ETV Bharat / state

CS Visits Malkangiri: 2024 ସୁଦ୍ଧା ମାଲକାନଗିରିରେ କାର୍ଯ୍ୟକ୍ଷମ ହେବ ଏୟାରପୋର୍ଟ - 2024 ସୁଦ୍ଧା ମାଲକାନଗିରିରେ ଏୟାରପୋର୍ଟ

ଗୁରୁବାର ମାଲକାନଗିରି ଜିଲ୍ଲାକୁ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ସେ । ଅଧିକ ପଢ଼ନ୍ତୁ

ମାଲକାନଗିରି ଗସ୍ତରେ ମୁଖ୍ଯ ଶାସନ ସଚିବ
ମାଲକାନଗିରି ଗସ୍ତରେ ମୁଖ୍ଯ ଶାସନ ସଚିବ
author img

By

Published : Apr 15, 2022, 7:42 AM IST

ମାଲକାନଗିରି: ଗୁରୁବାର ମାଲକାନଗିରି ଜିଲ୍ଲାକୁ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେଠାରେ ପହଁଞ୍ଚି ସ୍ଥାନୀୟ ଡିଆରଡିଏ ସଭାଗୃହରେ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ଉପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ପରେ ସ୍ବାଭିମାନ ଅଞ୍ଚଳର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ କେତେ ଦୂର କାମ ହୋଇଛି ତା ଉପରେ ବିଭିନ୍ନ ବିଭାଗ ସହ ଆଲୋଚନା କରିଥିଲେ ।

ମାଲକାନଗିରି ଗସ୍ତରେ ମୁଖ୍ଯ ଶାସନ ସଚିବ

ଜିଲ୍ଲାରେ ପିଇବା ପାଣିର ସମସ୍ୟା ନେଇ ଗଣମାଧ୍ୟମ ପତିନିଧିଙ୍କ ପ୍ରଶ୍ନରେ ଉତ୍ତର ଦେଇ ସେ କହିଥିଲେ ଜିଲ୍ଲାରେ ମାଲକାନଗିରି ସହର ଓ ବାଲିମେଳା ସହର ପାଇଁ ଦୁଇଟି ମେଗା ପାଣି ପ୍ରୋଜେକ୍ଟ ଚାଲିଛି । ଯାହାଫଳରେ ଜିଲ୍ଲାରେ ବହୁତ ଜଲଦି ପାଣି ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି । ମାଲକାନଗିରି ଏଆର୍ ଷ୍ଟ୍ରିପ ନିର୍ମାଣ ଉପରେ ପରେ ସରକାରଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି । ତାହା ମଧ୍ୟ 2024 ମସିହା ସୁଧା ସବୁ କାମ ସରିବ ବୋଲି ସେ କହିଛନ୍ତି । ତେବେ ମାଲକାନଗିରି ଠାରେ ହେବାକୁ ଥିବା ଏଆର୍ ଷ୍ଟ୍ରିପ ବୁଲି ଦେଖିଥିଲେ । ଏହାପରେ ସେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ବୋଡର ଏରିଆ ମୋଟୁ ଅଞ୍ଚଳ ପରିଦର୍ଶନ କରି ଭୁବନେଶ୍ଵର ଫେରିଯାଇଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.