ETV Bharat / state

Panchayat Election: ମାଲକାନଗିରିରେ ବାହାର ଜିଲ୍ଲା ନେତାଙ୍କ ପ୍ରଭାବ ! ପଦାରେ ପଡିଛି ଦଳୀୟ କନ୍ଦଳ - ମାଲକାନଗିରି ଖବର

ପଞ୍ଚାୟତ ପରୀକ୍ଷା ଯେତେ ପାଖଉଛି ରାଜନୈତିକ ଉଷ୍ଣତା ସେତେ ବଢୁଛି । ଭୋଟଙ୍କୁ ହାତେଇବାରୁ ସବୁ ପ୍ରକାର କୌଶଳ ଆପଣେଇଲେଣି ଦଳର ନେତା । ପଡିଲାଣି ଉଠିଲାଣି ଗାଁ ଦାଣ୍ଡ । ମାଲକାନଗିରି ଜିଲ୍ଲାରେ ବି ବହୁଛି ନିର୍ବାଚନ ହାୱା । ଜିଲ୍ଲାରେ ଜୋରସୋର ଜମୁଛି ପ୍ରଚାର । ଏହାରି ଭିତରେ ଦଳୀୟ କନ୍ଦଳ ଦେଖିବାକୁ ଦେଖିବାକୁ ମିଳିଛି । ଜିଲ୍ଲାରେ ବାହାର ଜିଲ୍ଲା ନେତାଙ୍କ ପ୍ରଭାବ ହେତୁ ରହୁନି ବରିଷ୍ଠ ନେତାମାନଙ୍କ କଥା । ଅଧିକ ପଢନ୍ତୁ

ମାଲକାନଗିରିରେ ବାହାର ଜିଲ୍ଲା ନେତାଙ୍କ ପ୍ରଭାବ

author img

By

Published : Feb 13, 2022, 4:27 PM IST

Updated : Feb 14, 2022, 3:06 PM IST

ମାଲକାନଗିରି: ଆଉ ମାତ୍ର ଦିନ କେଇଟା ପରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ପରୀକ୍ଷା ଯେତେ ପାଖଉଛି ରାଜନୈତିକ ଉଷ୍ଣତା ସେତେ ବଢୁଛି । ଭୋଟରଙ୍କୁ ହାତେଇବାକୁ ସବୁ ପ୍ରକାର କୌଶଳ ଆପଣେଇଲେଣି ଦଳର ନେତା । ପଡିଲାଣି ଉଠିଲାଣି ଗାଁ ଦାଣ୍ଡ । ମାଲକାନଗିରି ଜିଲ୍ଲାରେ ବି ବହୁଛି ନିର୍ବାଚନ ହାୱା । ଜିଲ୍ଲାରେ ଜୋରସୋର ଜମୁଛି ପ୍ରଚାର । ଏହାରି ଭିତରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି ।

ମାଲକାନଗିରିରେ ବାହାର ଜିଲ୍ଲା ନେତାଙ୍କ ପ୍ରଭାବ ! ପଦାରେ ପଡିଛି ଦଳୀୟ କନ୍ଦଳ

ଜିଲ୍ଲାରେ ବାହାର ଜିଲ୍ଲା ନେତାଙ୍କ ପ୍ରଭାବ ହେତୁ ରହୁନି ବରିଷ୍ଠ ନେତାମାନଙ୍କ କଥା । ଦଳ ମଧ୍ୟରେ ଫାଟ, ଦଳୀୟ କର୍ମୀ ଜାଣିପାରୁନାହାନ୍ତି ତାଙ୍କ ଦଳର ନେତା କିଏ ? ଏଭଳି ପରିସ୍ଥିତିରେ ନିର୍ବାଚନ ବୈତରଣୀ କିଭଳି ପାର ହେବେ ଦଳୀୟ ପାର୍ଥୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ଲହରି ଚାଲିଥିବାବଳେ ପ୍ରତ୍ୟେକ ଜିଲ୍ଲାର ଦଳୀୟ ନେତୃତ୍ବବୃନ୍ଦ ଚେଷ୍ଟା କରନ୍ତି ଲୋକ ମତ କିଭଳି ନିଜ ନିଜ ଦଳକୁ ମିଳିବ ।

ଏପରି ପରିସ୍ଥିତିରେ ଦଳ ନିଜ ଅଞ୍ଚଳର ଜଣେ ବରିଷ୍ଠ ରାଜନୈତିକ ନେତାଙ୍କୁ ଦାୟିତ୍ବ ଦିଆଯାଇଥାଏ । ମାଲକାନଗିରି ଜିଲ୍ଲା ପାଇଁ ବିଜୁ ଜନତା ଦଳର ଦାୟିତ୍ବ ସାଲେପୁର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ଦିଆଯାଇଥିବାବେଳେ ଥିବା ସହ ଓଡିଶା ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ବରଚନ୍ଦ୍ର ପାଣିଗ୍ରାହୀ ଦଳର ସମସ୍ତ କଥା ବୁଝୁଛନ୍ତି ।

ବିଡେଡିର ହେବି ୱେଟ୍ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ତଥା ବବି ଭାଇଙ୍କ ପତିଆରା ମାଲକାନଗିରି ଜିଲ୍ଲାରେ ବହୁତ୍ ଥିବା ବିରୋଧୀ ଅନୁମାନ କରି ନିଜ ମତ ପ୍ରକାଶ କରିଛନ୍ତି । ବିଜେଡିର ଜିଲ୍ଲା ସଭାପତି ଭାବେ ନିଜେ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଥିବାବେଳେ ସେ ତାଙ୍କ ପରିବାରବାଦ ରାଜନୀତିରେ ସମୟ ଦେଉଥିବା ଦେଖିବାକୁ ମିଳିଛି । କାରଣ ବିଧାୟକଙ୍କ ପୁଅ ମହେସ୍ ବାକା ମାଥିଲି ବ୍ଲକ୍ ନାୟକ ଗୁଡା ପଞ୍ଚାୟତର ସମିତି ସଭ୍ଯପଦ ପାଇଁ ପାର୍ଥୀ ଥିବାବେଳ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ୍ ମାଥିଲି ଜୋନ୍ ୧ର ପାର୍ଥୀନୀ ରହିଛନ୍ତି । ଯାହାର ଦାୟିତ୍ବ ନବରଙ୍ଗପୁର ପୁର୍ବତନ ସାଂସଦ ପ୍ରଦୀପ ମାଝୀ ନେଇଛନ୍ତି । ସେ ମଧ୍ୟ ନବରଙ୍ଗପୁର ଜିଲ୍ଲାର ।

ସ୍ବତନ୍ତ୍ର ବିକାଶ ପରିଷଦ ଅଦକ୍ଷ ତଥା ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡକାମି ଦଳ ପାଇଁ ନିଜେ ପ୍ରଚାରକୁ ଓହ୍ଲାଇ ଥିବାବେଳେ ସେ ବି ଅନ୍ୟ ଜିଲ୍ଲାର ନେତାଙ୍କ ନିଷ୍ପତି ଉପରେ ନିର୍ଭର କରୁଥିବା କାରଣ ପାଇଁ ଦଳୀୟ ନେତା ମୁକୁଟ ବିହୀନ ନେତା ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି । ବିଜେଡିର ପୂର୍ବତନ ଚିତ୍ରକୁଣ୍ଡା ବିଧାୟକ ଡମ୍ବୁରୁ ସିସା, ମାଲକାନଗିରିର ପୁର୍ବତନ ବିଧାୟକ ମୁକୁନ୍ଦ ସୋଡି ଚୁପ୍ ରହିଥିବା ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି ବି ଚୁପ୍ ରହିଛନ୍ତି ।

ଅପରପକ୍ଷରେ ମାଲକାନଗିରି ଜିଲ୍ଲାର ହେବିୱେଟ ଭାବେ ପରିଚିତ ପୂର୍ବତନ ମନ୍ତ୍ରୀ ତଥା ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କର ପୂର୍ବ ନିର୍ବାଚନ ଗୁଡିକରେ ନିଜେ ସାମିଲ୍ ହୋଇ ଦଳୀୟ ପ୍ରଚାର କଲା ଭଳି ଏହି ନିର୍ବାଚନରେ ଦେଖା ସାକ୍ଷାତ ନାହିଁ । ଯାହା ଦଳୀୟ କନ୍ଦଳକୁ ପଦାରେ ପକେଇଛି ।

ଠିକ୍ ସେହିଭଳି ପରିସ୍ଥିତି ମାଲକାନଗିରି ଜିଲ୍ଲା ବିଜେପି ଦଳରେ ଦେଖିବାକୁ ମିଳିଛି । ମାଲକାନଗିରି ବିଧାୟକ ବିଡେପିର ଆଦିତ୍ୟ ମାଢି ରହିଛନ୍ତି । ସେ ଅସୁସ୍ଥ ଥିବାରୁ ନିର୍ବାଚନର ଦାୟିତ୍ବ ନେଇପାରିନାହାନ୍ତି । ଦଳ ସଭାପତି ନିମାଇ ପାଲ୍ ନିଜେ ନିର୍ବାଚନ ପରିଚାଳନା କରୁଥିବାବେଳେ , ମାଲକାନଗିରି ଜିଲ୍ଲାରେ ନବରଙ୍ଗପୁର୍ ପୁର୍ବତନ ସାଂସଦ ପର୍ଶୁରାମ ମାଝୀ , ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ , କୋରାପୁଟ୍ ପୁର୍ବତନ ସାଂସଦ ଜୟରାମ ପାଙ୍ଗି ଓ ପ୍ରଭାରୀ କାଳିରାମ ମାଝୀ ଏବଂ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଭଳି ବାହାର ଜିଲ୍ଲାର ନେତା ମାଲକାନଗିରି ଜିଲ୍ଲାରେ ନିଜ ପତିଆରା ବଢ଼ାଇବାସହ ବିଜେପି ଦଳ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ BJP ହାତରେ ରହିଥିବାରୁ ବର୍ତ୍ତମାନ ନିର୍ବାଚନରେ ପୁଣି ନିଜ ସିଟ୍ ବଯାଇ ରଖବ କହିଛନ୍ତି ବିଜେପି ନେତା । ସେହିଭଳି କଂଗ୍ରେସ ନେତାମାନଙ୍କ ମଧ୍ୟରୁ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ନିଜେ ମଙ୍ଗ ଧରି ନିର୍ବାଚନ ପ୍ରଚାର କରୁଥିବାବେଳେ କଂଗ୍ରେସ ବରିଷ୍ଠ ନେତା ତଥା ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ ମାଲକାନଗିରି ଅବଜରଭର ଭାବେ ଦାୟିତ୍ବ ନେଇଛନ୍ତି କିନ୍ତୁ ମାଲକାନଗିରିର ପୂର୍ବତନ ବିଧାୟକ ନିମାଇ ଚନ୍ଦ୍ର ସରକାର୍ ଓ ଚିତ୍ରକୁଣ୍ଡାର ପୂର୍ବତନ ବିଧାୟିକା ମମତା ମାଢିଙ୍କ ଏହି ନିର୍ବାଚନରେ ଦେଖାନାହିଁ ।

ଗୋଟିଏ ଦଳର ନେତା ଅନ୍ୟ ଦଳ ନେତା ଉପରେ କାଦୁଅ ଫିଙ୍ଗିବା ସହ ସମସ୍ତ ଦଳର ନେତାମାନେ 15 ରୁ 15 ଜିଲ୍ଲାପରିଷଦ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଦଳୀୟ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଆଶଙ୍କା ଦେଖା ଦେଇଛି ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିିଭି ଭାରତ

Last Updated : Feb 14, 2022, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.