ETV Bharat / state

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଜନା ପଣ୍ଡ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ଦୁଇଟି ଜୀବନ୍ତ ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ବିସ୍ପୋରଣ କରି ନଷ୍ଟ କଲେ ITBP ଯବାନ। ଅଧିକ ପଢନ୍ତୁ...

author img

By

Published : Apr 2, 2021, 9:33 AM IST

Updated : Apr 2, 2021, 9:49 AM IST

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଜନା ପଣ୍ଡ, ଅଳ୍ପକେ ବର୍ତ୍ତିଲେ ଯବାନ
ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଜନା ପଣ୍ଡ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ଦୁଇଟି ଜୀବନ୍ତ ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ବିସ୍ପୋରଣ କରି ନଷ୍ଟ କଲେ ITBP ଯବାନ।

ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ ଏହି ଲ୍ୟାଣ୍ଡମାଇନ। ଜଙ୍ଗଲ ମଧ୍ୟରେ ପୋଲିସ ଅପରେସନରେ ଯିବାବେଳେ ମାଓବାଦୀ ଯବାନଙ୍କୁ କ୍ଷତି ପହଁଞ୍ଚାଇବା ପାଇଁ ଏହି ଯୋଜନା କରିଥିଲେ। ତେବେ ITBP ଯବାନ ବବକରକୋଟା ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିବାବେଳେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନର ସନ୍ଧାନ ପାଇଥିଲେ । ତେବେ ବମ୍ ସ୍କ୍ୱାର୍ଡ ପହଁଞ୍ଚି ଲ୍ୟାଣ୍ଡମାଇନକୁ ବିସ୍ପୋରଣ କରି ନଷ୍ଟ କରିଦେଇଛନ୍ତି।

ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ କୌଣସି ଗାଡିକୁ ଅତି ସହଜରେ 20 ରୁ 30 ଫୁଟ ଉପରକୁ ଉଡାଇପାରିବା କ୍ଷମତା ରହିଥିଲା। ଏହି ଘଟଣା ପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Apr 2, 2021, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.