ETV Bharat / state

ସିଝୁଛି ମାଲକାନଗିରି, ଚୁଆ ପାଣିରେ ମେଣ୍ଟୁଛି ଶୋଷ

ପ୍ରବଳ ଖରା ସାଙ୍ଗକୁ ଜଳକଷ୍ଟ ମାଲକାନଗିରିବାସୀଙ୍କ କଷ୍ଟକୁ ଦ୍ବିଗୁଣିତ କଲାଣି । ଉପାନ୍ତ ଅଞ୍ଚଳର ଆଦିବାସୀ ଭୋଗୁଛନ୍ତି ନାହିଁ ନଥିବା କଷ୍ଟ । ପିଇବା ପାଇଁ ସମସ୍ତ ଜଳାଶୟ ଖରା ଯୋଗୁଁ ଜଳଶୂନ୍ୟ । ଶୋଷ ମେଣ୍ଟାଉଛି ଚୁଆ ପାଣି ।

author img

By

Published : May 31, 2019, 2:51 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ମାଲକାନଗିରି : ତତଲା କଡେଇରେ ସିଝୁଛି ମାଲକାନଗିରି । ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା । ତାତି ସାଙ୍ଗକୁ ଜଳକଷ୍ଟରେ କଲବଲ ଉପାନ୍ତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ । ପାରଦ 47 ଡିଗ୍ରୀକୁ ଛୁଇଁଥିବା ବେଳେ ଶୁଖି ଯାଇଛି ସମସ୍ତ ଜଳାଶୟ । ଆଉ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଏକମାତ୍ର ଭରସା ପାଲଟିଛି ପାହାଡ ପାଖରେ ଥିବା ଛୋଟିଆ ଚୁଆ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ପାଣି ଟୋପାଏ ପାଇଁ ଡହଳ ବିକଳ ଉପାନ୍ତବାସୀଙ୍କୁ ଗରା, ମାଠିଆ ଧରି ଚାଲିଚାଲି ଯିବାକୁ ପଡେ ଦୁଇ କିଲୋମିଟର । ସେପଟେ ରୋଷେଇ ସହ ଘରକାମରେ ବ୍ୟବହାର ହୁଏ ଏହି ବିଶୁଦ୍ଧ ଚୁଆ ପାଣି । ଜଳସଂକଟ ନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇ ସାରିଛନ୍ତି ଗ୍ରାମବାସୀ । ହେଲେ ଶାସକ ଠୁ ପ୍ରଶାସକ ଯାଏଁ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।

କେବେ ଗ୍ରୀଷ୍ମର ଉତ୍ତାପ କମିବ ଆଉ ଦୂର ହେବ ଜଳକଷ୍ଟ । ଅନ୍ୟପଟେ ପାଣି ପାଇଁ ବର୍ଷାକୁ ଚାତକ ଭଳି ଅନାଇ ବସିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.