ETV Bharat / state

ଉପାନ୍ତର ବ୍ୟଥା: ନଈ ପାର ପରେ ପ୍ରାଣ ହରାଇଲେ ଆହତ ସିଆରପିଏଫ୍ ଯବାନ

author img

By

Published : Aug 1, 2019, 1:19 PM IST

ବଦଲି ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ସିଆରପିଏଫ୍ ଯବାନଙ୍କୁ ମିଳିପାରିଲାନି ଚିକିତ୍ସା । ଡାକ୍ତରଖାନା ଯିବାକୁ ରାସ୍ତା ନଥିବାରୁ ମଝି ନଈରେ ଚାଲିଯାଇଥିଲା ଯବାନଙ୍କ ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଏଠି ଶତ୍ରୁଠାରୁ ବଳିଯାଉଛି ଅବ୍ୟବସ୍ଥାର ଯନ୍ତ୍ରଣା । ଏବେ ବି ଉପାନ୍ତ ଅଞ୍ଚଳକୁ ପହଞ୍ଚିପାରୁନାହାଁନ୍ତି ସରକାର । ଯେଉଁଥିପାଇଁ ଅକାରଣରେ ବଳିପଡୁଛି ନୀରିହ ଜୀବନ । ସମାନଭାବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ ସୀମାନ୍ତ ବସ୍ତର ଜିଲ୍ଲାରେ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ସିଆରପିଏଫ୍ ଯବାନଙ୍କୁ ମିଳିପାରିଲାନି ଚିକିତ୍ସା । କାରଣ ହେଉଛି ଡାକ୍ତରଖାନା ଯିବାକୁ ନଥିଲା ରାସ୍ତା । ଫଳରେ ମଝି ନଈରେ ଚାଲିଯାଇଥିଲା ଯବାନଙ୍କ ଜୀବନ ।

ପୁଷପାଲ୍ ସିଆର୍‌ପିଏଫ୍‌ କ୍ୟାମ୍ପର ଗୁରୁତର ଯବାନ ରୋଶନ କୁମାର । ବୁଧବାର ରାତିରେ ଅପରେସନ ସାରି ଯବାନ ରୋଶନ ଏବଂ ତାଙ୍କର ଅନ୍ୟ ସାଥିମାନେ ବଦଲି ଜଙ୍ଗଲ ରାସ୍ତା ଦେଇ ଆସୁଥିଲେ । ଏହି ସମୟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ରୋଶନ କୁମାର ଆହତ ହୋଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ସାଥିମାନେ ତାଙ୍କୁ କାନ୍ଧରେ ବୋହି କିଛି ବାଟ ଆଣିଥିଲେ । ହେଲେ ବାଟରେ ଏକ ନଦୀ ପଡିଥିଲା । ଯାହାକୁ ପାର କରୁ କରୁ ଅଧା ନଈରେ ଶହୀଦ ହୋଇଯାଇଥିଲେ ରୋଶନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବସ୍ତର ଜିଲ୍ଲା ଭଳି ଏମିତି କିଛି ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ଯାନବାହନ ତ ଯିବା ଦୂରର କଥା ଚାଲିବାକୁ ମଧ୍ୟ ରାସ୍ତାଟିଏ ନାହିଁ । ସେମିତି ଇଲାକାରେ ବର୍ଷାରେ ଭିଜି ନଦୀ ପାଣିରେ ନିଜ ଆହତ ଯବାନଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ ସାଥୀ ଯବାନମାନେ ନଦୀ ପାର କରାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନେକ କଷ୍ଟ କରି ରୋଶନଙ୍କୁ ନଦୀ ପାର କରାଇଥିଲେ ମଧ୍ୟ ଜୀବନ ବଞ୍ଚାଇବାରେ ଅସଫଳ ହୋଇଥିଲେ ଅନ୍ୟ ସାଥି ସିଆରପିଏଫ୍ ଯବାନ । ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇ ସାରିଥିଲେ ଗୁରୁତର ଯବାନ ରୋଶନ ।

