ETV Bharat / state

କଲରାପତରିଆ ବାଘଛାଲ ଜବତ, ତିନି ଗିରଫ - ମାଲକାନଗିରି ବନଖଣ୍ଡ

କଲରାପତରିଆ ବାଘଛାଲ ଚାଲାଣ ବେଳେ ଚଢାଉ କରି ତିନି ଜଣଙ୍କୁ ଗିରଫ କଲା ମାଲକାନଗିରି ବନଖଣ୍ଡର ଟିମ । ଅଧିକ ପଢନ୍ତୁ

leopard skin seized from malkangiri
leopard skin seized from malkangiri
author img

By

Published : Jan 19, 2023, 1:09 PM IST

leopard skin seized from malkangiri

ମାଲକାନଗିରି: ବାଘଛାଲ ଚାଲାଣ ସମୟରେ ମାଡିବସିଲା ମାଲକାନଗିରି ବନଖଣ୍ଡର ଏକ ଟିମ । ଏକ କଲରାପତରିଆ ବାଘଛାଲ ଜବତ ସହ ତିନି ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ମୋଟୁ ବନାଞ୍ଚଳ ଅନ୍ତର୍ଗତ ମାନ୍ୟମକୁଣ୍ଡା ଗ୍ରାମର ଏକ ଘରେ ବନଖଣ୍ଡର ଏକ ଟିମ ଆଜି(ଗୁରୁବାର)ଚଢାଉ କରି ବାଘ ଛାଲ ଜବତ କରିଥିଲା । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ମାଙ୍ଗିପାଲି ଗ୍ରାମର ମୁକେସ୍ ମାଡକାମି ,ପେଣ୍ଟା ମାଡକାମି ଓ ଦୁଲା ମାଡକାମି ।

ମିଳିଥିବା ସୂଚନା ଅନୁଯାୟୀ, ମୋଟୁ ବନାଞ୍ଚଳରେ କଲରାପତରିଆ ବାଘ ଚାଲାଣ ନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲୀ । ଏହାପରେ ଏକ ଟିମ ଗଠନ କରି ମୋଟୁ ବନାଞ୍ଚଳ ଅନ୍ତର୍ଗତ ମାନ୍ୟମକୁଣ୍ଡା ଗ୍ରାମ ନିକଟସ୍ଥ ପଟେରୁ କେନାଲ ନିକଟ ଏକ ଘରେ ଆଜି ସକାଳ ସମୟରେ ଚଢାଉ କରିଥିଲେ । ଏହାପରେ ଉକ୍ତ ସ୍ଥାନରୁ ଆନ୍ଧ୍ର ନମ୍ବର ପ୍ଲେଟ ଥିବା ଏକ ବାଇକରୁ କଲରାପତରିଆ ବାଘ ଛାଲକୁ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମାଲକାନଗିରି ବନଖଣ୍ଡର ଏକ ଟିମ । ଏମାନଙ୍କ ଠାରୁ ଏକ ହୋଣ୍ଡା ସାଇନ୍ ମଟରସାଇକେଲ ମଧ୍ୟ ଜବତ କରାଯାଇଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ପ୍ରାଥମିକ ତଦନ୍ତ ପରେ କୋର୍ଟ ଚାଲାଣ କରାଯାଇଛି ।

ଗତ ଜାନୁଆରୀ ୫ ତାରିଖରେ ବୌଦ୍ଧରେ ବାଘଛାଲ ଡିଲ ବେଳେ ଏସଟିଏଫ ଟିମ ଜବତ କରିଥିଲା ଦୁଇଟି ବାଘଛାଲ । ଯେଉଁଥିରେ ଗୋଟିଏ ମହାବଳ ବାଘଛାଲ ସହ ଗୋଟିଏ କଲରାପତରିଆ ବାଘଛାଲ ଜବତ ରହିଥିବା ଜଣାପଡିଥିଲା । ବାଗଛାଲ ଡିଲ ନେଇ ହିମାଳୟ ଦାସ ନାମକ ଜଣେ ଅଭିଯୁକ୍ତ ଧରାପଡିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା । ତେବେ ୧୦ ଲକ୍ଷ ଟଙ୍କାରେ ଏହି ବାଘଛାଲ ଡିଲ ହେଉଥିବା ଏସଟିଏଫ ଏସପି ସୂଚନା ଦେଇଥିଲେ । ତେବେ ବାରମ୍ବାର ଏପରି ବାଘଛାଲ ଜବତ ହେବା ପରେ ଏହା ପଛର ମାଷ୍ଟରମାଇଣ୍ଡ ସାମ୍ନାକୁ ଆସୁନାହାନ୍ତି ।

ସେହିପରି ଜାନୁଆରୀ ୧ ତାରିଖରେ ମୂଲଚାଲ ଚାଲିଥିବା ବେଳେ ବାଘ ଛାଲ ଜବତ କରିଥିଲା ନବରଙ୍ଗପୁର ପୋଲିସ । ଏହାସହ ଜଣଙ୍କୁ ଗିରଫ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ନବରଙ୍ଗପୁର ଏସପି ଏସ୍ ଶୃସିଙ୍କ ନିର୍ଦ୍ଦେଶ କ୍ରମେ ପାପଡାହାଣ୍ଡି ସବ୍ ଇନ୍ସପେକ୍ଟର ଶିବଜୀ ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମୃଗ ବିହାର ନିକଟରେ ଚଢ଼ାଉ କରିଥିଲେ । ସେହି ସମୟରେ ବାଘଛାଲ ପାଇଁ ମୂଲଚାଲ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ଯୁବକ ଜଣକ ହେଉଛନ୍ତି ପାପଡ଼ାହାଣ୍ଡି ଗ୍ରାମର କମଲ କୁମାର ମହାନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.