ETV Bharat / state

ପୂଜା ନାଁରେ ଘରେ ବୁଲାଇଲେ କଳାକନା, ୨ ଭଣ୍ଡ ପୂଜକଙ୍କୁ ବାନ୍ଧିଲା ପୋଲିସ - ପୂଜକ ବେଶରେ ମାଲକାନଗିରିରେ ଲୁଟ

ମାଲକାନଗିରି ଜିଲ୍ଲା ସଦର ବ୍ଲକର ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ବାହାନାରେ ସୁନା ଗହଣା ଚୋରି । ଏହି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

two arrested  a stolen case in malkangiri
ମାଲକାନଗିରିରେ ପୂଜା ନାଁରେ ଘରେ ବୁଲାଇଲେ କଳାକନା: ୨ଜଣଙ୍କୁ ଗିରଫ କଲା ପୋଲିସ
author img

By

Published : Feb 2, 2022, 6:53 AM IST

ମାଲକାନଗିରି: ସଦର ବ୍ଲକର ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ବାହାନାରେ ସୁନା ଗହଣା ଚୋରି । ଏହି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ମାଲକାନଗିରି ଜିଲ୍ଲା ସଦର ମହକୁମା ଜେଲ ସାହିର ଶ୍ରୀଧର ପଟ୍ଟନାୟକଙ୍କ ଶାଶୁ ଓ ଶ୍ବଶୁର କିଛି ଘରୋଇ ସମସ୍ୟା ନେଇ ଡାବୁଗାଁର ୨ ଜଣ ପୂଜକଙ୍କୁ ଭେଟିଥିଲେ ।

two arrested  a stolen case in malkangiri
ମାଲକାନଗିରିରେ ପୂଜା ନାଁରେ ଘରେ ବୁଲାଇଲେ କଳାକନା: ୨ଜଣଙ୍କୁ ଗିରଫ କଲା ପୋଲିସ

ତେବେ ପୂଜକ ଦୁଇ ଜଣ ତୁମ ଜ୍ବାଇଁ ଜୀବନ ଯିବ ଓ ମୃତ୍ୟୁ ସୁନିଶ୍ଚିତ ବୋଲି କହିଥିଲେ । ଏହାର ସମାଧାନ ଲାଗି ଏକ ପୂଜା କଲେ ସମସ୍ତ ଦୋଷ କଟିଯିବ ବୋଲି କହିଥିଲେ ପୂଜକ । ଏହାଶୁଣି ଶ୍ରୀଧରଙ୍କ ଶାଶୁ ଓ ଶ୍ବଶୁର ଭିଣୋଇଙ୍କୁ ଫୋନ କରି ପୂଜା କରିବାକୁ କହିଥିଲେ ।

ଏହାପରେ ସୋମବାର ସଂନ୍ଧ୍ୟାରେ ୨ଜଣ ପୂଜକ ସନ୍ତୋଷ ସାହୁ ଓ ମାନସ ସେନାପତିଙ୍କୁ ସାଙ୍ଗରେ ନେଇ ଶ୍ରୀଧରଙ୍କ ଶାଶୁ ଶ୍ବଶୁର ମାଲକାନଗିରିରେ ପହଞ୍ଚିଥିଲେ । ପରେ ଶ୍ରୀଧର ଓ ତାଙ୍କ ପରିବାରକୁ ବିଭିନ୍ନ କଥା କହି ଭୟଭୀତ କରାଇଥିଲେ । ସେହିପରି ଶ୍ରୀଧରଙ୍କ ଶୟନ କକ୍ଷରେ ପ୍ରାୟ ୫ ଘଣ୍ଟା ଧରି ପୂଜା କରିଥିଲେ ।

ଏହି ସମୟରେ ପରିବାରର କୌଣସି ସଦସ୍ୟଙ୍କୁ ପୂଜକ ସେହି ଘରେ ପ୍ରବେଶ କରିବାକୁ ଦେଇନଥିଲେ । ପୂଜା ଶେଷ ହେବା ପରେ ମଧ୍ୟ ଉକ୍ତ କକ୍ଷକୁ ପରିବାର ସଦସ୍ୟଙ୍କୁ ଯିବାକୁ ବାରଣ କରି କକ୍ଷ ଭିତରକୁ ଗଲେ ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ହେବ ବୋଲି କହି ଭୟଭୀତ କରିଥିଲେ । ଏହାପରେ ସେଠାରୁ ପଳେଇ ଯାଇଥିଲେ ।

ଅନ୍ୟପଟେ ଏହି କଥା ଶୁଣି ସମସ୍ତଙ୍କର ସନ୍ଦେହ ହେବାରୁ ସେମାନଙ୍କ ଯିବା ପରେ ଘର ଭିତରକୁ ଯାଇ ଦେଖିବା ବେଳେ ଆଲମିରା ଭାଙ୍ଗି ପଡିଥିବା ସହ ସମସ୍ତ ଲୁଗା ଚାରିପଟେ ପଡିଥିଲା । ଆଲମିରା ଭିତରେ ଥିବା ସୁନା ହାର, କାନଫୁଲ, ଚେନ, ମୁଦି, ପାଉଁଜି ସବୁ ଚୋରି ହୋଇଥିବା ପରିବାର ଲୋକେ ଜାଣିବା ପରେ ପୂଜକଙ୍କୁ ପୁଣି ଡକାଇଥିଲେ ।

ପରିବାର ଲୋକେ ଏହି ଚୋରି ବିଷୟରେ ପଚାରିବାରୁ ସେମାନେ ଚୋରି କରିନଥିବା କହିଥିଲେ । ଶେଷରେ ଶ୍ରୀଧର ମାଲକାନଗିରି ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ କେସ ନମ୍ବର ୪୯/2022ରେ ଏକ ମାମଲା ରୁଜ୍ଜୁ କରି u/s 420 ,308 IPCରେ ୨ ଜଣ ଚୋରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମାଲକାନଗିରି ପୋଲିସ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.