ETV Bharat / state

‘ବନ୍ୟା ପରେ ପରିସ୍ଥିିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ’ - emergency officer

ଜିଲ୍ଲାରେ ବନ୍ୟା ପରବର୍ତ୍ତି ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି ଜରୁରୀକାଳୀନ ଅଫିସର । ବନ୍ୟାପର ପରିସ୍ଥିତିକୁ ମୁକାବିଲା କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ପ୍ରଶାସନ ବୋଲି ସେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲାକାନାଗିରି
author img

By

Published : Aug 3, 2019, 9:16 PM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ତଥାପି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ସମସ୍ତ ନଦୀରେ ବିପଦ ସଂକେତ ଉପରେ ଜଳ ପ୍ରଭାହିତ ହେଉଛି । ପାଙ୍ଗାମ, କାଙ୍କୁରକୋଣ୍ଡା, ପୋଟେରୁ, କୋରକୋଣ୍ଡା, ଏମଭି37, ଚାଲନଗୁଡା ଓ କନ୍ୟାଶ୍ରମ ନଦୀ ପୋଲଉପରେ ପାଣି କମିଥିବା ସହ ମାଲକାନଗିରି ଠାରୁ ଜୟପୁର, ବାଲିମେଳା, କାଲିମେଳା, ମୋଟୁ ଓ ପୋଡ଼ସି ରାଜ୍ୟ ଛତିଶଗଡ଼ର ସୁକୁମା ଅଞ୍ଚଳକୁ ଯାନ ବାହନ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି ।

ବନ୍ୟା ଯୋଗୁ ମାଲକାନଗିରି ଜିଲ୍ଲାର 6ଟି ବ୍ଲକ ପ୍ରଭାବିତ ହୋଇଛି । ତେବେ କରୁକୋଣ୍ଡା, ମାଥିଲି ଓ କାଲିମେଳା ବ୍ଲକ ସବୁଠାରୁ ଅଧିକା କ୍ଷତିଗ୍ରସ୍ତ ହୋଇଛି । ବନ୍ୟାକୁ ଦେଖି ଶୁକ୍ରବାର (3 ଅଗଷ୍ଟ) ଦିନ ଜିଲ୍ଲାପାଳ ଦୁଇ ଦିନ ଲାଗି ସ୍କୁଲ କଲେଜକୁ ଛୁଟି ଘୋଷଣା କରିଥିଲେ । ବର୍ଷାର ପରିମାଣ ବଢିଲେ ଏହାକୁ ଆହୁରି ଅଧିକ ବଢାଯାଇପାରେ । ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ସମସ୍ତ ଥାନାର ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି 630 ଜଣଙ୍କୁ 23ଟି ବନ୍ୟା ଆଶ୍ରୟ ସ୍ଥଳିରେ ରଖାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି । ବନ୍ୟାରେ 40ହେକ୍ଟର ଚାଷ ଜମି ବର୍ତ୍ତମାନ ସୁଦ୍ଧା କୌଣସି ସହାୟତା ମିଳିନଥିବା ବେଳେ ଆକଳନ କରାଯାଇ ସମସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି । ବନ୍ୟା ସହ ମୁକାବିଲା କରିବା ପାଇଁ କେଉଁ ପଦକ୍ଷେପ ଜିଲ୍ଲା ପ୍ରଶାସନ ନେଉଛି ସେ ନେଇ ସମ୍ପୂର୍ଣ ବିବରଣୀ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅକ୍ଷୟ ଖେମୁଡୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲାକାନାଗିରି

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଲଗାଣ ବର୍ଷା ଯୋଙ୍ଗୁ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ତଥାପି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ସମସ୍ତ ନଦୀରେ ଜଳ ପତନ ବିପଦ ସଂକେତ ଉପରେ ପ୍ରଭାହିତ ହେଉଛି ।

Body:ପାଙ୍ଗାମ, କାଙ୍କୁରକୋଣ୍ଡା, ପୋଟେରୁ, କୋରକୋଣ୍ଡା, ଏମ୍ଭି37, ଚାଲନଗୁଡା ଓ କନ୍ୟାଶ୍ରମ ନଦୀ ପୋଲଉପରେ ପାଣି କମିଥିବା ବେଳେ ମାଲକାନଗିରି ଠାରୁ ଜୟପୁର, ବାଲିମେଳା, କାଲିମେଳା, ମୋଟୁ ଓ ପୋଡ଼ସି ରାଜ୍ୟ ଛତିଶଗଡ଼ର ସୁକୁମା ଅଞ୍ଚଳକୁ ଯାନ ବାହନ ଚଳାଚଳ ଆରମ୍ଭ ହୋଇଛି । ବନ୍ୟା ଯୋଙ୍ଗୁ ମାଲକାନଗିରି ଜିଲ୍ଲାର 6ଟି ବ୍ଲକ ପ୍ରଭାବିତ ହୋଇଛି ତେବେ କରୁକୋଣ୍ଡା, ମାଥିଲି ଓ କାଲିମେଳା ବ୍ଲକ ସବୁଠାରୁ ଅଧିକା କ୍ଷତିଗ୍ରସ୍ତ ହୋଇଛି । ବନ୍ୟାକୁ ଦେଖି ଶୁକ୍ରବାର ଦିନ ଜିଲ୍ଲାପାଳ ଦୁଇ ଦିନ ଲାଗି ସ୍କୁଲ କଲେଜ ଛୁଟି ଘୋଷଣା କରିଥିଲେ ତେବେ ବର୍ଷାର ପରିମାଣ ବଢିଲେ ଏହାକୁ ଆହୁରି ଅଧିକ ବଢାଯାଇପାରେ । ପରିସ୍ଥିତି ଉପରେ ନଜର ରଖିବା ଲାଗି ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ସମସ୍ତ ଥାନାର ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି 630 ଜଣଙ୍କୁ 23ଟି ବନ୍ୟା ଆଶ୍ରୟ ସ୍ତଳିରେ ରଖାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି । ବନ୍ୟାରେ 40ହେକ୍ଟର ଚାଷ ଜମି ବର୍ତ୍ତମାନ ସୁଦ୍ଧା କୌଣସି ସହାୟତା ମିଳିନଥିବା ବେଳେ ଆକଳନ କରାଯାଇ ସମସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ କହିଛନ୍ତି ।

Conclusion:ଏହା ସହ ଆଉ କଣ କଣ ପଦକ୍ଷେପ ଜିଲ୍ଲା ପ୍ରଶାସନ ନେଇଛି ଏହା ଉପରେ ସମ୍ପୂର୍ଣ ବିବରଣୀ ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅକ୍ଷୟ ଖେମୁଡୁ ।

one2one- Akhya khemudu, Emergency Officer
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.