ETV Bharat / state

ସ୍ବାଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ ଉଦ୍ଧାର କରି ନିଷ୍କ୍ରିୟ କଲା BSF - ମାଲକାନଗିରି ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ ଉଦ୍ଧାର କଲା ମାଲକାନଗିରି BSF। ଅଧିକ ପଢନ୍ତୁ...

ସ୍ୱାଭିମାନ ଅଞ୍ଚଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କଲା ବିଏସଏଫ

author img

By

Published : Jun 22, 2021, 10:02 AM IST

Updated : Jun 22, 2021, 10:09 AM IST

ମାଲକାନଗିରି: ଜିଲ୍ଲା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ ଉଦ୍ଧାର କଲା ମାଲକାନଗିରି BSF । ଯଡାମ୍ବ ଥାନା ଅନ୍ତର୍ଗତ କେନ୍ଦୁଗୁଡାରେ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ତେବେ ବିଏସଏଫ ଏବଂ ଓଡିଶା ପୁଲିସ ତରଫରୁ ଏହି ଅଞ୍ଚଳରେ କୁମ୍ବିଂ କରାଯାଇ ମାଓବାଦୀ ଖଞ୍ଜି ଥିବା ଲ୍ୟାଣ୍ଡମାଇନକୁ ଉଦ୍ଧାର କରାଯାଇଛି ।

ଏନେଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଞ୍ଚି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ। ଆନ୍ଧ୍ର ଓଡିଶା ବଡର ଡିଭିଜନର ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ଲ୍ୟାଣ୍ଡମାଇନ ଖଞ୍ଜି ଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ଲ୍ୟାଣ୍ଡମାଇନର ଓଜନ ପ୍ରାୟ ତିନି କିଲୋ ହେବ ବୋଲି ଜଣାପଡ଼ିଛି। ଚଳିତ ମାସରେ ଏହା ଦ୍ଵିତୀୟ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jun 22, 2021, 10:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.