ETV Bharat / state

କାଲିମେଳା ଜମି ଜାଲିଆତି; ତହସିଲଦାରଙ୍କ ନିଲମ୍ବନ ଦାବିରେ ବିଜେପି

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ତହସିଲରେ ଜମି ଦୁର୍ନୀତିକୁ ନେଇ ଗର୍ଜିଛି ବିଜେପି । ଜମି ଦୁର୍ନୀତିରେ ସାମିଲ ଥିବା ତହସିଲଦାରଙ୍କୁ ନିଲମ୍ବିତ ଦାବି କରିଛି ବିଜେପି । ଅଧିକ ପଢନ୍ତୁ...

author img

By

Published : Mar 17, 2021, 7:47 AM IST

ତହସିଲଦାରଙ୍କ ନିଲମ୍ବନ ଦାବିରେ ବିଜେପି
ତହସିଲଦାରଙ୍କ ନିଲମ୍ବନ ଦାବିରେ ବିଜେପି

ମାଲକାନଗିରି: ଜିଲ୍ଲା ଅନ୍ତର୍ଗତ କାଲିମେଳା ତହସିଲରେ ଜମି ଦୁର୍ନୀତିକୁ ନେଇ ଗର୍ଜିଛି ବିଜେପି । ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଦୁର୍ନୀତିରେ ସାମିଲ ଥିବା ତହସିଲଦାରଙ୍କୁ କାହିଁକି ଏ ପର୍ଯ୍ୟନ୍ତ ନିଳମ୍ବିତ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ସମ୍ପୃକ୍ତ ତହସିଲଦାରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରିଛି ବିଜେପି ।

କାଲିମେଳା ଜମି ଜାଲିଆତି

କାଲିମେଳା ତହସିଲରେ ଜମି ଦୁର୍ନୀତି ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଦୁଇ ଜଣ କର୍ମଚାରୀଙ୍କୁ ନିଳମ୍ବିତ କରିଥିଲା। ଅନ୍ୟ ଦିଗରେ ନାଗରିକ ମଞ୍ଚ ପୁଣି ଅଭିଯୋଗ କରିଛି ଯେ ଯେଉଁ ୨୪ ଜଣଙ୍କୁ କାଲିମେଳା ତହସିଲ ପକ୍ଷରୁ ପଟ୍ଟା ପ୍ରଦାନ କରାଯାଇଛି,ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଲୋକେ ଆଦିବାସୀ ବୋଲି। ଏହାର ଜବାବରେ ବିଜେପି କହିଛି ଯେଉଁ ୨୪ ଜଣ ପଟ୍ଟା ପାଇଛନ୍ତି ସେମାନଙ୍କର ତାଲିକା କଣ ନାଗରିକ ମଞ୍ଚ ନିକଟରେ ରହିଛି କି ବୋଲି ।

ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଜଣେ ଆଦିବାସୀ ହୋଇ ଆଦିବାସୀଙ୍କ ବିରୋଧରେ କାମ କରୁଛନ୍ତି। ଏହା ସେ କାହା ସ୍ବାର୍ଥରେ କାମ କରୁଛନ୍ତି ବୋଲି ନାଗରିକ ମଞ୍ଚ ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତରରେ ବିଜେପି ଏହାର ପ୍ରମାଣ ଦିଅନ୍ତୁ ବୋଲି ଦାବି କରିଛି। ଅନ୍ୟଦିଗରେ କାଲିମେଳା ତହସିଲରେ ଜମି ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରାଯାଉଛି।ଯେଉଁମାନେ ପଟ୍ଟା ପାଇଛନ୍ତି ସେମାନେ ନିୟମରେ ପଟ୍ଟା ପାଇଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେପି।

ଏହି ଅନିୟମିତତା ପଟ୍ଟା ବଣ୍ଟନରେ ତତକାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଜାଣିଶୁଣି କଥା ଚପାଇ ରଖିଥିଲେ। କିନ୍ତୁ ବର୍ତ୍ତମାନର ଜିଲ୍ଲାପାଳ ଏହି ଦୁର୍ନୀତିର ତଦନ୍ତ କରି ଦୁଇ ଜଣ ଅଧିକାରୀଙ୍କୁ ନିଳମ୍ବିତ କରିଥିଲେ। ଯଦି ତହସିଲ କାର୍ଯ୍ୟାଳୟରେ କାମ କରୁଥିବା ବ୍ୟକ୍ତିମାଙ୍କର କିଛି ଭୁଲ ନାହିଁ ତେବେ କିପରି ଜିଲ୍ଲାପାଳ ଦୁଇ ଅଧିକାରୀଙ୍କୁ ନିଳମ୍ବିତ କଲେ ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି। ଯଦି ଭୁଲ ରହିଛି ତେବେ କାଲିମେଳା ତହସିଲଦାରଙ୍କୁ କାହା ସ୍ବାର୍ଥରେ ନିଳମ୍ବିତ କରାଯାଉ ନାହିଁ ବୋଲି ଦାବି କରିଛି ବିଜେପି। ତହସିଲଦାରଙ୍କୁ ତୁରନ୍ତ ନିଳମ୍ବିତ ସହ ଫୌଜଦାରି ମାମଲା ରୁଜୁ କରାଯାଉ ଏବଂ ଯେଉଁମାନେ ବେନିୟମ ଭାବେ ପଟ୍ଟା ପାଇଛନ୍ତି ସେମାନଙ୍କ ନାମରେ ମଧ୍ୟ ଫୌଜଦାରି ମାମଲା ରୁଜୁ କରାଯାଉ ବୋଲି ଦାବି କରିଛି ବିଜେପି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.