ETV Bharat / state

ମାଥିଲି ଗୁଳିକାଣ୍ଡକୁ 77 ବର୍ଷ, ମନେପଡିଲେ ମାଲକାନଗିରିର ବୀର ସନ୍ତାନ - ମାଲକାନଗିରି ଜିଲ୍ଲା

ମାଥଲି ଗୁଳିକାଣ୍ଡକୁ ପୁରିଛି 77ବର୍ଷ । ପାଳିତ ହୋଇଛି ଶହୀଦ ଦିବସ । ଶହୀଦ ସ୍ମୃତିସ୍ତମ୍ଭରେ ଦେଇଛନ୍ତି ଶ୍ରଦ୍ଧାଞ୍ଜଳୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Aug 22, 2019, 11:30 PM IST

Updated : Aug 22, 2019, 11:47 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଗୁଳିକାଣ୍ଡ ଦିବସକୁ ପୁରିଛି ୭୭ ବର୍ଷ । ହେଲେ ସେହି ଦିନକୁ ଆଜିବି ଭୁଲି ପାରି ନାହାନ୍ତି ସଂଗ୍ରାମୀ ପରିବାରବର୍ଗ। ୧୯୪୨ ମସିହାରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ମାଥିଲି ଥାନା ଉପରେ ଆକ୍ରମଣ କରିଥିଲେ ଶତାଧିକ ଆଦିବାସୀ ସଂଗ୍ରାମୀ । ଥାନା ଉପରେ ତ୍ରିରଙ୍ଗା ପତାକା ଲଗାଇବାକୁ ଯାଇ ଶହୀଦ ହୋଇଥିଲେ ଅନେକ ଆଦିବାସୀ ବୀର ପୁରୁଷ । ସେମାନଙ୍କୁ ମନେ ପକାଇ ପ୍ରତିବର୍ଷ ପାଳିତ ହେଉଛି ମାଥିଲି ଗୁଳିକାଣ୍ଡ ଦିବସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ଡାକରାରେ ମାତି ଉଠିଥିଲେ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ସଂଗ୍ରାମୀ । ଦେଶର ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ଏହି ଅଞ୍ଚଳର ଅନେକ ବୀର ସନ୍ତାନ । ଯେଉଁ ମାନଙ୍କର ନେତୃତ୍ବ ନେଇଥିଲେ ବୀର ଆଦିବାସୀ ସଂଗ୍ରାମୀ ଲକ୍ଷ୍ମଣ ନାୟକ । ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ବରେ ମାଥିଲି ଥାନା ଉପରେ ଆକ୍ରମଣ କରିଥିଲେ ଶତାଧିକ ସଂଗ୍ରାମୀ । ଥାନା ଉପରେ ତ୍ରିରଙ୍ଗା ପତାକା ଲଗାଇବାକୁ ଯାଇ ପୋଲିସ ଗୁଳିରେ ଶହୀଦ ହୋଇଥିଲେ ସାତ ଜଣ ବୀର ସନ୍ତାନ । ସେମାନଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ପ୍ରତିବର୍ଷ ପାଳିତ ହୁଏ ଶହୀଦ ଦିବସ । ତେବେ ଦେଶ ଲାଗି ବଳିଦାନ ଦେଇଥିବା ଆଦିବାସୀ ସଂଗ୍ରାମୀ ମାନଙ୍କୁ ସରକାର ଭୁଲିଯାଇଥିବା ବେଳେ ସେମାନଙ୍କ ପରିବାରକୁ ପ୍ରଶାସନ ଅଣଦେଖା କରୁଥିବା ନେଇ ସ୍ଥାନୀୟ ଆଦିବାସୀ ନେତା କ୍ଷୋଭର ସହ କହିଛନ୍ତି ।

ମାଥିଲିର ସେହି ଐତିହାସିକ ଦିବସକୁ ଆଜି ଯାଏଁ ସରକାରୀ ଭାବେ ଘୋଷଣା କରା ଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟର ଅନେକ ମନ୍ତ୍ରୀ ଅନେକ ଥର ଏହାକୁ ସରକାରୀ ଭାବେ ଘୋଷଣା କରିବାର କଥା କହିଥିଲେ ହେଁ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ । ତଥାପି ସ୍ଥାନୀୟ ଲୋକେ ନିଜସ୍ବ ଉଦ୍ୟମରେ ପାଳୁଛନ୍ତି ସେହି ଐତିହାସିକ ମାଥିଲି ଗୁଳିକାଣ୍ଡ ଦିବସ । ଏହି ଅବସରେ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ଓ ମାଲକାନଗିରି ବିଧାୟକ ଓ ଆଦିବାସୀ ଉନ୍ନୟନ ପରିଷଦର ସଭାପତି ମାନସ ମାଡକାମୀ ପ୍ରମୁଖ ଯୋଗ ଦେଇଥିଲେ ।

