ETV Bharat / state

ମାଲକାନଗିରିରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ - ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି ଏସପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ । ସରକାରଙ୍କ ଉନ୍ନୟନ କାର୍ଯ୍ୟରେ ପ୍ରଭାବିତ ହୋଇ ମାଓବାଦୀ କମୁଲୁ ବେଟି ଆତ୍ମସମର୍ପଣ କରିଥିବା ଜଣାପଡିଛି ।

Hardcore maoist Kamlu Beti surrendered
ମାଲକାନଗିରିରେ ମାଓବାଦୀର ଆତ୍ମସମର୍ପଣ
author img

By

Published : Feb 26, 2020, 3:15 PM IST

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ । ସରକାରଙ୍କ ଉନ୍ନୟନ କାର୍ଯ୍ୟରେ ପ୍ରଭାବିତ ହୋଇ ମାଓବାଦୀ କମୁଲୁ ବେଟି ଆତ୍ମସମର୍ପଣ କରିଥିବା ଜଣାପଡିଛି । ତେବେ କୁମୁଲକୁ ଧରିବା ଲାଗି 5 ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା ।

ମାଲକାନଗିରିରେ ମାଓବାଦୀର ଆତ୍ମସମର୍ପଣ

କମୁଲୁ ବେଟି ଛତିଶଗଡର ଦରଭା ମାଓ ସଙ୍ଗଠନର ଜଣେ ସକ୍ରିୟ ସଦସ୍ୟ ରହିଥିଲା । ସେ କାଙ୍ଗିରିଘାଟି ଏରିଆ କମିଟି ମାଓ ସଙ୍ଗଠନର ଏସିଏମ ଭାବେ କାମ କରୁଥିଲା ।

କମୁଲୁ ଉଭୟ ଓଡିଶା ଓ ଛତିଶଗଡରେ ଶତାଧିକ ମାଓ ହିଂସାକାଣ୍ଡରେ ସାମିଲ ଥିଲା । ଏପରିକି ମାଲକାନଗିରିରେ 8ରୁ ଅଧିକ ମାଓ ହିଂସାକାଣ୍ଡରେ ସେ ମାଷ୍ଟରମାଇଣ୍ଡ ଥିଲା ।

ଏହାସହ ଅନେକ ଲୋକଙ୍କୁ ପୋଲିସ ଇନଫର୍ମର ନାଁରେ ହତ୍ୟା, ପୋଲିସ ସହ ଗୁଳିବିନିମୟରେ ମଧ୍ୟ ସେ ସାମିଲ ଥିଲା । କମୁଲୁ ବେଟି 2007 ମସିହାରେ ଛତିଶଗଡର କଟେକଲ୍ୟାଣ ମାଓ ସଙ୍ଗଠନରେ ସାମିଲ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.