ETV Bharat / state

ITBP ଯବାନଙ୍କ ମାନବିକତା, ରୋଗୀଙ୍କୁ 12କିମି ଭାରରେ ବୋହି ପହଞ୍ଚାଇଲେ ହସ୍ପିଟାଲ - ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌

ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଲେ ଯବାନ । ନିଜ ଜୀବନକୁ ବାଜିରେ ଲଗାଇ ଜଣେ ଆଦିବାସୀ ମହିଳା ରୋଗୀଙ୍କୁ ଭାରରେ ବୋହି ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି ଆଇଟିବିପିର ବୀର ଯବାନ ।

itbp jawan humanity, malkangiri latest news, jawan lifts patient for 12 kms, ରୋଗୀଙ୍କୁ 12 କିମି ଭାରରେ ବୋହିଲେ ବୀର ଯବାନ, ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌, ଆଇଟିବିପି ଯବାନଙ୍କ ମାନବିକତା
ଆଇ.ଟି.ବି.ପି ଯବାନଙ୍କ ମାନବିକତା...
author img

By

Published : Dec 7, 2019, 7:47 PM IST

ମାଲକାନଗିରି: ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଛନ୍ତି ଯବାନ । ନିଜ ଜୀବନକୁ ବାଜିରେ ଲଗାଇ ଜଣେ ଆଦିବାସୀ ମହିଳା ରୋଗୀଙ୍କୁ ଭାରରେ ବୋହି ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି ଆଇଟିବିପିର ବୀର ଯବାନ । ଯବାନମାନେ କେବଳ ଗୋଟିଏ କି ଦୁଇ କିଲୋମିଟର ନୁହେଁ ଦୀର୍ଘ 12 କିଲୋମିଟର ଜଙ୍ଗଲିଆ ରାସ୍ତାରେ ଭାରରେ ରୋଗୀଙ୍କୁ ବୋହି ଦେଇଛନ୍ତି ମାନବିକତା ଓ ବୀରତ୍ବର ପରିଚୟ ।

ଆଇ.ଟି.ବି.ପି ଯବାନଙ୍କ ମାନବିକତା...

ଏ ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାର ଦୃଶ୍ୟ । ନକ୍ସଲପନ୍ଥୀଙ୍କ ସହିଦ ସପ୍ତାହ ଜାରି ରହିଥିବା ବେଳେ ଶନିବାର ସକାଳେ ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ଗାଁରେ ଥିବା ଆଇଟିବିପି କ୍ୟାମ୍ପର ଯବାନମାନେ କୁମ୍ବିଂ ଅପରେସନ ପାଇଁ ଟହକାଦଣ୍ଡ ଜଙ୍ଗଲକୁ ଯାଉଥିବା ବେଳେ ଜଣେ ଆଦିବାସୀ ମହିଳାଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ । ଏହାପରେ ବିଳମ୍ବ ନକରି ଯବାନମାନେ ସମ୍ପୃକ୍ତ ସ୍ଥାନକୁ ଯାଇ ମହିଳାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ ।

ଯବାନମାନେ କୁମ୍ବିଂ ଅପରେସନ ବନ୍ଦ କରି ତୁରନ୍ତ ଆରମ୍ଭ କରିଥିଲେ ଆଦିବାସୀ ମହିଳାଙ୍କ ଜୀବନ ବଞ୍ଚାଅ ଅପରେସନ । ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାଦେ ପାଦେ ମାଓବାଦୀଙ୍କ ଲଗାଯାଇଥିବା ଲ୍ୟାଣ୍ଡ ମାଇନର ଭୟକୁ ଖାତିର ନକରି ଯବାନମାନେ ମହିଳାଙ୍କୁ ବାଉଁଶର ଷ୍ଟ୍ରେଚର ତିଆରି କରି ଭାରରେ ବୋହି ବୋହି ଆଇଟିବିପି କ୍ୟାମ୍ପକୁ ଆଣିଥିଲେ । ସେଠାରେ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । ପରେ ରାମ କୃଷ୍ଣ ମିଶନର ସହାୟତରେ ଏକ ଆମ୍ବୁଲାନ୍ସ ଯୋଗେ ନାରାୟଣପୁର ସଦର ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ମହିଳାଙ୍କୁ ପଠାଯାଇଥିଲା ।