ସ୍ବାଧୀନତାରେ 72 ବର୍ଷ ପୁରିବାକୁ ଯାଉଥିବାବେଳେ ଆଜି ବି ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଏପରି ବିପର୍ଯ୍ୟସ୍ତ ବ୍ୟବସ୍ଥା ଜଣେ ଯବାନଙ୍କ ଜୀବନ ନେଇଯାଇଛି । ଆଉ ଏଥିରୁ ଅନୁମେୟ ଯେଉଁଠି ସରକାରଙ୍କ ଯୋଜନା ପହଞ୍ଚିପାରୁନି ସେଭଳି ସ୍ଥାନ କାହିଁକି ମାଓବାଦୀଙ୍କ ଆଡ୍ଡାସ୍ଥଳୀ ନପାଲଟିବ ବୋଲି ପ୍ରଶ୍ନ ସଷ୍ଟି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଛତିଶଗଡ ସିମାନ୍ତ ବସ୍ତର ଜିଲ୍ଲାର ପୁଷପାଲ୍ ସି.ଆର.ପି.ଏଫ କ୍ୟାମ୍ପର ଜଣେ ଜବନ ଗତକାଲି ଅପରେସନରୁ ଫେରୁଥିବା ସମୟରେ ଲ୍ୟାଣ୍ଡମାଇନ ବିଷ୍ଫୋରଣର ଶିକାର ହୋଇଥିଲେ । ତେବେ ଗୁରୁତର ଜବାନ ରୋଶନ କୁମାରଙ୍କ ଜୀବନ ବଞ୍ଚାଇବା ଲାଗି ସାଥୀ ଜବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । Body:ବଦିଲି ଜଙ୍ଗଲ ରାସ୍ତାରେ ଏହି ବିଷ୍ଫୋରଣ ହେବା ପରେ ଆହତ ଜବାନଙ୍କୁ କାନ୍ଧରେ ବୋହି ବୋହି କିଛି ବାଟ ଆଣିବା ପରେ ଏକ ନଦୀ ପଡିଥିଲା । ତେବେ ଦେଖନ୍ତୁ ସେଠାରେ ବର୍ଷାରେ ଭିଜି ଭିଜି ପାଣି ଭିତରେ କେମିତି ଜଣେ ଆହତ ଜବାନଙ୍କୁ ପାରି କରୁଛନ୍ତି ଅନ୍ୟ ସି.ଆର.ପି.ଏଫ ଜବାନ ମାନେ । ତେବେ ଦୁଖଃର କଥା ଯେ ଏତେ କଷ୍ଟ ପରେ ବି ତାଙ୍କର ଜୀବନ ରକ୍ଷା ହୋଇ ପାରିଲା ନାହି । ଡାକ୍ତରଖାନା ପହିଞ୍ଚିବା ପୁର୍ବରୁ ନିଜ ସାଥିଙ୍କ ସାଥ୍ ଛାଡିଥିଲେ ରୋଶନ କୁମାର । ଗରିଲା ଯୁଦ୍ଧରେ ହାର ଜିତ୍ ରହିଛି ସତ ହେଲେ ଆମେ ଏଇଠି କହିବାକୁ ଚାହୁଛୁ ଯେ ସ୍ବାଧିନତାର ୬୦ ବର୍ଷ ପରେବି ଦେଶରେ ଏମିତି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ଯାନ ବାହାନ ଯିବାତୋ ଦୁରର କଥା ଲୋକେ ଖାଲି ପାଦରେ ବି ଠିକ ଭାବେ ଚାଲି ଚାଲି ଯାଇପାରୁ ନାହନ୍ତି । ସେମିତି ଇଲାକାରେ ନକ୍ସଲ ସମସ୍ୟା ବଢିବ ନାହି ତୋ ଆଉ କଅଣ ହେବ ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.