ETV Bharat / state

ଡ୍ୟାମରେ ବୁଡି ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ ଘଟଣା, 3 ନିଲମ୍ବିତ

ଡ୍ୟାମରେ ଛାତ୍ର ବୁଡି ପ୍ରାଣ ହରାଇବା ଘଟଣାରେ ଜିଲ୍ଲାପାଳ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ 5ଜଣଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣା ପଛରେ ସେମାନଙ୍କ ଅବହେଳା ଥିବା ଜାଣିପାରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

author img

By

Published : Jul 16, 2019, 10:51 AM IST

Updated : Jul 16, 2019, 2:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଗଙ୍ଗଲା ପଞ୍ଚାୟତ ସେବାଶ୍ରମର ପ୍ରଥମ ଶ୍ରେଣୀର ଛାତ୍ର ଡ୍ୟାମରେ ବୁଡି ପ୍ରାଣ ହରାଇଥିଲେ । ଏହି ଘଟଣାର 24 ଘଣ୍ଟା ଭିତରେ ଜିଲ୍ଲାପାଳ ସେବାଶ୍ରମର ୫ ଜଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗମିତ୍ରା କରସୁଧା ପଟ୍ଟନାୟକ, ସହକାରୀ ଶିକ୍ଷକ ପତିତ ପାବନ ଜେନା ଓ ମେଟ୍ରୋନ ସୁମିତ୍ରା ବେହେରାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଜଗୁଆଳି କମଲ ଲୋଚନ ସୌରା ଓ ରୋଷେୟା ଲକ୍ଷ୍ମୀଧର କୋପେଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି

ପ୍ରାୟ 300ରୁ ଊର୍ଦ୍ଧ୍ବ ଆଦିବାସୀ ଛାତ୍ରଛାତ୍ରୀ ପଢୁଥିବା ଏହି ସ୍କୁଲରେ ରହିଛି ଅହେତୁକ ଅବ୍ୟବସ୍ଥା । ଖାଦ୍ୟ ଠାରୁ ଶୌଚାଳୟ ସବୁ କିଛି ବିପର୍ଯ୍ୟସ୍ତ ନେଇ ଅଭିଯୋଗ ହୋଇଛି । ଆଉ ଏସବୁ ଭିତରେ ହନ୍ତସନ୍ତ ହୋଇ ଅକାଳରେ ଗୋଟିଏ ନୀରିହ ଜୀବନ ପ୍ରାଣ ହରାଇଲା । ସୋମବାର ଏହି ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ର ଅମିତ୍ କାଲେକୁରା ଶୌଚ ପାଇଁ ବାହାରକୁ ଯାଇଥିବା ସମୟରେ ସ୍କୁଲ ପଛରେ ଥିବା ଡ୍ୟାମରେ ବୁଡି ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି । ହଷ୍ଟେଲରେ ରହୁଥିବା ଶତାଧିକ ପିଲା ସେମାନଙ୍କ ଜିନିଷ ସବୁ ନେଇ ଘରକୁ ପଳାଇଥିବା ଜଣାପଡିଛି ।

ଡ୍ୟାମରେ ଛାତ୍ର ବୁଡି ପ୍ରାଣ ହରାଇବା ଘଟଣାରେ ଜିଲ୍ଲାପାଳ ପ୍ରଧାନଶିକ୍ଷୟତ୍ରୀ ସମେତ 5 ଜଣଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣା ପଛରେ ସେମାନଙ୍କ ଅବହେଳା ଥିବା ଜାଣିପାରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

test

Conclusion:
Last Updated : Jul 16, 2019, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.