ETV Bharat / state

ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ: ପଥର ମାଡ ଖାଇଲେ, ଗାଁରେ ଘର ପୋଡିଲେ

author img

By

Published : Jan 26, 2020, 10:12 PM IST

Updated : Jan 26, 2020, 11:25 PM IST

ପ୍ରଥମ ଥର ପାଇଁ ସ୍ବାଭିମାନ ଅଞ୍ଚଳରେ ହୋଇଛି ମାଓବାଦୀ-ଆଦିବାସୀ ଲଢେଇ। ଉନ୍ନୟନମୂଳକ କାମକୁ ବିରୋଧ କରୁଥିବା ମାଓବାଦୀଙ୍କୁ ଆକ୍ରମଣ କରିଛନ୍ତି ଆଦିବାସୀ । ଲାଲବାହିନୀଙ୍କୁ ସରଳ ଆଦିବାସୀ ଚେତାବନୀ ଦେଇଛନ୍ତି ଆଉ ଚଳିବ ନାହିଁ ଗୁଳି ବାରୁଦର ଧମକ। ଏଣିକି ଆଦିବାସୀଙ୍କ ସ୍ବାଭିମାନରେ ବାଧା ଦେଲେ ଧନୁତୀରରେ ଦିଆଯିବ ଜବାବ। ଆଉ ଯାହାର ଟ୍ରେଲର ଦେଖାଇଛନ୍ତି ଆଦିବାସୀ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

maiost trival fight in malkangiri
maiost trival fight in malkangiri

ମାଲକାନଗିରି: ଇତିହାସରେ ପ୍ରଥମଥର ପାଇଁ ମାଓବାଦୀ ବନାମ ଆଦିବାସୀ ଲଢେଇ ଦେଖିବାକୁ ମିଳିଛି । ଯେଉଁ ମାଓବାଦୀ ଦିନେ ଆଦିବାସୀଙ୍କୁ ଢାଲ କରି ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରୁଥିଲେ ଏବେ ସେହି ଆଦିବାସୀ ମାଓବାଦୀଙ୍କୁ ଦେଇଛନ୍ତି ପାନେ। ଦୀର୍ଘ ୬ ଦଶନ୍ଦି ପରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲାକାନଗିରର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ।

ମାଓବାଦୀ–ଗ୍ରାମବାସୀ ଲଢେଇ: ଜାଳିଦେଲେ ଘର, ଜଣେ ମାଓବାଦୀ ମୃତ

ଘଟଣା ଅନୁସାରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଜାନବାଇ ଠାରୁ ଯୋଡାଆମ୍ବ ପର୍ଯ୍ୟନ୍ତ ଦୀର୍ଘ ୧୪ କିଲୋମିଟର ରାସ୍ତା କାମକୁ ତରାନ୍ବିତ କରିଛି ମାଲକାନଗିରି ପୋଲିସ । ବିଏସଏଫ ଯବାନଙ୍କ କଡା ସୁରକ୍ଷା ବଳୟରେ ଚାଲିଛି ରାସ୍ତା କାମ । ଏହି ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିବା ପାଇଁ ମାଓବାଦୀ ଆଦିବାସୀଙ୍କୁ ପ୍ରବର୍ତ୍ତାଇଥିଲେ। ମାଓ ସଙ୍ଗଠନର ୨୦ ରୁ ୨୫ ଜଣ ସଦସ୍ୟ ଶନିବାର ରାତିରେ ପହଞ୍ଚିଥିଲେ ଜନ୍ତୁରାଇ ଗାଁରେ। ଗାଁ ଲୋକେ ନକ୍ସଲଙ୍କ କଥା ନଶୁଣିବାରୁ, ସେମାନେ ଆଦିବାସୀଙ୍କୁ ଭୟଭୀତ କରିବା ଲାଗି ଫାଙ୍କା ଗୁଳି ଚାଳନା କରିଥିଲେ।

ଯାହାର ଜବାବ ଦେବାକୁ ଯାଇ ଆଦିବାସୀ ପଥର ମାଡ କରିବା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ପାଲଟା ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ଜଣେ ମାଓନେତାଙ୍କ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାଓବାଦୀକୁ ଧରି ଆଦିବାସୀ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଛନ୍ତି।

