ETV Bharat / state

ଗୋଷ୍ଠୀ ସଂଘର୍ଷ ରୋକିବା ଉଦ୍ଦେଶ୍ୟ, ଚଢେଇଭୋଳ ଗାଁରେ ୧୪୪ ଧାରା ଲାଗୁ

author img

By

Published : Apr 6, 2023, 10:07 PM IST

ଚଢେଇଭୋଳ ଗାଁରେ ଲାଗୁ ହେଲା ୧୪୪ ଧାରା । ଗୋଷ୍ଠୀ ସଂଘର୍ଷକୁ ରୋକିବା ପାଇଁ ଦୁଇ ମାସ ପାଇଁ ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ । ଗୋଷ୍ଠୀ ସଂଘର୍ଷକୁ ରୋକିବା ପାଇଁ ଗାଁ ଲୋକଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି ପୋଲିସ । ଅଧିକ ପଢ଼ନ୍ତୁ

ଚଢେଇଭୋଳ ଗାଁରେ ଲାଗୁ ହେଲା ୧୪୪ ଧାରା
ଚଢେଇଭୋଳ ଗାଁରେ ଲାଗୁ ହେଲା ୧୪୪ ଧାରା

ଚଢେଇଭୋଳ ଗାଁରେ ଲାଗୁ ହେଲା ୧୪୪ ଧାରା

ରାଇରଙ୍ଗପୁର: କରଞ୍ଜିଆରେ ଲାଗୁ ହେଲା ୧୪୪ ଧାରା । ଗୋଷ୍ଠୀ ସଂଘର୍ଷକୁ ଦୃଷ୍ଟିରେ ରଖି ଚଢେଇଭୋଳ ଗ୍ରାମରେ ୧୪୪ ଧାରା ଲାଗାଇଲେ କରଞ୍ଜିଆ ଉପଜିଲ୍ଲାପାଳ । ବାରମ୍ବାର ହେଉଥିବା ଗୋଷ୍ଠୀ ସଂଘର୍ଷକୁ ଦୃଷ୍ଟିରେ ରଖି ଉକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ଉପଜିଲ୍ଲାପାଳ। ଚଢେଇଭୋଳ ଗ୍ରାମର କୁମ୍ଭାର ସାହିରେ ଦୁଇ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ଗ୍ରାମରେ କିଛି ଦିନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମନବମୀ ବେଶ ଧୁମଧାମରେ ପାଳନକୁ ନେଇ ଚଢେଇଭୋଳ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଧନ ଜୀବନ ହାନି ନହୁଏ ସେ ନେଇ ପୋଲିସ ପ୍ରଶାସନ ସମସ୍ୟାର ସମାଧାନ ପାଇଁ ସବୁ ଦିଗରୁ ଚେଷ୍ଟା ଜାରି ରଖିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାରମ୍ବାର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବୈଠକରେ କରଞ୍ଜିଆ ଏସଡିପିଓ ସୁଦର୍ଶନ ଗଙ୍ଗୋଇ, କରଞ୍ଜିଆ ଥାନା ଅଧିକାରୀ ଓ କରଞ୍ଜିଆ ଅତିରିକ୍ତ ତହସିଲଦାରଙ୍କ ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ବୁଝାମଣା କରା ଯାଇଥିଲା ।

ହେଲେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଛନ୍ତି ଉପଜିଲ୍ଲାପାଳ । ଗୋଷ୍ଠୀ ସଂଘର୍ଷକୁ ରୋକିବା ପାଇଁ ପୋଲିସ ପ୍ରଶାସନ ବାରମ୍ବାର ବୈଠକ କରି ବୁଝାମଣା କରିଥିଲେ ବି ସମାଧାନର ବାଟ ବାହାରି ପାରି ନ ଥିଲା । ଯାହା ଫଳରେ ବିଭିନ୍ନ ସମୟରେ ଚାପା ଉତ୍ତେଜନା ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଦୁଇ ମାସ ପର୍ଯ୍ୟନ୍ତ ଚଢେଇଭୋଳର କୁମ୍ଭାରସାହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ବର୍ତ୍ତମାନ ଚଢେଇଭୋଳ ଅଞ୍ଚଳରେ ପରିସ୍ଥିତି ଶାନ୍ତ ଥିଲେ ମଧ୍ୟ କିଛି କିଛି ସାହିରେ ଉତ୍ତେଜନା ଲାଗି ରହିଛି । ଏସବୁକୁ ଦୃଷ୍ଟିରେ ରଖି ଯେପରି କୌଣସି ପ୍ରକାର ଅଘଟଣ ନଘଟିବ ସେନେଇ କରଞ୍ଜିଆ ଥାନା ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଚେଷ୍ଟା କରାଯାଉଥିବା ସୂଚନା ରହିଛି । ସେପଟେ ଆଗକୁ ଯେପରି ଚଢେଇଭୋଳ ଗାଁରେ ଗୋଷ୍ଠୀ ସଂଘର୍ଷ ନହେବ ସେଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗାଁ ଲୋକଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି ପୋଲିସ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.