ETV Bharat / state

ମାଲକାନଗିରିରେ କାଳ ବୈଶାଖୀର ତାଣ୍ଡବ: କାହାର ଘର ଭାଙ୍ଗିଲା, କାହାର ଟିଣ ଉଡାଇଲା

author img

By

Published : Apr 2, 2023, 3:35 PM IST

ମାଲକାନଗିରି ଜିଲ୍ଲାର ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି ଅଦିନିଆ ବର୍ଷା ଓ ପବନ । ଅଧିକ ପଢନ୍ତୁ

thunderstorm in malkangiri
thunderstorm in malkangiri
ମାଲକାନଗିରିରେ କାଳ ବୈଶାଖୀର ତାଣ୍ଡବ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ତାଣ୍ଡବ ରଚିଲା କାଳ ବୈଶାଖୀ । ଏନେଇ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଭିନ୍ନ ସ୍ଥାନରେ ଘରର ଟିଣ ଉଡିଯିବା ସହ ବଡବଡ ଗଛ ଗୁଡିକ ପଡି ଯିବାରୁ ବହୁ ସ୍ଥାନରେ ରାସ୍ତା ଅବରୋଧ ହୋଇଛି । ଜିଲ୍ଲାର ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି ଏହି ଅଦିନିଆ ବର୍ଷା ଓ ପବନ ।

ତେବେ ଏହି କାଳ ବୈଶାଖୀ ପ୍ରଭାବରେ ଏମ୍ ଭି ୧୦୧, ପଦ୍ମଗିରି ତାଳସାହି, ମଝିସାହି, ଡଙ୍ଗରଗୁଡା, ଏମ୍ ଭି 84 ଗାଁର ପାଖାପାଖି ୩୦ଘର ଭାଙ୍ଗି ଘରଟିଣ ଉଡି ଯାଇଛି । ସେହିଭଳି ପଦ୍ମଗିରି ସରକାରୀ ଉଚ୍ଚବିଦ୍ୟାଳୟର ଘରଟିଣ ଉଡି ଗଛରେ ଲାଗିଥିବା ଦେଖିବାକୁ ମିଳିଛି । ଏଥିସହ ବିଭିନ୍ନ ସ୍ଥାନରେ ବଡବଡ ଗଛଗୁଡିକ ପଡି ଯିବାରୁ ବହୁ ସ୍ଥାନରେ ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ବିଦ୍ୟୁତ୍ ସରବହାର ମଧ୍ୟ ବନ୍ଦ ହେବାରୁ ପଦ୍ମଗିରି ପଞ୍ଚାୟତ ଅନ୍ଧାରରେ ଥିବା ଜଣାପଡିଛି ।

ଏନେଇ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଅଚାନକ୍ ଝଡ ତୋଫାନ୍ ଆସିଥିଲା । ଏହି ସମୟରେ ଲୋକ ମାନେ ପ୍ରାୟ ଘରେଥିଲେ । ପବନର ବେଗ ଏତେ ଭୟଙ୍କର ଥିଲା ଯେ ଘର ଟିଣ , ଆଜବେଷ୍ଟ ଥରିବାରେ ଲାଗିଲା ଏଣୁ ଭୟରେ ଲୋକମାନେ ପାଖ ପଡିଶାରେ ଥିବା ଛାତ ଘରକୁ ନିଜ ଜୀବନ ବଞ୍ଚାଇବାକୁ ପଳାଇଥିଲେ । ଏହି ସମୟରେ ଭୟଙ୍କର ରୁ ଅତି ଭୟଙ୍କର ପବନ ଝଡ ବର୍ଷା ହେବାରୁ ବହୁ ଲୋକଙ୍କ ଘର ଟିଣ ଓ ଆଜବେଷ୍ଟ ଉଡି ଯାଇଛି । ଫଳରେ ଘରେଥିବା ଆସବାବ ପତ୍ର, ଜରୁରୀ କାଗଜ ପତ୍ର, ଖାଦ୍ୟ ସାମଗ୍ରୀ ଆଦିରେ ବର୍ଷା ପାଣିପଡି ନଷ୍ଟ ହୋଇଯାଇଛି । ଶେଷରେ କ୍ଷୟକ୍ଷତି ସହିଥିବା ଲୋକମାନଙ୍କୁ ପାଖପଡିଶା ଲୋକ ଖାଇବାକୁ ଦେବାସହ ରାତିରେ ରହିବାକୁ ଜାଗା ଦେଇଥିଲେ ।

ସୂଚନା ମୁତାବକ, ଗତକାଲି ରାତିରେ ମାଲକାନଗିରିର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି କିଛି ସ୍ଥାନର ଗଛକାଟି ସଫା କରିଥିଲେ । ସେହିପରି ଆଜି ସକାଳୁ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧକ୍ଷା ଗୌରୀ ପଡିଆମି ଗାଁଗାଁ ବୁଲି କ୍ଷୟକ୍ଷତି ହୋଇଥିବା ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଗତ କାଲି ସନ୍ଧ୍ୟାରୁ ଲୋକଙ୍କ ଏତେ କ୍ଷୟକ୍ଷତି ହୋଇଥିଲେ ହେଁ ବର୍ତ୍ତମାନ ସୁଧା ସ୍ଥାନୀୟ ଆରଆଇ ଓ ଅଧିକାରୀଙ୍କ ଦେଖା ମିଳିନି । କ୍ଷତିଗ୍ରସ୍ତ ଲୋକମାନେ ପ୍ରଶାସନର ସାହାଯ୍ୟକୁ ନିର୍ଭର କରିଥିବାରୁ ସ୍ଥାନୀୟ ତହସିଲଦାର ଓ ଜିଲ୍ଲା ପ୍ରଶାସନକୁ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାପାଇଁ ବ୍ଲକ ଅଧ୍ୟକ୍ଷା ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ପଶ୍ଚିମାଝଡ ହେବାରୁ ତରଭୁଜ ଚାଷ, ଟମାଟୋ ଓ ପନିପରିବା ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.