୧୯୪୨ ମସିହାର ସେହି ଐତିହାସିକ ଦିନଟି ଆଜି ପାଳିତ ହୋଇଥିଲା । ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଶହୀଦ ସ୍ମୃତିସ୍ତମ୍ଭ ଯାଏଁ ଏକ ବିରାଟ ଶୋଭାଯାତ୍ରାରେ ସ୍କୁଲ କୋଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଓ ମନ୍ତ୍ରୀ ସାଂସଦ ସମସ୍ତେ ଆସିଥିଲେ ଶହୀଦ ସ୍ତମ୍ଭ ନିକଟକୁ । ହେଲେ ସରକାର ଆଜିଯାଏ ଏହାକୁ ସ୍ବୀକୃତି ଦେଇନଥିବା ବେଳେ କେବେ ସ୍ବୀକୃତି ଦେବେ ତାକୁ ଅପେକ୍ଷା ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ମାଥିଲି ଗୁଳିକାଣ୍ଡ ଦିବସକୁ ବିତିଯାଇଛି ଦୀର୍ଘ ୭୭ ବର୍ଷ । ହେଲେ ସେହି ଦିନକୁ ଆଜିଭି ଭୁଲି ପାରି ନାହାନ୍ତି ସଂଗ୍ରାମୀ ପରିବାର ଲୋକେ । ୧୯୪୨ ମସିହାରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସ୍ଵର ଉତ୍ତଳନ କରି ମାଥିଲି ଥାନା ଉପରେ ଆକ୍ରମଣ କରିଥିଲେ ଶତାଧିକ ଆଦିବାସୀ ସଂଗ୍ରାମୀ । ଥାନା ଉପରେ ତ୍ରିରଙ୍ଗା ପତାକା ଲଗାଇବାକୁ ଯାଇ ସହିଦ ହୋଇଥିଲେ ଅନେକ ଆଦିବାସୀ ବୀର ପୁରୁଷ । ସେମାନଙ୍କୁ ମନେ ପକାଇ ପାଳିତ ହୋଇଛି ମାଥିଲି ଗୁଳିକାଣ୍ଡ ଦିବସ । Body:ଭି.ଓ-୧ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦଳନର ଡାକରା ରେ ମାତି ଉଠିଥିଲେ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ସଂଗ୍ରାମୀ । ଦେଶର ସ୍ଵାଧୀନତା ଆନ୍ଦଳନରେ ଭାଗ ନେଇଥିଲେ ଏ ଅଞ୍ଚଳର ଅନେକ ବୀର ସନ୍ତାନ । ଯେଉଁ ମାନଙ୍କର ନେତୃତ ନେଇଥିଲେ ବୀର ଆଦିବାସୀ ସଂଗ୍ରାମୀ ଲକ୍ଷ୍ମଣ ନାୟକ । ୧୯୪୨ ମସିହା ଅଗୋଷ୍ଟ ୨୧ ତାରିଖ ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତରେ ମାଥିଲି ଥାନା ଉପରେ ଆକ୍ରମଣ କରିଥିଲେ ଶତାଧିକ ସଂଗ୍ରାମୀ । ଥାନା ଉପରେ ତ୍ରିରଙ୍ଗା ପତାକା ଲଗାଇବାକୁ ଯାଇ ପୋଲିସ ଗୁଳିରେ ସହିଦ ହୋଇଥିଲେ ସାତ ଜଣ ବୀର ସନ୍ତାନ । ସେମାନଙ୍କ ଉଦ୍ଧେଶ୍ୟରେ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ପ୍ରତିବର୍ଷ ପାଳିତ ହୁଏ ସହିଦ ଦିବସ । ଏହି ଅବସରରେ ରାଜ୍ୟର ଯାଜପୁର, ଭଦ୍ରକ, ବାଲେଶ୍ଵର,କଟକ, କୋରାପୁଟ, ନବରଙ୍ଗପୁର ଜିଲ୍ଲାରୁ ମାଥିଲି ଆସିଥିଲେ ଅନେକ ସ୍ଵାଧୀନତା ସଂଗ୍ରାମୀ । ଯେଉଁ ମାନଙ୍କ ଉଦ୍ଧେଶ୍ୟ ଥିଲା ଦେଶପାଇଁ ଜୀବନ ବଳିଦାନ ଦେଇଥିବା ସହିଦ ମାନଙ୍କ ନାମକୁ ରାଜ୍ୟ ବାହାରେ ପ୍ରକାଶିତ କରିବା । ତେବେ ଦେଶ ଲାଗି ବଳିଦାନ ଦେଇଥିବା ଆଦିବାସୀ ସଂଗ୍ରାମୀ ମାନଙ୍କୁ ସରକାର ଭୁଲିଯାଇଥିବା ବେଳେ ସେମାନଙ୍କ ପରିବାରକୁ ପ୍ରଶାସନ ଅଣଦେଖା କରୁଥିବା ନେଇ ସ୍ଥାନୀୟ ଆଦିବାସୀ ନେତାଏ ଉଦବେଗ ପ୍ରକାଶ କରିଛନ୍ତି ।