ଜନ୍ତୁରାଇ ଗାଁ ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ମାଓବାଦୀ ହେଉଛନ୍ତି ଗୁମ୍ମା ଏରିଆ କମିଟି ମେମ୍ବର ଗଙ୍ଗା ମାଢି। ଏହି ମାଓନେତାଙ୍କ ନାମରେ ରାଜ୍ୟ ସରକାର ପୁର୍ବରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଆହତ ହୋଇ ଧରାପଡିଥିବା ମାଓବାଦୀ ହେଉଛନ୍ତି କୋରାପୁଟ ନାରାୟଣପାଟଣା ନକ୍ସଲ ସଙ୍ଗଠନର ଏସିଏମ । ତାଙ୍କ ଉପରେ ପୂର୍ବରୁ ରାଜ୍ୟ ସରକାର 4 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଦୁଇ ଜଣ ହାର୍ଡକୋର ମାଓବାଦୀ ଗାଁ ଲୋକଙ୍କ ହାତରେ ଧରା ପଡିବା ପରେ ସେଠାରେ ଦେଖାଦେଇଛି ଉତ୍ତେଜନା।

ପୁଣି ଥରେ ଲାଲବାହିନୀ ଜନ୍ତୁରାଇ ଗାଁରେ ପହଞ୍ଚି ପୋଡାଜଳା କରିଛନ୍ତି। ନିରୀହ ଆଦିବାସୀ ଲୋକଙ୍କ ଘର ଦ୍ବାର ଭାଙ୍ଗିବା ସହ ୧୦ଟି ଘରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ ୫ଟି ମୋଟର ସାଇକେଲକୁ ମଧ୍ୟ ନିଆ ଲଗାଇ ପୋଡି ଦେଇଛନ୍ତି ନକ୍ସଲ । ଫଳରେ ଗାଁ ଲୋକେ ଏବେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି।

