ETV Bharat / state

ଯବାନଙ୍କୁ ସଲାମ, ଗୁରୁତର ନକ୍ସଲକୁ କାନ୍ଧରେ ବୋହି ପହଞ୍ଚାଇଲେ ହସ୍ପିଟାଲ

ସତରେ ସାଲ୍ୟୁଟ୍‌ ଯବାନ । ତାଙ୍କ ପାଇଁ ସବୁ ମଣିଷ ସମାନ । ସାଧାରଣ ମଣିଷର ଜୀବନ ତାଙ୍କ ପାଇଁ ଯେତିକି ମୂଲ୍ୟବାନ ଜଣେ ଗୁରୁତର ଆହତ ଥିବା ନକ୍ସଲର ଜୀବନ ବି ତାଙ୍କ ପାଇଁ ସେତିକି ମୂଲ୍ୟବାନ । ଯାହାର ଉଦାହରଣ ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ
author img

By

Published : Sep 2, 2019, 5:58 PM IST

ମାଲକାନଗିରି: ସତରେ ସାଲ୍ୟୁଟ୍‌ ଯବାନ । ତାଙ୍କ ପାଇଁ ସବୁ ମଣିଷ ସମାନ । ସାଧାରଣ ମଣିଷର ଜୀବନ ତାଙ୍କ ପାଇଁ ଯେତିକି ମୂଲ୍ୟବାନ ଜଣେ ଗୁରୁତର ଆହତ ଥିବା ନକ୍ସଲର ଜୀବନ ବି ତାଙ୍କ ପାଇଁ ସେତିକି ମୂଲ୍ୟବାନ । ଯାହାର ଉଦାହରଣ ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦେଶ ପାଇଁ ନିଜ ଜୀବନକୁ ତୁଛ ଭାବି ଦେଶମାତୃକାର ସେବା କରୁଥିବା ଯବାନ ଏଠାରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଯେଉଁ ନକ୍ସଲ ରୂପୀ ଶତ୍ରୁ ଯବାନଙ୍କ ଜୀବନ ନେବାଲାଗି ଲ୍ୟାଣ୍ଡମାଇନ ବିଛାଉଥିଲେ ତାକୁ ବଞ୍ଚାଇଛନ୍ତି । ଜଙ୍ଗଲ ରାସ୍ତାରେ ଭାରରେ ବୋହି ଡାକ୍ତରଖାନା ନେଇଛନ୍ତି । ଆଉ ସମାଜର ମୁଖ୍ୟସ୍ରୋତର ମୂଲ୍ୟବୋଧକୁ ନକ୍ସଲ ମାନଙ୍କୁ ଜଣାଇଛନ୍ତି ।

ଘଟଣା ଅନୁସାରେ, ସୁକୁମା ଜିଲ୍ଲାର ନାଗାଲଗୁଣ୍ଡା ଜଙ୍ଗଲରେ ଡିଆରଜି ଯବାନ କୁମ୍ବିଂ ଅପରେସନ କରୁଥିବାବେଳେ ଯବାନମାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଜଙ୍ଗଲ ରାସ୍ତାରେ ଲ୍ୟାଣ୍ଡମାଇନ ଲଗାଉଥିଲେ । ଯାହାର ନେତୃତ୍ବ ନେଇଥିଲେ ମାଓ ସଂଗଠନର ମିଲିଟାରି କ୍ୟାଡର ଭିମା ମାଡକାମୀ । ତେବେ ମାଟି ତଳେ ଏହି ଲ୍ୟାଣ୍ଡ ମାଇନ ଲଗାଇବା ସମୟରେ ହଠାତ୍ ଏହା ବିସ୍ଫୋରଣ ହୋଇଥିଲା । ଫଳରେ ଭିମା ମାଡକାମୀ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ ।

ବିସ୍ଫୋରଣର ଶବ୍ଦ ଶୁଣି ଯେତେବେଳେ ଯବାନ ମାନେ ସଜାଗ ହୋଇଥିଲେ ସେତେବେଳେ ଆହତ ସାଥୀକୁ ଛାଡି ନକ୍ସଲ ମାନେ ପଳାୟନ କରିଥିଲେ । ସେପଟେ ଗୁରୁତର ନକ୍ସଲର ଜୀବନ ବଞ୍ଚାଇବା ଲାଗି ଆଗେଇ ଆସିଥିଲେ ଡି ଆର ଜି ଯବାନ । ଆହତ ନକ୍ସଲକୁ ଭାରରେ ବୋହି ୪ କିଲୋମିଟର ରାସ୍ତା ଚାଲିବା ସହ ଅଣ୍ଟାଏ ପାଣିରେ ନଦୀ ପାର କରି ଡାକ୍ତରଖାନା ପହଞ୍ଚାଇଥିଲେ ।

