ETV Bharat / state

ଲାଲଗଡରେ ବାୟୁସେନାର ଲଢୁଆ ବିମାନ, ମାଓ ଦମନ ନେଇ ରଣନୀତି ଜୋରଦାର

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁରାସେତୁ ଆକାଶ ମାର୍ଗରୁ ସୁରକ୍ଷା ଯାଞ୍ଚ କରୁଛି ବାୟୁସେନା ହେଲିକପ୍ଟର । ବାୟୁସେନାର ଲଢୁଆ ବିମାନ ଦେଖି ଯବାନଙ୍କ ମନୋବଳ ଦୃଢ ହେବାସହ ମାଓ ଦମନ କ୍ଷେତ୍ରରେ ନୂଆ ରଣନୀତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଚାଲିଛି ।

author img

By

Published : Nov 7, 2020, 7:51 PM IST

ଲାଲଗଡ ବାୟୁସେନାର ଲଢୁଆ ବିମାନ, ବିଏସଏଫ୍ କ୍ୟାମ୍ପ ଉପରେ ଆକାଶ ମାର୍ଗରୁ ନଜର

ମାଲକାନଗିରି: ଲାଲଗଡ଼ରେ ସମର ସଜା । ସ୍ବାଭିମାନ ଅଞ୍ଚଳ ଆକାଶରେ ପଇଁତରା ମାରୁଛି ବାୟୁ ସେନାର ଲଢୁଆ ବିମାନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁରାସେତୁ ଆକାଶ ମାର୍ଗରୁ ସୁରକ୍ଷା ଯାଞ୍ଚ କରୁଛି ବାୟୁସେନା ହେଲିକପ୍ଟର ।

ଶନିବାର ହଠାତ୍ 2ଟି ବିମାନ ସ୍ୱାଭିମାନ ଅଞ୍ଚଳ ଆକାଶରେ ଚକର କାଟିଥିଲା । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଗୋଟିଏ ହେଲିକପ୍ଟର ଗୁରାସେତୁ ବିଏସଏଫ କ୍ୟାମ୍ପରେ ଅବତରଣ କରିଥିବା ବେଳେ ଅନ୍ୟଟି ଜଙ୍ଗଲ ଉପରେ ପଇଁତରା ମାରିଥିଲା । ସେପଟେ ବାୟୁସେନାର ଲଢୁଆ ବିମାନ ଦେଖି ଯବାନଙ୍କ ମନୋବଳ ଦୃଢ ହୋଇଥିବା ବେଳେ ମାଓ ଦମନ କ୍ଷେତ୍ରରେ ନୂଆ ରଣନୀତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଚାଲିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.