱାରି ନିଲାମ ଦେଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ । ବିନା ଆଧାରରେ ପିସିସି କାର୍ଯ୍ୟକାରୀ ସଭାପତି ଏଭଳି ଆରୋପ ଲଗାଇବା ନିରର୍ଥକ ।'

ଟେଣ୍ଡର ପ୍ରକ୍ରିୟାରେ ମୁଁ ଜାଣିବାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଯେଉଁ ତିନୋଟି ମୁଖ୍ୟ ଆରୋପ ଥିଲା ପ୍ରଥମରେ ଯେଉଁ ଶୋଧ କ୍ଷମତା ପ୍ରମାଣ ପତ୍ର(ସଲଭେନ୍ସି) ନିମନ୍ତେ ମୋଟୁ ତହସିଲଦାର ଜରିଆରେ ଆବେଦନ କରାଯାଇ ଥିବାବେଳେ ରାଜସ୍ୱ ଅଧିକାରୀ ଓ ତହସିଲ ପକ୍ଷରୁ ପ୍ରମାଣ ପତ୍ର ଉପଜିଲ୍ଲାପାଳଙ୍କ ଦ୍ବାରା ଦିଆଯାଇଛି । ଯଦି ଏଥିରେ କୌଣସି ତ୍ରୁଟି ଥିଲା ତା'ହେଲେ ପ୍ରଥମରେ କାହିଁକି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଭେଣ୍ଡରମାନେ ଜଣାଇଲେ ନାହିଁ । ଦ୍ୱିତୀୟତଃ ଏମଜି ହେକ୍ଟର ଗାଡି ଚଳାଇବା ନେଇ ଯେଉଁ ଅଭିଯୋଗ ହୋଇଛି ସେ ଉପରେ ଉତ୍ତର ଦେଇ ତାହା DRDA ପକ୍ଷରୁ ପ୍ରଦାନ କରା ଯାଇଥିଲା ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-‘ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଛନ୍ତି ଜିଲ୍ଲାପାଳ’

ଦାମୀ ଗାଡ଼ି ବ୍ୟବହାର ଅଭିଯୋଗ ନେଇ ସେ କହିଛନ୍ତି, ‘ମୋ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲି। କାର୍ଯ୍ୟାଳୟରେ ସିକ୍ୟୁରିଟି ପଏଣ୍ଟ ନଥିବାରୁ ଟେଣ୍ଡର ବକ୍ସ ବାସଭବନକୁ ନେଇଥିଲି । ନିୟମ ଅନୁଯାୟୀ ସମସ୍ତ ଟେଣ୍ଡର ପ୍ରକ୍ରିୟା ହୋଇଥିଲା। କୌଣସି ପ୍ରମାଣ ନଥାଇ ଯଦି ଏଭଳି ଅଭିଯୋଗ କରାଯାଏ ତା'ହେଲେ ତାହା ହାସ୍ୟାସ୍ପଦ ବୋଲି କହିଛନ୍ତି ଜିଲ୍ଲାପାଳ ୱାଇ. ବିଜୟ । ପେଟା ଗ୍ରାମରେ ଭିଜି ଗ୍ରାନାଇଟକୁ କାହିଁକି ଅହେତୁକ ଅନୁକମ୍ପା ଦେଖାଗଲା ବୋଲି ପ୍ରଶ୍ନ କରିବାରୁ ଟେଣ୍ଡର ପ୍ରକ୍ରିୟାରେ ଯାଞ୍ଚ ସମୟରେ ତାଙ୍କର କାଗଜପତ୍ର ସଠିକ୍ ରହିଥିଲା । ଆଗାମୀ ଦିନରେ ଯେଉଁ ସଲଭେନ୍ସି ବା ଶୋଧ ପ୍ରମାଣପତ୍ରରେ ଅନିୟମିତତା ହୋଇଛି ତାହାର ଯାଞ୍ଚ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ପ୍ରକାଶ ଥାଉକି, ଜିଲ୍ଲାରେ ଲଘୁ ଖଣିଜ ଉତ୍ସ ନିଲାମ ବେଳେ ନିଜ କ୍ଷମତାର ଦୁରୁପଯୋଗ କରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରିଥିଲେ ଓ କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସିଧାସଳଖ ଅଭିଯୋଗ ଆଣିଥିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.