ETV Bharat / state

ସ୍ବାଭିମାନ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ଜିଲ୍ଲାପାଳଙ୍କୁ ଭେଟି ଜଣାଇଲେ ଦାବି

author img

By

Published : Jan 7, 2021, 2:07 PM IST

ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଥିବା ପଣସପୁଟ ପଞ୍ଚାୟତରେ ପ୍ରାୟ ୨୨ଟି ଗ୍ରାମ ରହିଥିଲେ ବି ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନା ଠିକ ରୂପେ ପହଞ୍ଚିପାରିନି । ଯାହାକୁ ନେଇ ପଣସପୁଟ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ସ୍ବାଭିମାନ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା
ସ୍ବାଭିମାନ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା

ମାଲକାନଗିରି: ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ବାଭିମାନ ଅଞ୍ଚଳବାସୀ । ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଥିବା ୯ଟି ପଞ୍ଚାୟତ ମଧ୍ୟରୁ ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ପଞ୍ଚାୟତ ହେଉଛି ପଣସପୁଟ। ଏହି ପଞ୍ଚାୟତରେ ପ୍ରାୟ ୨୨ଟି ଗ୍ରାମ ରହିଥିଲେ ବି ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନା ଠିକ ରୂପେ ପହଞ୍ଚିପାରିନି । ଯାହାକୁ ନେଇ ପଣସପୁଟ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ସ୍ବାଭିମାନ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା

ପଣସପୁଟ ପଞ୍ଚାୟତରର ଜାମଗୁଡା ଠାରୁ ଆନ୍ଧ୍ର ବର୍ଡର ପର୍ଯ୍ୟନ୍ତ ହେଉଥିବା ରାସ୍ତାର କାମ ଅତି ନିମ୍ନମାନର। ସେହିପରି ଜାମଗୁଡା ଠାରୁ ଡବଲାଗୁଡା ରାସ୍ତା ମଧ୍ୟ ଅତି ନିମ୍ନମାନର ତିଆରି ହେଉଛି। ଏନେଇ ଠିକାଦାରଙ୍କୁ ଅଭିଯୋଗ କଲେ ସେ ଆମକୁ ଧମକଚମକ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପଣସପୁଟ ପଞ୍ଚାୟତବାସୀ।

ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏହି ପଞ୍ଚାୟତବାସୀ ବହୁ ହଇରାଣ ହେଉଥିବା କହିଛନ୍ତି। ଚିକିତ୍ସା ପାଇଁ ରୋଗୀକୁ ପଡୋଶୀ ଆନ୍ଧ୍ର ଉପରେ ହିଁ ନିର୍ଭର କରିବାକୁ ପଡୁଛି। ଏଥିପାଇଁ ଆମ ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ର ତିଆରି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଶିକ୍ଷାର ସମସ୍ୟା ନକହିବା ଭଲ। ଏଠାରେ ଶିକ୍ଷାର ଅବସ୍ଥା ଏକ ପ୍ରକାର ଦୟନୀୟ ହୋଇପଡିଛି। ଶିକ୍ଷା ବ୍ୟବସ୍ଥାକୁ ଠିକ କରିବା ପାଇଁ ଅନୁରୋଧ କରିଛନ୍ତି। ପଞ୍ଚାୟତରେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗୋଟିଏ ନଳକୂପ ରହିଛି,କିନ୍ତୁ ସେହି ପାଣି ପିଇବା ଯୋଗ୍ୟ ନୁହେଁ।

କେଉଁ ଗାଁରେ ନଳକୂପ ଖରାପ ହୋଇ ପଡିଛି ତ ଆଉ କେଉଁ ଗାଁରେ ଲୌହ ମିଶ୍ରିତ ପାଣି ବାହାରୁଛି। ଯାହାକି ପିଇବା ଯୋଗ୍ୟ ନୁହେଁ। ତେଣୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ସ୍ବାଭିମାନ ଅଞ୍ଚଳବାସୀ ।

ମାଲକାନଗିରିରୁ ଦେବିଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.