ବାଇଟ-୧- ବୟଲଚନ ଜେନା, ସ୍ଵାଧୀନତା ସଂଗ୍ରାମୀ
ବାଇଟ-୨- ଘେନୁ ମୁଦୁଲି, ଜିଲ୍ଲା ଆଦିବାସୀ ସଂଘ ନେତା

ଭି.ଓ-୨- ଦେଶର ସ୍ଵାଧୀନତା ଆନ୍ଦଳନ ପାଇଁ ଜୀବନ ଦେଇଥିଲେ ଏ ଅଞ୍ଚଳର ଅନେକ ଆଦିବାସୀ ସଂଗ୍ରାମୀ । ତେବେ ମାଥିଲିର ସେହି ଐତିହାସିକ ଦିବସକୁ ଆଜି ଯାଏଁ ସରକାରୀ ଭାବେ ଘୋଷଣା କରା ଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷଭ ସୃଷ୍ଟି ହୋଇଛି । ରାଜ୍ୟର ଅନେକ ମନ୍ତ୍ରୀ ଅନେକ ଥର ଏହାକୁ ସରକାରୀ ଭାବେ ଘୋଷଣା କରିବାର କଥା କହୁଥିଲେ ହେଁ ତାହା ବର୍ତ୍ତମାନ ସୁଦ୍ଧା କାର୍ଜ୍ୟକାରୀ ହୋଇନାହିଂ ତଥାପି ସ୍ଥାନୀୟ ଲୋକେ ନିଜସ୍ୱ ଉଦ୍ୟମରେ ପାଳିଛନ୍ତି ସେହି ଐତିହାସିକ ମାଥିଲି ଗୁଳିକାଣ୍ଡ ଦିବସ । ହାତରେ ତ୍ରିରଙ୍ଗା ପତକା ନେଇ ଆଦିବାସୀ ମାନେ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ମାଥିଲି ଥାନା ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା ରେ ଯାଇଥିଲେ । ବୀର ସନ୍ତାନଙ୍କ ଧନିରେ କମ୍ପୁଥିଲା ସମଗ୍ର ମାଥିଲି ଅଞ୍ଚଳ । ଏହି ଅବସରେ ହସ୍ତ ତନ୍ତ୍ର ବୟନ ମନ୍ତ୍ରୀ ପଦ୍ମିନୀ ଡିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ଓ ମାଲକାନଗିରି ବିଧାୟକ ଓ ଆଦିବାସୀ ଉନ୍ନୟନ ପରିଷଦର ସଭାପତି ମାନସ ମାଡକାମୀ ପ୍ରମୁଖ ଯୋଗ ଦେଇଥିଲେ ।

ବାଇଟ-୩- ଛାତ୍ରୀ
ବାଇଟ-୪ ରମେଶ ମାଝୀ, ସାଂସଦ ନବରଙ୍ଗପୁର
ବାଇଟ-୫- ପଦ୍ମିନୀ ଡିଆନ, ହସ୍ତ୍ର ତନ୍ତ୍ର ବୟନ ମନ୍ତ୍ରୀ ଓଡିଶା
Conclusion:ଫା.ଭି.ଓ- ଦିନକ ପାଇଁ ସମସ୍ତେ ମନେ ପକେଇଥିଲେ ୧୯୪୨ ମସିହାର ସେହି ଐତିହାସିକ ଦିନ ଟିକୁ । ସ୍କୁଲ କୋଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଓ ମନ୍ତ୍ରୀ ସାଂସଦ ସମସ୍ତେ ଉପସ୍ଥିତ ହୋଇଥିଲେ ସହିଦ ସ୍ତମ୍ଭ ନିକଟରେ । ତେବେ ସେହି ଦିନଟି ଗଲା ପରେ ସମସ୍ତେ ଭୁଲି ଯାଆନ୍ତି ସହିଦ ମାନଙ୍କୁ ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
Last Updated : Aug 22, 2019, 11:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.