ETV Bharat / state

ଚର୍ଚ୍ଚାରେ ଇଞ୍ଜିନିୟର୍ସ ଠେଲା, ସଂନ୍ଧ୍ୟା ହେଲେ ଜମୁଛି ଗ୍ରାହକଙ୍କ ଭିଡ

ମାଲକାନଗିରିରେ ଇଞ୍ଜିନିୟର୍ସ ଠେଲାର କ୍ରେଜ । ସଂନ୍ଧ୍ୟା ହେଲେ ଫାଷ୍ଟଫୁଡ ସହ ବିରିୟାନୀ ଖାଇବାକୁ ଜମୁଛି ଗହଳି । ଅଧିକ ପଢନ୍ତୁ...

author img

By

Published : Mar 25, 2021, 1:38 PM IST

malkangiri story
ଚର୍ଚ୍ଚାରେ ଇଞ୍ଜିନିୟର୍ସ ଠେଲା,ସଂନ୍ଧ୍ୟା ହେଲେ ଜମୁଛି ଗ୍ରାହକଙ୍କ ଭିଡ

ମାଲକାନଗିରି: ଚର୍ଚ୍ଚାରେ ଇଞ୍ଜିନିୟର୍ସ ଠେଲା । ସଂନ୍ଧ୍ୟା ହେଲେ ଠେଲା ପାଖରେ ଜମୁଛି ଲୋକଙ୍କ ଭିଡ । ଫାଷ୍ଟଫୁଡ ଠାରୁ ଆରମ୍ଭ କରି ବିରିୟାନୀ ଖାଇବା ପାଇଁ ଲାଗୁଛି ଗହଳି । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଇଞ୍ଜିନିୟର୍ସ ଠେଲା ପଡିଛି । ସେହି ଜିଲ୍ଲାର ଦୁଇ ବନ୍ଧୁ ଏହି ଠେଲା ପକାଇଛନ୍ତି। ଜଣେ ହେଲେ ସୁମିତ କୁମାର ସାମଲ ଓ ଅନ୍ୟ ଜଣେ ହେଲେ ପ୍ରିୟମ ବେବର୍ତ୍ତା। ସୁମିତଙ୍କ ଶିକ୍ଷାଗତ ଯୋଗ୍ୟତା ସିଭିଲ ଇଞ୍ଜିନିୟରିଂ ହୋଇଥିବା ବେଳେ ପ୍ରିୟମଙ୍କ ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଞ୍ଜିନିୟରିଂ। ଉଭୟ ଇଞ୍ଜିନିୟରିଂ ପାଠ ପଢିବା ସହ ଜଣେ ଆଇଟି କମ୍ପାନୀରେ କାମ କରୁଥିବା ବେଳେ ଆଉ ଜଣେ ଠିକାଦାର ଭାବେ କାମ କରୁଛନ୍ତି।

ଚର୍ଚ୍ଚାରେ ଇଞ୍ଜିନିୟର୍ସ ଠେଲା, ସଂନ୍ଧ୍ୟା ହେଲେ ଜମୁଛି ଗ୍ରାହକଙ୍କ ଭିଡ

ଦୁଇ ପାଠୁଆ ଯୁବକଙ୍କ ଏଭଳି କାର୍ଯ୍ୟକୁ ଲୋକେ ପସନ୍ଦ ମଧ୍ୟ କରିଛନ୍ତି। କୌଣସି କାମ ଛୋଟ କି ବଡ ନୁହେଁ ବୋଲି ଏମାନେ କୁହନ୍ତି। ପ୍ରତ୍ୟେକ କାମକୁ ନିଜର ଭାବି କଲେ ସେଥିରେ ଆନନ୍ଦ ଥାଏ । ଆଉ ତାହା ସୁଖ ପ୍ରଦାନ କରିଥାଏ ବୋଲି ସେମାନେ କହିଛନ୍ତି ।ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ଠେଲା ପକାଇ ବ୍ୟବସାୟ କରିବାରେ ସମାନେ ଲଜ୍ଜିତ ନୁହନ୍ତି ।ତେବେ,ଏ କାର୍ଯ୍ୟରେ ଉଭୟଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.