ETV Bharat / state

ଢାବା ମାଲିକଙ୍କ ମାଡରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ - ଢାବାରେ କଙ୍ଗାରୁ କୋର୍ଟ

ଅତ୍ୟାଚାରର ଚରମସୀମା ଲଂଘିଲେ ଢାବା ମାଲିକ । କଥା କଟାକଟିରୁ ବୟସ୍କ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

kangaroo court in Chhattisgarh
ଢାବାରେ କଙ୍ଗାରୁ କୋର୍ଟ, ବୟସ୍କ ବ୍ୟକ୍ତିଙ୍କ ଉପରେ ଗରମ ତେଲ ଢାଳି ଚେଙ୍କ ଦେଲେ ଢାବା ମାଲିକ
author img

By

Published : Jul 30, 2022, 4:47 PM IST

ମାଲକାନଗିରି: ରାସ୍ତାରେ କଙ୍ଗାରୁ କୋର୍ଟ । ବରିଷ୍ଠ ନାଗରିକଙ୍କୁ ନିର୍ଧୁମ ଛେଚିଲେ ଢାବା କର୍ମଚାରୀ । ମାଡମାରିବା ସହ ଗରମ ତେଲ ବି ଢାଳିଲେ । ଏହି ବର୍ବରତା ନିର୍ଯାତନା ଫଳରେ ଚାଲିଗଲା 60 ବର୍ଷୀୟ ବ୍ୟକ୍ତିଙ୍କ ଜୀବନ । ମାଲକାନଗିରି ଥାନାରେ ଏଭଳି ଏକ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଉତ୍ତରପ୍ରଦେଶ କ୍ରିଷ୍ଣନଗରର ଅଞ୍ଚଳର ଶଙ୍କର ବିଶ୍ୱାସ ବୋଲି ଜଣାପଡ଼ିଛି । ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ସେ ଉତ୍ତରପ୍ରଦେଶରୁ ମାଲକାନଗିରି ଜିଲ୍ଲା ଏମଭି-୪୨ ଗ୍ରାମକୁ ଆସୁଥିଲେ ।

ଢାବାରେ କଙ୍ଗାରୁ କୋର୍ଟ

ମାତ୍ର ବାଟରେ ଟଙ୍କା ହଜିଯିବାରୁ ଛତିଶଗଡ କୋଂଟାଠାରେ ଅଟକି ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଏକ ଢାବା ମାଲିକ ଓ କର୍ମଚାରୀଙ୍କ ସହ ଗଣ୍ଡଗୋଳ ହୋଇଥିଲା । ପାଟିତୁଣ୍ଡ ହେବାରୁ ଢାବା ମାଲିକ ଓ କର୍ମଚାରୀମାନେ ମିଳିମିଶି ଉକ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଥିଲେ । ଢାବା ମାଲିକ ଅମାନୁଷିକର ସମସ୍ତ ସୀମା ଲଂଘି ଗରମ ତେଲ ଢାଳିବା ସହ ଦେହରେ ଗରମ ଚେଙ୍କ ଦେଇଥିଲେ ।

ପରେ ଗୁରୁତର ଅବସ୍ଥାରେ ଏକ ଅଟୋ ଯୋଗେ ମାଲାକନଗିରି ଏମଭି ୪୨ ଗ୍ରାମକୁ ପଠାଇ ଦେଇଥିଲେ । ତେବେ ସମ୍ପର୍କୀୟ ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନା ନେବା ବାଟରେ ହିଁ ଶଙ୍କରଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ସମ୍ପର୍କୀୟ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.