ମାଲକାନଗିରି: ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । ଆନ୍ଧ୍ର ପାଇଁ ଭୟଭୀତ ମାଲକାନଗିରି । କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା । ମାଲକାନଗିରି ଜିଲ୍ଲାକୁ ଲାଗିଛି ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼। ଏହି ସବୁ ରାଜ୍ୟରେ ମହାମାରୀ ବଡ ଭୟଙ୍କର ରୂପ ନେଇଛି । ଖାସ କରି ଆନ୍ଧ୍ର ଏବଂ ତେଲେଙ୍ଗାନା ରାଜ୍ୟରେ ଯେଉଁ ନୂଆ ଷ୍ଟେନ ଆରମ୍ଭ ହେଇଛି । ତାକୁ ନେଇ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ମାଲକାନଗିରିରେ ।
ଜିଲ୍ଲାର ମୋଟୁ,ପଡିଆ, ଚଲାନଗୁଡା ,ଗୋବିନ୍ଦପଲ୍ଲୀ ଏବଂ ଚିତ୍ରକୋଣ୍ଡାର ସିଲେରୁ ଠାରେ ଚେକ ପୋଷ୍ଟ ରହିଛି । ମୋଟୁ ଚେକ ପୋଷ୍ଟରେ ପ୍ରବାସୀ ଓଡ଼ିଆଙ୍କ ପ୍ରବେଶ ପାଇଁ ଅନୁମତି ରହିଛି । କିନ୍ତୁ ଏହି ଅଞ୍ଚଳ ପ୍ରବେଶ କରିବା ପରେ ସେମାନଙ୍କୁ ସବୁ ପ୍ରକାର ଟେଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି । ନିଜ ଜିଲ୍ଲା କିମ୍ବା ବାହାର ଜିଲ୍ଲା ପ୍ରବାସୀଙ୍କୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଗାଡ଼ି ଯୋଗେ ଘରକୁ ଯିବା ପାଇଁ ବ୍ୟବସ୍ଥା କରିଛି ।
କୋରୋନା ଦ୍ଵିତୀୟ ଲହରରେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 403 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଦିନକରେ 86 ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ତେବେ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ସବୁଠାରୁ କମ ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରୟାସ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟେ ପ୍ରକାର ନିୟନ୍ତ୍ରଣରେ ରହିଛି । ତେବେ ଆଗକୁ ଯେଭଳି ସଂକ୍ରମଣ ନ ବଢେ । ସେଥିପାଇଁ କଡା ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ମାଲକାନଗିରି ଏସପି ଏବଂ ତହସିଲଦାର ଉପସ୍ଥିତ ରହି କୋଭିଡ କଟକଣାକୁ ତଦରଖ କରୁଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