ETV Bharat / state

ଭିକେ ପାଣ୍ଡିଆନଙ୍କ ମାଲକାନଗିରି ଗସ୍ତକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

author img

By

Published : Apr 1, 2023, 3:44 PM IST

ଭିକେ ପାଣ୍ଡିଆନଙ୍କ ଦୁଇ ଦିନିଆ ମାଲକାନଗିରି ଗସ୍ତ ଶେଷ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ। ଅଧିକ ପଢନ୍ତୁ

bjp press meet
bjp press meet

ବିଜେପିର ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି: ଗତ 28 ତାରିଖରେ ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଆସିଥିଲେ 5ଟି ସଚିବ ଭିକେ ପାଣ୍ଡିଆନ । ଏହି ସମୟରେ ଚିତ୍ରକୋଣ୍ଡା ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ଗାଁ ଗୁଡିକରେ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ ପାଣ୍ଡିଆନ । ଠିକ ତାହାର ଦୁଇ ଦିନ ପୁର୍ବରୁ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ୨୯ ତାରିଖ ଦିନ ନିଜେ ରହି ଜନସାଧାରଣଙ୍କୁ ୫ଟି ସଚିବଙ୍କ ନିକଟକୁ ଛାଡିଥିଲେ । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ନିର୍ବାଚନ ପ୍ରଚାର କରିବାକୁ ୫ଟି ସଚିବ ଆସିଥିଲେ କି ବୋଲି ଓଡିଶା ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି ।

ବିଜେପି ଏକ ପ୍ରେସ୍‌ ନୋଟ ଜାରି କରି ରାଜ୍ୟ ସରକାରଙ୍କୁ 17ଟି ପ୍ରଶ୍ନ କରିଛି । 5ଟି ସଚିବଙ୍କ ଗସ୍ତ ସରକାରୀ ଥିଲା ନା ବିଜେଡିର ଦଳୀୟ ଥିଲା, ଯଦି ସରକାରୀ ଥିଲା ତାହା ହେଲେ ସ୍ଥାନୀୟ ମାଲକାନାଗିରି ବିଧାୟକଙ୍କୁ ନିମନ୍ତ୍ରଣ କାହିଁକି କରାଯାଇନଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ସେହିପରି ଏହି ଗସ୍ତକୁ ନେଇ କେଉଁ ବିଭାଗ ଏହାର ଖର୍ଚ୍ଚ ବହନ କଲା ? ଯଦି ଦଳୀୟ , 5ଟି ସଚିବ କେଉଁ ଆଧାରରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ? , ଏହି ଗସ୍ତ ପାଇଁ ଦୁଇ ଦିନଧରି ହେଲିକପ୍ଟର ବ୍ୟବହାର କରାଯାଇଥିଲା , ଜଣେ ସଚିବ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରିବା ପାଇଁ ଯୋଗ୍ୟ କି ? କେନ୍ଦ୍ର ମନ୍ତ୍ରୀମାନେ କାରରେ ମାଲକାନାଗିରି ଜିଲ୍ଲା ଗସ୍ତ କରୁଛନ୍ତି, ଅଥଚ ଏମିତି କଣ ଜରୁରୀ କାମ ଆସିଲା ଯେ ସଚିବ ହେଲିକପ୍ଟରରେ ଗସ୍ତ କରିବାକୁ ପଡିଲା ବୋଲି କହିଛି ବିଜେପି ।

ବିଜେଡ଼ି ନେତାମାନେ ଅନୁଭବ କଲେଣି ଯେ ଏଥର ତାଙ୍କ ରଣ କୌଶଳ ଆଉ ଏଠାରେ କାମ କରିବ ନାହିଁ । ତେଣୁ ଏହି କ୍ରୀତଦାସମାନେ ତାଙ୍କ ମାଲିକଙ୍କ ଶରଣାପନ୍ନ ହୋଇଛନ୍ତି ବୋଲି କହିଛି ବିଜେପି । ପଞ୍ଚାୟତ ନିର୍ବାଚନ ସମୟର ପ୍ରତିଶୃତି ପୂରଣ ହୋଇନାହିଁ । ହରି ମନ୍ଦିର ଓ ନର ନାରାୟଣ ସେବାଶ୍ରମ ପଟରୁର ପ୍ରତିଶ୍ରୁତି ପୂରଣ ହୋଇ ନାହିଁ । ନିର୍ବାଚନ ଲାଭ ପାଇଁ ପଞ୍ଚାୟତ ନିର୍ବାଚନରେ, ଜାତି, ଧର୍ମ, ସମ୍ପ୍ରଦାୟ ଆଧାରରେ ଯେଉଁ ବିଭାଜନ କରିଥିଲେ ଏବେ ଆଉ ସମ୍ଭବ ହେବ ନାହିଁ । 2019 ପୂର୍ବରୁ , ମାଥିଲି ଓ ଚିତ୍ରକୋଣ୍ଡାଠାରେ ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ , ତାହା କଣ ହେଲା ? 2018ରେ ମାଲକାନାଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବାର ଛଳନା କରାଯାଇଥିବା ଅଭିଯୋଗ ହୋଇଛି, ଏପରିକି 1.5 କୋଟି ଟଙ୍କା ଦେବାର ପ୍ରତିଶ୍ରୁତି ମଧ୍ୟ ପାଳନ କରାଯାଇନାହିଁ । ଡାକ୍ତର ପଦବୀ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିବା ସହ ସଚିବ ରାଜନୀତିରେ ଯୋଡି ହୋଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାସଂଦ ବଳଭଦ୍ର ମାଝୀ, ବିଧାୟକ ଆଦିତ୍ଯ ମାଡି, ଜିଲ୍ଲା ବିଜେପି ସଭାପତି ନିମାଇ ପାଲ୍ ଓ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.