ETV Bharat / state

ଶିକାରକୁ ଯାଇ ନିଜେ ଶିକାର ହେଲା ଶିକାରୀ

ମାଲକାନଗିରି ଜିଲ୍ଲାରେ ଶିକାର କରିବାକୁ ଯାଇ ପ୍ରାଣ ହରାଇଛି ଶିକାରୀ । ଆଦିବାସୀ ପରମ୍ପରା ଅନୁସାରେ ଚଇତି ପର୍ବ ଚାଲିଥିବା ସମୟରେ ଘଟିଛି ଏଭଳି ଅଘଟଣ ।

author img

By

Published : Apr 25, 2019, 4:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଚୈତ୍ରପର୍ବ ଅବସରରେ ବେଣ୍ଟ ଶିକାରକୁ ଯାଇ ନିଜେ ଶିକାର ହେଲା ଶିକାରୀ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସନିଆ ମିରଗମ୍ ନାମକ ବ୍ୟକ୍ତି ଆଦିବାସୀ ପରମ୍ପରା ଅନୁସାରେ ଗ୍ରାମର କିଛି ଯୁବକଙ୍କ ସହ ଚୈତ୍ରପର୍ବ ପାଳନ ଅବସରରେ ବେଣ୍ଟ ଶିକାର କରିବା ପାଇଁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନା ଅନୁସାରେ ଆଖ ପାଖ ତିନିରୁ ଚାରଟି ଗାଁର ପ୍ରାୟ ୩୫ରୁ ୪୦ଜଣ ବ୍ୟକ୍ତି ଏହି ବେଣ୍ଟ ଶିକାରରେ ସାମିଲ ହୋଇଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଜଙ୍ଗଲରେ ଶିକାର କରିବା ପାଇଁ ଚାରିଦିଗରୁ ଘେରାଉ କରି ନିଜ ନିଜର ଧନୁତୀରକୁ ଯୋଖି ତୀର ଚଳାଇବା ବେଳେ ହଠାତ ଅପର ପକ୍ଷରୁ ଦୁଇଟି ତୀର ଆସି ସନିଆ ମିରଗମ୍‌ଙ୍କ ବାମ ହାତ କାଖ ତଳେ ଲାଗି ଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟୁକୁ ହତ୍ୟା ସନ୍ଦେହ କରି ତାଙ୍କ ପରିବାର ଲୋକେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଅଭିଯୋଗ କରିଥିଲେ । ପୋଲିସ୍ ଘଟଣାସ୍ଥଳକୁ ଯାଇ ମୃତ୍ୟୁର କାରଣ ତଦନ୍ତ କରିବା ସହ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.