ସରକାରଙ୍କ ଉନ୍ନୟନମୂଳକ କାମରେ ବାଧା ସୃଷ୍ଟି କରିବା ଲାଗି ଯାଇଥିବା ନକ୍ସଲଙ୍କୁ ପ୍ରଥମ ଥର ଲାଗି ଏମିତି ହଟହଟା ହେବାକୁ ପଡିଛି। ସ୍ବାଧୀନତାର ୭୩ ବର୍ଷ ପରେ ନିଜ ଅଞ୍ଚଳ ବିକାଶ ଲାଗି ନକ୍ସଳଙ୍କୁ ଘୋର ବିରୋଧ କରିଛନ୍ତି ସ୍ବାଭିମାନ ଅଞ୍ଚଳର ବାସିନ୍ଦା। ଯାହାକୁ ଦେଖି ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳରେ ପୂର୍ଣ୍ଣ ସ୍ବରାଜ୍ୟ ଫେରିବା ପରି ଲାଗୁଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଲାଲ ବାହିନୀକୁ ଲାଗିଲା ଶକ୍ତ ଝଟକା । ସ୍ବାଧିନତାର ୭୩ ବର୍ଷ ପରେ ମାଓବାଦୀଙ୍କୁ ବିରୋଧ କଲେ ମାଲକାନଗିରି ଜିଲ୍ଲାର ଶହ ଶହ ଆଦିବାସି । ସ୍ଵାଭିମାନ ଅଞ୍ଚଳର ବିକାଶ ଲାଗି ନକ୍ସଲ ପନ୍ଥିଙ୍କୁ ଗୋଡାଇ ଗୋଡାଇ ପିଟିଲେ ଜନ୍ତୁରାଇ ଗ୍ରାମବାସି । ଘଟଣାରେ ଜଣେ କୁଖ୍ୟାତ ନକ୍ସଲ ପ୍ରାଣ ହରାଇଥିବା ବେଳେ କୋରାପୁଟ ନାରାୟଣପାଟଣା ଅଞ୍ଚଳର ଅନ୍ୟ ଜଣେ ହାର୍ଡଖୋର ମାଓ ନେତାଙ୍କୁ କାବୁ କରି ପୋଲିସ ପାଖରେ ହସ୍ତାନ୍ତର କରିଛନ୍ତି ଗାଁ ଲୋକେ । ତେବେ ପୁଣି ଥରେ ଜନ୍ତୁରାଇ ଗାଁରେ ନକ୍ସଲ ବାହିନୀ ପହଞ୍ଚି ପୋଡା ଜ୍ବଳା କରିଛନ୍ତି । ଦେଖନ୍ତୁ ଇଟିଭି ଭାରତର ଏକ୍ସକ୍ଲୁସିଭ ରିପୋର୍ଟ......Body:ଭି.ଓ.୧ - ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଆଦିବାସି ଜନତା ଓ ମାଓବାଦି ମୁହାଁ ମୁହିଁ । ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରିବାରୁ ଲାଲ ବାହିନୀକୁ କଡା ଜବାବ୍ ଦେଲେ ଗ୍ରାମବାସୀ । ଦିର୍ଘ ୬ ଦଶନ୍ଦି ପରେ ଏଭଳି କିଛି ଅଲଗା ଚିତ୍ର ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ । ଗୁରୁପ୍ରିୟା ସେତୁ ନିର୍ମାଣା ହେବା ପରେ ଜାନବାଇ ଠାରୁ ଜୋଡାମ୍ବ ପର୍ଯ୍ୟନ୍ତ ଦିର୍ଘ ୧୪ କିଲୋମିଟର ରାସ୍ତା କାମକୁ ତ୍ବାରାନ୍ନିତ କରିଛି ମାଲକାନଗିରି ପୋଲିସ । ବି.ଏସ.ଏଫ ଜବାନଙ୍କ କଡା ସୁରକ୍ଷା ବଳୟ ଭିତରେ ସେଠାରେ ଚାଲିଛି ରାସ୍ତା କାମ । ଯାହାକୁ ବିରୋଧ କରିବା ଲାଗି ମାଓ ସଂଗଠନର ୨୦ ରୁ ୨୫ ଜଣ ସଦସ୍ୟ ଗତକାଲି ରାତିରେ ପହଞ୍ଚିଥିଲେ ଜନ୍ତୁରାଇ ଗାଁରେ । ତେବେ ଗାଁ ଲୋକେ ନକ୍ସଲ ପନ୍ଥିଙ୍କ କଥା ନଶୁଣିବାରୁ ନକ୍ସଲ ମାନେ ଆଦିବାସି ଲୋକଙ୍କୁ ଭୟବିତ କରିବା ଲାଗି ଫାଙ୍କା ଗୁଳି ଚାଳନା କରିଥିଲେ । ତେବେ ଏହି ଘଟଣା ପରେ ଗାଁ ଲୋକେ ଉତ୍ତେଜିତ ହୋଇ ନକ୍ସଲ ପନ୍ଥିଙ୍କ ଉପରେ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ । ଗ୍ରାମ ବାସିଙ୍କ ଆକ୍ରୋଶର ଶିକାର ହୋଇ ନକ୍ସଲ ପନ୍ଥି ଘଟଣା ସ୍ଥଳ ଛାଡି ପଳାୟନ କରୁଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଥିଲେ ଗାଁ ଲୋକେ । ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଜଣେ ନକ୍ସଲ ପନ୍ଥିଙ୍କୁ ମୃତ ବୋଲି ଘୋଷଣା କରାଯିବା ସହ ଅନ୍ୟ ଜଣଙ୍କ ଚିକିତ୍ସା କରାଯାଇଛି ।

ବାଇଟ – ରିଶିକେଶ ଖିଲାରି, ମାଲକାନଗିରି ଏସ.ପି.
ବାଇଟ – ଜନ୍ତୁରାଇ ଗ୍ରାମବାସି
ବାଇଟ – ଜନ୍ତୁରାଇ ଗ୍ରାମବାସି