ସୂଚନା ଅନୁସାରେ, ୨୦୦୭ ମସିହାରେ ମାଲକାନଗିରି ଜିଲ୍ଲାରେ ବେଶ ସକ୍ରିୟ ଥିବା ଭିମା ମାଡକାମୀଙ୍କ ମୁଣ୍ଡ ଉପରେ ଛତିଶଗଡ ପୋଲିସ ଗତ ବର୍ଷ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜବାନଙ୍କ କୁମିଂ ଅପରେସନ ବେଳେ ଗୁରୁତର ଭାବେ ଆହତ ହୋଇଥିବା ଜଣେ ହାଡକୋର ନକ୍ସଲ ପନ୍ଥିଙ୍କୁ ଜବାନ ମାନେ ଡାକ୍ତରଖାନା ପହଞ୍ଚାଇ ନକ୍ସଲ ଇତିହାସରେ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । Body:ଛତିଶଗଡ ସୁକୁମା ଜିଲ୍ଲା ଅନ୍ତର୍ଗତ ନାଗାଲଗୁଣ୍ଡା ଜଙ୍ଗଲରେ ଡି.ଆର.ଜି ଜବାନ କୁମିଂ ଅପରେସନ କରୁଥିବା ବେଳେ ଜବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଜଙ୍ଗଲ ରାସ୍ତାରେ ଲ୍ୟଣ୍ଡ ମାଇନ ଲଗାଉଥିଲେ । ଯାହାର ନେତୃତ୍ବ ନେଇଥିଲେ ମାଓ ସଂଗଠନର ମିଲିଟାରି କ୍ୟାଡର ଭିମା ମାଡକାମି । ତେବେ ମାଟି ତଳେ ଏହି ଲ୍ୟାଣ୍ଡ ମାଇନ ଲଗାଇବା ସମୟରେ ହଠାତ୍ ଏହା ବିଷ୍ଫୋରଣ ହୋଇଯାଇଥିଲା । ଫଳରେ ନିଜେ ଆକ୍ରମଣ କାରି ନକ୍ସଲ ଘଟଣା ସ୍ଥଳରେ ଗୁରୁତର ହୋଇ ପଡିଥିଲେ । ବିଷ୍ଫୋରଣର ଶବ୍ଦ ଶୁଣି ଯେତେ ବେଳେ ସଜାଗ ହୋଇଥିଲେ ଡି.ଆର.ଜି ଜବାନ ସେତେ ବେଳେ ଆହତ ସାଥିଙ୍କୁ ଛାଡି ନକ୍ସଲ ମାନେ ପଳାୟନ କରିଥିଲେ । ତେବେ ଗୁରୁତର ନକ୍ସଲ ପନ୍ଥିଙ୍କ ଜୀବନ ବଞ୍ଚାଇବା ଲାଗି ଆଗେଇ ଆସିଥିଲେ ଡି.ଆର.ଜି ଜବାନ । ଆହତ ନକ୍ସଲ ପନ୍ଥିଙ୍କୁ ଭାରରେ ବୋହି ବୋହି ଦିର୍ଘ ୪ କିଲୋମିଟର ରାସ୍ତା ଚାଲିବା ସହ ଅଣ୍ଟାଏ ପାଣିରେ ନଦୀ ପାର କରି ଡାକ୍ତରଖାନା ପହଞ୍ଚାଇଥିଲେ ତାଙ୍କୁ । ୨୦୦୭ ମସିହାରେ ମାଲକାନଗିର ଜିଲ୍ଲାରେ ବେଶ ସକ୍ରିୟ ଥିବା ଭିମା ମାଡକାମିଙ୍କ ମୁଣ୍ଡ ଉପରେ ଛତିଶଗଡ ପୋଲିସ ଗତ ବର୍ଷ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ହେଲେ ଏପରି ଜଣେ ହାଡକୋର ମାଓବାଦୀଙ୍କ ଜୀବନ ବଞ୍ଚାଇ ପୁଣି ଥରେ ଆମ ଜବାନ ମାନବିକତାର ପରିଚୟ ଦେଇଛନ୍ତି । ………… Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.