ETV Bharat / state

ଦଳିୟ ପାର୍ଥୀଙ୍କ ସୁରକ୍ଷା ଲୋଡି ଜିଲ୍ଲାପାଳ ଓ SPଙ୍କୁ ଭେଟିଲା BJP ପ୍ରତିନିଧି ଦଳ - ମାଲକାନଗିରିରେ ବିଜେଡି ବିଜେପି କଳି

ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ସୁରକ୍ଷା ଏବଂ ସ୍ବଚ୍ଛ ନିର୍ବାଚନ କରିବା ନେଇ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଦଳିୟ ପାର୍ଥୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳ ଓ SPଙ୍କୁ ଭେଟିଲେ BJP ପ୍ରତିନିଧି ଦଳ

author img

By

Published : Feb 4, 2022, 11:33 AM IST

ମାଲକାନଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ମାଲକାନଗିରି । ନିର୍ବାଚନକୁ ନେଇ ଜିଲ୍ଲାରେ ଉଷ୍ମତା ବଢୁଥିବା ବେଳ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ଟଣାଓଟରା । ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଏବଂ ଏସପିଙ୍କୁ ଭେଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ସୁରକ୍ଷା ଏବଂ ସ୍ବଚ୍ଛ ନିର୍ବାଚନ କରିବା ନେଇ ଦାବି ପତ୍ର ପ୍ରଦାନ କରିଥିଲେ।

ଦଳିୟ ପାର୍ଥୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳ ଓ SPଙ୍କୁ ଭେଟିଲେ BJP ପ୍ରତିନିଧି ଦଳ

ବିଜେପିର ପ୍ରାର୍ଥୀମାନଙ୍କୁ ବିଜେଡି ଟଙ୍କାର ପ୍ରଲୋଭନ ଦେଖାଇବା ସହ ଅପହରଣ କରିବା ସହ ଧମକାଇବା ଭଳି ଘୃଣ୍ୟ କାମ କରୁଥିବା ଅଭିଯୋଗ କରିଛି ବିଜେପି । କାଲିମେଳା ଜୋନ-୨ର ପ୍ରାର୍ଥିନୀ ରୀନା କବାସୀଙ୍କୁ ୧୦ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଇବା ଏବଂ କୋରକୋଣ୍ଡା ଜୋନ-୨ର ପ୍ରାର୍ଥୀ ପ୍ରଦୀପ ମାଡକାମୀଙ୍କୁ ଅପହରଣ କରିନେବା ଏବଂ ପ୍ରଚାର ନକରିବା ପାଇଁ ଡରାଇବା ,ଧମକାଇବା ଭଳି କାମ କରିବାକୁ ନିନ୍ଦା କରାଯାଇଛି।

ଅନ୍ୟପକ୍ଷରେ ବିଜେଡି କିନ୍ତୁ ବିଜେପିର ଏହି ମିଥ୍ୟା ଅଭିଯୋଗକୁ ନିନ୍ଦା କରିବା ସହ ଏବେ ବିଜେପିକୁ ହାରିବା ଭୟ ଘାରିଛି। ବିଜେଡି କେବେ ମଧ୍ୟ କାହାରିକୁ ଡରାଇବା କିମ୍ବା ଧମକାଇବା ଭଳି କାମ କରିନାହିଁ କି କରିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି । ସ୍ବଚ୍ଛ ଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିରେ ଲୋକେ ବିଜେଡିକୁ ସମର୍ଥନ କରୁଥିବାରି ବିଜେପି ଏଭଳି ମିଥ୍ୟା ଅଭିଯୋଗ ଆଣି ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ବିଜେଡି କହିଛି ।

ମାଲକାନଗିରିରରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.