ଭି.ଓ.୨ – ଜନ୍ତୁରାୟ ଗାଁ ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ମାଓବାଦୀ ହେଉଛନ୍ତି ଗୁମ୍ମା ଏରିଆ କମିଟି ମେମ୍ବର ଗଙ୍ଗା ମାଢି ଓରଫ ଆଡମେ ତାଙ୍କ ନାମରେ ରାଜ୍ୟ ସରକାର ପୁର୍ବରୁ ଏକ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ଜିବିତ ମାଓବାଦି ଜିପ୍ର ହିକୋକା ହେଉଛନ୍ତି କୋରାପୁଟ ନାରାୟଣପାଟଣା ନକ୍ସଲ ସଂଗଠନର ଏ.ସି.ଏମ ତାଙ୍କ ଉପରେ ପୁର୍ବରୁ ରାଜ୍ୟ ସରକାର ଚାରି ଲକ୍ଷ ଟଙ୍କାର ପୁରଷ୍କାର ରାଷି ଘୋଷଣା କରିଥିଲେ । ଦୁଇ ହାଡକୋର ମାଓବାଦି ଗାଁ ଲୋକଙ୍କ ହାତରେ ଧରା ପଡିବା ପରେ ସେଠାରେ ଦେଖା ଦେଇଛି ଉତ୍ତେଜନା । ପୁଣି ଥରେ ଲାଲ୍ ବାହି ଜନ୍ତୁରାଇ ଗାଁରେ ପହଞ୍ଚି ପୋଡା ଜ୍ବଳା କରିଛନ୍ତି । ନକ୍ସଲ ମାନେ ନିରିହ ଆଦିବାସି ଲୋକଙ୍କ ଘର ଦ୍ବାର ଭାଙ୍ଗିବା ସହ ୧୦ ଟି ଘରେ ନିଆଁ ଲଗାଇ ଦେଇଛନ୍ତି । ୫ ଟି ମୋଟର ସାଇକଲକୁ ମଧ୍ୟ ନିଆ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନି । ଫଳରେ ଗାଁ ଲୋକେ ଏବେ ଭୟବିତ ହୋଇ ନିଜର ପିଲା ଛୁଆଙ୍କ ଜୀବନ ବଞ୍ଚାଇବା ଲାଗି ଗାଁ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି ।

ବାଇଟ – ରିଶିକେଶ ଖିଲାରି, ମାଲକାନଗିରି ଏସ.ପି.

Conclusion:ଫା.ଭି.ଓ - ସରକାରଙ୍କ ଉନ୍ନୟନ ମୁଳକ କାମରେ ବାଧା ସୃଷ୍ଟି କରିବା ଲାଗି ଯାଇଥିବା ନକ୍ସଲ ପନ୍ଥିଙ୍କୁ ପ୍ରଥମ ଥର ଲାଗି ଏମିତି ହଟହଟା ହେବାକୁ ପଡିଛି । ସ୍ବାଧିନତାର ୭୩ ବର୍ଷ ପରେ ନିଜ ଅଞ୍ଚଳ ବିକାଶ ଲାଗି ନକ୍ସଳ ପନ୍ଥିଙ୍କୁ ଘୋର ବିରୋଧ କରିଛନ୍ତି ସ୍ବାଭିମାନ ଅଞ୍ଚଳର ସାଧାରଣ ଆଦିବାସି । ଯାହାକୁ ଦେଖି ଚିତ୍ରକୋଣ୍ଡା ବିଚ୍ଛିନ୍ନା ଅଞ୍ଚଳରେ ପୁର୍ଣ ସ୍ବରାଜ ଫେରିବା ପରି ଲାଗୁଛି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ...........

ବିଦ୍ରୋ: ଇଟିଭି ଭାରତ ନେସନଲ ଡେସ୍କ ପାଇଁ ଏସପିଙ୍କ ଇଂଲିଶ ବାଇଟ ମଧ୍ୟ ଦେଇଛି ଯଦି ଆବଶ୍ୟକ ହୁଏ ବ୍ୟବହାର କରନ୍ତୁ।
Last Updated : Jan 26, 2020, 11:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.