ସୂଚନା ମୁତାବକ 4 ଦିନ ପୂର୍ବରୁ ନାରାୟଣପୁର ଜିଲ୍ଲାରେ ଥିବା ଆଇ.ଟି.ବି.ପି କ୍ୟାମ୍ପରେ ଯବାନମାନେ ନିଜ ନିଜ ଭିତରେ ଗୁଳି ଚାଳନା କରିବାରୁ 6 ଜଣ ଯବାନଙ୍କ ଜୀବନ ଚାଲି ଯାଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତର ଅବସ୍ଥାରେ ରାୟପୁରଠାରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ଏହି ଅଭାବନୀୟ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । କିନ୍ତୁ ଏବେ ପୁଣି ଯବାନଙ୍କ ମାନବିକତାର ଚିତ୍ର ସାମନାକୁ ଆସିବା ପରେ ସମ୍ପୃକ୍ତ ଅଞ୍ଚଳରେ ଏବେ ଆଇ.ଟି.ବି.ପିର ଯବାନଙ୍କ କାର୍ଯ୍ୟକଳାପକୁ ଦେଖି ଲୋକେ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

ଏଇଠି ସୂଚନା ରହୁ କି ଏକ ସପ୍ତାହ ପୂର୍ବରୁ ମଧ୍ୟ ସୋନପୁର ଅଞ୍ଚଳରେ ଥିବା ଆଇ.ଟି.ବି.ପି କ୍ୟାମ୍ପର ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଏମିତି ଭାରରେ ବୋହି ବୋହି ଆଣୁଥିଲେ । କିନ୍ତୁ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକା ହେବାରୁ ରାମକୃଷ୍ଣ ମିଶନକୁ ଖବର ଦେଇଥିଲେ । ପରେ ରାମକୃଷ୍ଣ ମିଶନର ଏକ ମହିଳା ଦଳ ଯବାନଙ୍କ ପାଖରେ ପହଞ୍ଚି ଘଞ୍ଚ ଜଙ୍ଗଲରେ ମହିଳାଙ୍କ ପ୍ରସବ କରାଇଥିଲେ । ଏମିତିକି ମହିଳାଙ୍କ ପ୍ରସବ ସମୟରେ କପଡାର ଆବଶ୍ୟକତା ପଡିବାରୁ ଆଇ.ଟି.ବି.ପିର ଯବାନମାନେ ନିଜ ବସ୍ତ୍ର ମଧ୍ୟ ଦେଇଥିଲେ । ଯାହାର ଫଟୋ ଭାଇରାଲ ହେବାରୁ ଲୋକେ ଯବାନଙ୍କୁ ଦେବଦୂତ ବୋଲି କହୁଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଲେ ଜବାନ । ନିଜ ଜୀବନକୁ ବାଜି ଲଗାଇ ଜଣେ ରୋଗ ଆକ୍ରାନ୍ତ ଆଦିବାସି ମହିଳାଙ୍କୁ ଭାରରେ ବୋହି ଦିର୍ଘ ୧୨ କିଲୋମିଟର ଜଙ୍ଗଲିଆ ରାସ୍ତା ଅତିକ୍ରମ କଲେ ଆଇ.ଟି.ବି.ପିର ବୀର ଜବାନ । Body:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ମାନବିକତାର ଚିତ୍ର । ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହ ଜାରି ରହିଥିବା ବେଳେ ଆଜି ସକାଳେ ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ଗାଁରେ ଥିବା ଆଇ.ଟି.ବି.ପି କ୍ୟାମ୍ପର ଜବାନ ମାନେ କୁମବିଙ୍ଗ ଅପରେସନ ଲାଗି ଟହକାଦଣ୍ଡ ଜଙ୍ଗଲକୁ ଯାଉଥିବା ବେଳେ ଜଣେ ଆଦିବାସି ମହିଳାଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ ପରେ ଯବାନ ମାନେ ଉକ୍ତ ସ୍ତାନକୁ ଯାଇ ମହିଳାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। ଏହା ପରେ ଜବାନ ମାନେ ନକ୍ସଲ ଅପରେସନ ବନ୍ଦ କରି ତୁରନ୍ତ ଆରମ୍ଭ କରିଥିଲେ ଆଦିବାସି ମହିଳାଙ୍କ ଜିବନ ବଞ୍ଚାଅ ଅପରେସନ । ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାଦେ ପାଦେ ମାଓବାଦୀଙ୍କ ଲଗାଯାଇଥିବା ଲ୍ୟାଣ୍ଡ ମାଇନର ଭୟକୁ ଖାତିର ନକରି ଜବାନ ମାନେ ମହିଳାଙ୍କୁ ବାଉଁଶର ଷ୍ଟ୍ରେଚର ତିଆରି କରି ଭାରରେ ବୋହି ବୋହି ଆଇ.ଟି.ବି.ପି କ୍ୟାମ୍ପକୁ ଆଣିଥିଲେ । ସେଠାରେ ଜବାନଙ୍କ ଲାଗି ଉଦ୍ଧିଷ୍ଟ ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । ପରେ ରାମ କୃଷ୍ଣ ମିଶନର ସହାୟତରେ ଏକ ଆମ୍ବୁଲାନ୍ସ ଯୋଗେ ନାରାୟଣପୁର ସଦର ଚିକିସ୍ଛାଳୟକୁ ଅଧିକ ଚିକିସ୍ଛା ପାଇଁ ମହିଳାଙ୍କୁ ପଠା ଯାଇଛି । ସୂଚନା ମୁତାବକ ୪ ଦିନ ପୂର୍ବରୁ ନାରାୟଣପୁର ଜିଲ୍ଲାରେ ଥିବା ଆଇଟିବିପି କେମ୍ପରେ ଯବାନ ମାନେ ନିଜ ନିଜ ଭିତରେ ଗୁଳି ଚାଳନା କରିବାରୁ ୬ଜଣ ଯବାନଙ୍କ ଜୀବନ ଚାଲି ଯାଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତ୍ଵର ଅବସ୍ତାରେ ରାୟପୁର ଠାରେ ଚିକିଶ୍ଚାଧୀନ ଅବସ୍ତାରେ ରହିଥିବା ବେଳେ ଜବାନଙ୍କ କାର୍ଯ୍ୟକଳାପକୁ ନେଇ ସମଗ୍ର ଦେଶରେ ଚର୍ଚାର ବିଷୟ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ପୁଣି ଜବାନଙ୍କ ମାନବିକତାର ଚିତ୍ର ପୁଣି ସାମନ୍ନାକୁ ଆସିବା ପରେ ସମ୍ପୃକ୍ତ ଅଞ୍ଚଳରେ ଏବେ ଆଇଟିବିପିର ଯବାନଙ୍କ କାର୍ଯ୍ୟକଳାପକୁ ଦେଖି ଲୋକେ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଏଇଠି ସୂଚନା ରହୁ ଏକ ସପ୍ତାହ ପୂର୍ବରୁ ମଧ୍ୟ ସୋନପୁର ଅଞ୍ଚଳରେ ଥିବା ଆଇଟିବିପି କେମ୍ପର ଯବାନ ମାନେ କୁମବିଙ୍ଗ ଅପରେସନ କରୁଥିବା ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇବା ଲାଗି ଏମିତି ଭାର ରେ ବୋହି ବୋହି ଆଣୁଥିଲେ କିନ୍ତୁ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକା ହେବାରୁ ରାମକୃଷ୍ଣ ମିଶନକୁ ଖବର ଦେଇଥିଲେ ପରେ ରାମକୃଷ୍ଣ ମିଶନର ଏକ ମହିଳା ଦଳ ଯବାନଙ୍କ ନିକଟରେ ପହଞ୍ଚି ଘଞ୍ଚ ଜଙ୍ଗଲରେ ମହିଳାଙ୍କ ପ୍ରସାବ କରାଇଥିଲେ । ଏମିତିକି ମହିଳାଙ୍କ ପ୍ରସବ ସମୟରେ କପଡାର ଆବଶ୍ୟକତା ପଡିବାରୁ ଏହି ଆଇଟିବିପିର ଜବାନ ମାନେ ନିଜ ବସ୍ତ୍ର ମଧ୍ୟ ଦେଇଥିଲେ । ଯାହାର ଚିତ୍ର ଭାଇରାଲ ହେବାରୁ ଲୋକେ ଜବାନ ଙ୍କୁ ଭଗବାନ ବୋଲି କହୁଛନ୍ତି ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ....................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.