ETV Bharat / state

ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ତାଲା ପକାଇଲେ ଗ୍ରାମବାସୀ - ମାଲକାନଗିରି ଶିକ୍ଷକ ଅଭାବ ଖବର

ମାଲକାନଗିରି କୁରୁସୁବାଡା ଠାରେ ଥିବା ସ୍କୁଲରେ ତାଲା ପକାଇଲେ ଅଭିଭାବକ । ଏଥିସହ ଯେପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହୋଇନାହିଁ ସେପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ତାଲା ପକାଇଲେ ଗ୍ରାମବାସୀ

author img

By

Published : May 14, 2022, 11:31 AM IST

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଜିଲ୍ଲା ଭାବେ ପରିଗଣିତ ମାଲକାନଗିରି ଜିଲ୍ଲା । ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ଜିଲ୍ଲା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଅନେକ ବଡବଡ ଯୋଜନାର ଶୁଭାରମ୍ଭ ମଧ୍ୟ ମାଲକାନଗିରି ଜିଲ୍ଲାରୁ ଆରମ୍ଭ କରିଛନ୍ତି । ହଲେ ଯେଉଁ ଦେଶରେ ଶିକ୍ଷା ଯେତିକି ଉନ୍ନତ ସେହି ଦେଶ ସେତିକି ଉନ୍ନତ । ତେଣୁ ଶିକ୍ଷା ଉପରେ ଗୁରୁତ୍ବ ଦେଇ ରାଜ୍ୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି । ଶିକ୍ଷାର ଉନ୍ନତି ପାଇଁ ଦୁର୍ଗମ ଅଞ୍ଚଳରେ ସ୍କୁଲ ଗୃହ ନିର୍ମାଣ କରିଛନ୍ତି ଏବଂ 5ଟି ମଡେଲ ସ୍କୁଲ କରି ବିଭିନ୍ନ ପ୍ରକାର ଉନ୍ନତମାନର ଶିକ୍ଷା ସାମଗ୍ରୀରେ ଶିକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ, ଏହିସବୁ ଯୋଜନା ପରେ ମଧ୍ୟ ସ୍କୁଲ ଗୁଡିକରେ ଶିକ୍ଷକର ଅଭାବ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି । ଯାହାଫଳରେ କୁରୁସୁବାଡା ଠାରେ ଥିବା ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ । ଏଥିସହ ଯେପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହୋଇନାହିଁ ସେପ୍ରଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ । ତେବେ ଏସମ୍ବନ୍ଧରେ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ କଣାଇଲେ ସୁଦ୍ଧା ଏହାର କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ତାଲା ପକାଇଲେ ଗ୍ରାମବାସୀ

ଦୀର୍ଘ 2 ବର୍ଷ ଧରି କୋରନା କଟକଣା ଯୋଗୁଁ ଶିକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀ ମାନେ କେବଳ online ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିଲେ । କିନ୍ତୁ, ବର୍ତ୍ତମାନ ସ୍କୁଲ ଖୋଲିବା ପରେ ସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ପାଠ ପଢ଼ାରେ ସମସ୍ୟା ହେଉଛି । ଶିକ୍ଷକ ନଥିବା ଯୋଗୁଁ ସ୍କୁଲରେ ଗୋଟିଏ ଦିନରେ ଗୋଟିଏ ବହି ପଢା ହେବା ସହ କିଛି ଶ୍ରେଣୀରେ ପାଠ ପଢା ମଧ୍ୟ ହେଉନାହିଁ । ଯାହାଫଳରେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।

କୁରୁସୁବାଡା ସ୍କୁଲରେ ମୋଟ 305 ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ମାତ୍ର 5 ଜଣ ଶିକ୍ଷକ ଅଛନ୍ତି । ଏଥିସହ ସ୍କୁଲରେ ସଠିକ ଭାବେ ଶିକ୍ଷା ଦିଆ ଯାଇନଥିବାରୁ ସ୍କୁଲକୁ ମଧ୍ୟ କମ ଛାତ୍ର ଛାତ୍ରୀ ଆସୁଛନ୍ତି । ସ୍କୁଲରେ 305 ଛାତ୍ର ଛାତ୍ରୀ ମଧ୍ୟରୁ ଆଜି 209 ଛାତ୍ର ଛାତ୍ରୀ ସ୍କୁଲରେ ଥିଲେ । ତେବେ ଏହି ଶିକ୍ଷକ କମ ଥିବା କଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଦୁଇ ତିନି ଦିନ ମଧ୍ୟରେ ସେହି ସ୍କୁଲରେ ଥିବା ଶିକ୍ଷକ ପଦବୀ ସମସ୍ୟା ଦୂର କରାଯିବ । ତେବେ ମାଲକାନଗିରି ଭଳି ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ଜିଲ୍ଲାରେ ଥିବା ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ପୂରଣ କରିବା ଆବଶ୍ୟକ ରହିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.