ETV Bharat / state

ମେଧାବୀ ବଣ୍ଡା ଛାତ୍ରୀ କର୍ମାଙ୍କୁ ମିଳିଲା ସହାୟତା, ପାଠପଢ଼ା ଖର୍ଚ୍ଚ ବହନ କରିବ ପ୍ରଶାସନ

author img

By

Published : May 31, 2023, 7:22 PM IST

ଆଉ ମୂଲ ଲାଗିବେନି ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲି । ପଢା ଖର୍ଚ୍ଚ ପାଇଁ ସହାୟତାର ହାତ ବଢ଼ାଇଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

tribal student karma muduli
ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲି

ମେଧାବୀ ବଣ୍ଡା ଛାତ୍ରୀ କର୍ମାଙ୍କୁ ମିଳିଲା ସହାୟତା

ମାଲକାନଗିରି: ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ମାଲକାନଗିରି ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି । ବଣ୍ଡା ମେଧାବୀ ଛାତ୍ରୀ ଦିନ ମଜୁରିଆ ଭାବେ କାମ କରୁଥିବା ଖବର ପ୍ରସାରଣ ପରେ କର୍ମା ମୁଦୁଲିଙ୍କ ନିକଟରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ । କର୍ମାଙ୍କ ପାଠପଢ଼ା ପାଇଁ ପ୍ରଶାସନ ସମସ୍ତ ଖର୍ଚ୍ଚ ବହନ କରିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କୁ ୩୦ ହଜାର ଟଙ୍କା ଚେକ୍‌ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବଣ୍ଡାଘାଟିର ମେଧାବୀ ଛାତ୍ରୀ, ପଢାଖର୍ଚ୍ଚ ପାଇଁ ସାଜିଲେ ଦିନ ମଜୁରିଆ

ମାଲକାନଗିରିର ମେଧାବୀ ବଣ୍ଡା ଛାତ୍ରୀ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ଦିନ ମଜୁରିଆ କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇଛି । ଏହାପରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ତଥା ଖଇରପୁଟ ବ୍ଲକ ସମ୍ପ୍ରସାରଣ ଅଧିକାରୀ କର୍ମା ରହୁଥିବା ଠିକା କ୍ୟାମ୍ପରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଶେଷ କରି କର୍ମା ଯୁକ୍ତ ୨ ବାଣିଜ୍ୟରେ ଜିଲ୍ଲା ଟପ୍ପର ହେବା ପରେ କଣ ସବୁ ସରକାରୀ ସହାୟତା ପାଇଛନ୍ତି, ମୁଦୁଲିପଡ଼ା ପଡେଇଗୁଡା ଗାଁରେ ରହୁଥିବା ତାଙ୍କ ପିତାମାତା ପେନସନ ପାଉଛନ୍ତି ନା ନାହିଁ ଏବଂ କେଉଁ ପରିସ୍ଥିତିରେ କର୍ମା ଦିନ ମଜୁରିଆ ହୋଇ ମାଲକାନଗିରି ସଦର ମହକୁମାରେ ମୂଲ ଲାଗୁଛନ୍ତି, ତାହା ପୁଙ୍ଖାନୁପୁଙ୍ଖ ଭାବେ ପଚାରି ବୁଝିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ତେବେ କର୍ମାଙ୍କୁ ଭୁବନେଶ୍ବର ହଷ୍ଟେଲ୍‌ରେ ରହି ପାଠ ପଢିବାକୁ ଅତିକମ୍‌ରେ ମାସିକ ୩୦୦୦ ଟଙ୍କା ଆବଶ୍ୟକ ପଡୁଛି । ତେଣୁ ସେ ଖରା ଛୁଟିରେ ଘରକୁ ଆସି ମୂଲ ଲାଗି ଟଙ୍କା ରୋଜଗାର କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି ।

ଆଜି ଜିଲ୍ଲା ମଙ୍ଗଳ ଅଧିକାରୀ ମାଲକାନଗିରି ଜିଲ୍ଲାପାଳଙ୍କ ନିକଟକୁ ନେଇ ଯାଇଥିଲ । ସେଠାରେ କର୍ମା ଜିଲ୍ଲାପାଳଙ୍କୁ ନିଜର ଦୁଃଖ ଜଣାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କର୍ମାଙ୍କୁ ୩୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଭିସାଲ ସିଂହ । କର୍ମାଙ୍କୁ ଖୁବ ଶୀଘ୍ର ଲାପଟାପ ମଧ୍ୟ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, "କର୍ମା ପଢୁଥିବା ରମାଦେବୀ ବିଶ୍ବବିଦ୍ୟାଳୟରେ ରହିବା, ଖାଇବା ସମେତ ସମସ୍ତ ଫି'କୁ ଛାଡ଼ କରାଯାଇଛି । ଏହି ଟଙ୍କା ସରକାର ବହନ କରିବେ । ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଦୁଇ ବର୍ଷ ଲାଗି ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ତାଙ୍କୁ ଲାପଟାପ ପ୍ରଦାନ ପାଇଁ ସରକାର ୩୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.