ମାଲକାନଗିରି: ଲଗାଣ ବର୍ଷାରେ ଜିଲ୍ଲାର ସ୍ଥିତ ବେହାଲ । ଫଳରେ ଜିଲ୍ଲାର ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି । ମାଲକାନଗିରି-ଛତିଶଗଡ ସୁକମାକୁ ସଂଯୋଗ କରୁଥିବା ଚଲାଣଗୁଡା ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହୋଇଛି ।
ଫଳରେ ପୋଲର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିବା ସହ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ପରିସ୍ଥିତ ଅନୁଧ୍ୟାନ କରୁଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