ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ କର୍ମଚାରୀ - seized

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରିର ଅତିରିକ୍ତ ବାଣିଜ୍ୟ କମିଶନର ଅଜୟ କୁମାର ମଲ୍ଲିକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର
author img

By

Published : Aug 30, 2019, 8:45 PM IST

ମାଲକାନଗିରି: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରିର ସରକାରୀ କର୍ମଚାରୀ । ମନୋଜ ଦେବନାଥ ନାମକ ଜଣେ କପଡା ବ୍ୟବସାୟୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଅତିରିକ୍ତ ବାଣିଜ୍ୟ କମିଶନରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର

ସୂଚନା ଅନୁଯାୟୀ, ଜିଏସଟି ଟିକସର ଏକ ଫାଇଲକୁ ପାସ କରିବା ପାଇଁ ଅତିରିକ୍ତ ବାଣିଜ୍ୟ କମିଶନର ଅଜୟ କୁମାର ମଲ୍ଲିକ ସଂପୃକ୍ତ ବ୍ୟବସାୟଙ୍କ ଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ । କେବଳ ଏତିକି ନୁହେଁ ଟଙ୍କା ନଦେଲେ ତାଙ୍କୁ ଜେଲ ପଠାଇବେ ବୋଲି ଧମକ ମଧ୍ୟ ଦେଇଥିଲେ ।

ହେଲେ ବ୍ୟବସାୟୀଙ୍କୁ ଜେଲ ପଠାଇବା ପରିବର୍ତ୍ତେ ନିଜେ ଜେଲ ଗଲେ ବାଣିଜ୍ୟ କମିଶନର । ମାଲକାନଗିରି ଓ ଜୟପୁର ଭିଜିଲାନ୍ସର ମିଳିତ ଉଦ୍ୟମରେ ବାଣିଜ୍ୟ କମିଶନରଙ୍କ କାର୍ଯ୍ୟାଳୟ, ବାସ ଭବନ ଓ ତାଙ୍କର ଏକ ଭଡା ଘରେ ଏକ ସମୟରେ ଚଢାଉ କରି ଅଜୟ କୁମାର ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଭିଜିଲାନସ୍ ଜାଲରେ ମାଲକାନଗିରି ଜିଲ୍ଲାର ଆଉ ଜଣେ ସରକାରି ଅଧିକାରି । Body:ମନୋଜ ଦେବନାