ETV Bharat / state

ସ୍ତ୍ରୀ ଅଜାଣତରେ କିଡ଼ନୀ ବିକି ଦେଲା ସ୍ବାମୀ, ମହିଳା ମାଗୁଛନ୍ତି ନ୍ୟାୟ - ମାଲକାନଗିରିରେ ବେଆଇନ କିଡ଼ନୀ ବିକ୍ରି ଅଭିଯୋଗ

ସ୍ତ୍ରୀର ଅଜାଣତରେ କିଡ଼ନୀ ବିକ୍ରି କରିଦେଇଥିବା ନେଇ ଥାନାରେ ଅଭିଯୋଗ କଲେ ମହିଳା । ମାଲକାନଗିରିରେ ଅଭାବନୀୟ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

husband sold his wife's kidney in malkangiri
ପତ୍ନୀର ଅଜାଣତାରେ କିଡ଼ନୀ ବିକ୍ରି କରିଦେଲା ସ୍ବାମୀ, ନ୍ୟାୟ ଦାବିରେ ଥାନାର ଦ୍ବାରସ୍ଥ ମହିଳା
author img

By

Published : Aug 25, 2022, 12:50 PM IST

ମାଲକାନଗିରି: ପତ୍ନୀର ଅଜାଣତରେ କିଡ଼ନୀ ବିକ୍ରି କରିଦେଲା ସ୍ବାମୀ (husband sold his wife's kidney in malkangiri) । ମାଲକାନଗିରି ଟାଉନ ଥାନାରେ ଏଭଳି ଏକ ଅଭିଯୋଗ ହୋଇଛି । ଜିଲ୍ଲାର କୋତାମେଟା ଗ୍ରାମର ପ୍ରଶାନ୍ତ କୁଣ୍ଡୁ ତାଙ୍କ ପତ୍ନୀ ରଞ୍ଜିତା କୁଣ୍ଡୁଙ୍କ କିଡ଼ନୀ ବିକ୍ରି କରିଦେଇଥିବା ନେଇ ନିଜେ ଥାନାରେ ଏତଲା ଦେଇଛନ୍ତି । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉଥିବା ସେ ଅଭିଯୋଗ କରିଛନ୍ତି ।

ପତ୍ନୀର ଅଜାଣତରେ କିଡ଼ନୀ ବିକ୍ରି କରିଦେଲା ସ୍ବାମୀ

ସୂଚନା ଅନୁଯାୟୀ, ପ୍ରଶାନ୍ତ କୁଣ୍ଡୁ 12 ବର୍ଷ ତଳେ ରଞ୍ଜିତା କୁଣ୍ଡୁଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ରହିଛି । କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପରିବାରିକ କଳହ ଦେଖାଦେଇଥିଲା । ତଥାପି ରଞ୍ଜିତା ଶାଶୁଘରେ ରହୁଥିଲେ । ଗତ 2018 ମସିହାରେ ସ୍ବାମୀ ପ୍ରଶାନ୍ତ ସ୍ତ୍ରୀକୁ ମେଡିକାଲ ଚିକିତ୍ସା କରିବା ବାହାନାରେ ଭୁବନେଶ୍ବରର ଏକ ବେସରକାରୀ ମେଡିକାଲକୁ ନେଇଯାଇଥିଲେ ଏବଂ ସେଠାରେ ତାଙ୍କ କିଡ଼ନୀ ବିକ୍ରି କରିଥିବା ରଞ୍ଜିତା ଅଭିଯୋଗ କରିଛନ୍ତି ।

MV 38 ଗ୍ରାମର ଅସୀମ ହାଲଦାରକୁ ଏହି କିଡ଼ନୀ ବିକ୍ରି କରିଦେଇଥିବା ସେ କହିଛନ୍ତି । ଏନେଇ ସେ କହିଛନ୍ତି, " ରକ୍ତ ପରୀକ୍ଷା କରିବାକୁ କହି ମୋ ନଣନ୍ଦ ଏବଂ ସ୍ବାମୀ ମିଶି କିଡ଼ନୀ ବିକ୍ରି କରିଛନ୍ତି । ମତେ ନ୍ୟାୟ ଦରକାର । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।" ତେବେ ଏନେଇ ସେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ମହିଳା ଜଣକ କହିଛନ୍ତି । ଅନ୍ୟପଟେ ବଳପୂର୍ବକ କିଡ଼ନୀ ବିକ୍ରି ନେଇ ପ୍ରଶାନ୍ତ କୁଣ୍ଡୁକୁ କଠୋର ଦଣ୍ଡ ଦେବାପାଇଁ ରଞ୍ଜିତାଙ୍କ ପରିବାର ଏବଂ ଗ୍ରାମବାସୀ ମାଲକାନଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.