ମାଲକାନଗିରି: ଲ୍ୟାଣ୍ଡମାଇନ ଉଦ୍ଧାର କରି ନିଷ୍କ୍ରିୟ କଲେ ବିଏସଏଫ ଯବାନ । ମାଲକାନଗିରି ଜିଲ୍ଲାର ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇ ଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ 144 ବାଟାଲିୟନର ବିଏସଏଫ ଯବାନ । ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ ଦ୍ବାରା ଏହାକୁ ନିଷ୍କ୍ରିୟ କରିଛନ୍ତି ଯବାନ ।
ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ମାଓ ବିରୋଧୀ ଅପରେସନରେ ଯବାନ ଜଙ୍ଗଲ ଭିତରେ ଯିବାବେଳେ କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ ମାଓ ସଂଗଠନ । ଲ୍ୟାଣ୍ଡମାଇନ ଏତେ ଭୟଙ୍କର ଥିଲା ଯବାନଙ୍କ ଗାଡିକୁ ଅତି ସହଜରେ 20 ରୁ 25 ଫୁଟ ଉପରକୁ ଉଡାଇବାର କ୍ଷମତା ରହିଥିଲା । ତେବେ ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ତ କରିଛନ୍ତି ଯବାନ ।
ମାଲକାନଗିରିରୁ ଦେବଦତ୍ତ ମହାନ୍ତି, ଇଟିଭି ଭାରତ