ମାଲକାନଗିରି : ଜିଲ୍ଲାର କାଲିମେଳା ବ୍ଲକର ବୃହତାକାର ବହୁମୁଖୀ ସମବାୟ ସମିତିରେ ସରକାରଙ୍କ ଏହି ନିୟମକୁ ଫୁ କରି ଦଲାଲଙ୍କ ସହ ହାତ ମିଶାଇ ଧାନ କ୍ରୟ କରୁଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଲ୍ୟାମ୍ପସର ଅସାଧୁ କର୍ମଚାରୀ ଓ ଦଲାଲଙ୍କ ନେରୁ ଜମି ପଟ୍ଟା ଡାଉନଲୋଡ କରି ଟୋକନ ହାସଲ କରି ଧାନକ୍ରିକି କରିଥିଲେ ।
ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରି ନପାରି ମଣ୍ଡିରେ ଜଗି ବସିଥିଲେ । କାଲିମେଳା ବ୍ଲକ ଆମ୍ବାଗୁଡା ଗ୍ରାମର ବଜା ପଡ଼ିଆମି ନାମକ ଜମି ମାଲିକଙ୍କ ପଟ୍ଟାକୁ ଜାଲିଆତି କରି ଡାଉନଲୋଡ଼ କରି କାଲିମେଳା ଗ୍ରାମର କବିତା ମଣ୍ଡଳ ଚଞ୍ଚକତା କରି ଜମି ମାଲିକଙ୍କ ଝିଆରୀ ଦର୍ଶାଇ ପଞ୍ଜୀକରଣ କରି ଟୋକନ ହାସଲ କରିଥିଲେ ଓ ପରିବର୍ତ୍ତୀ ସମୟରେ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ।
ଏହାପରେ ଜିଲ୍ଲାପାଳ ଡ.ୱାଇ, ବିଜୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ ସମବାୟ ସମିତି ସମୁହ ଦ୍ଵାରା ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା । ତେବେ କାଲିମେଳା ମଣ୍ଡିରେ ଏଭଳି ଅନିୟମିତତା ହୋଇଥିବା ତଦନ୍ତରୁ ଜଣାପଡ଼ିବା ପରେ ସମବାୟ ସମିତି ସମୂହ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ମାଲକାନଗିରି ସର୍କଲର ସହକାରୀ ନିବନ୍ଧକ ପ୍ରମୋଦ କୁମାର ରାଉତ ପ୍ରକାଶ କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