ମାଲକାନଗିରି: ମାଓବାଦୀ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଖଞ୍ଜିଥିଲେ ଲ୍ୟାଣ୍ଡମାଇନ । ଝାଡ଼ଖଣ୍ଡର ସିଂଘଭୂମି ଜିଲ୍ଲାରେ ଏହି ଲ୍ୟାଣ୍ଡମାଇନଟି ସିଆରପିଏଫ ଯବାନଙ୍କ ପକ୍ଷରୁ ନିଷ୍କ୍ରିୟ କରାଯାଇଛି।
ସୁରକ୍ଷା ବାହିନୀକୁ କ୍ଷତି ପହଁଞ୍ଚାଇବା ପାଇଁ ଲାଗିଥିଲା ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ । ରାଜରାସ୍ତାରେ ଖଞ୍ଜି ଥିଲେ ଏହି ଲ୍ୟାଣ୍ଡମାଇନ । ପୋଲିସର ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ମେଟାଲ ଡିଟେକ୍ଟଟର ସାହାଯ୍ୟରେ ଜଣାପଡିଥିଲା।
ପରେ ଘଟଣାସ୍ଥଳରେ ହିଁ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ସୁରକ୍ଷା ବାହିନୀର ଗାଡିକୁ ଅତି ସହଜରେ 20 ରୁ 30 ଫୁଟ ଉପରକୁ ଉଡିଯିବାର ଆଶଙ୍କା କରାଯାଉଛି । ତେବେ ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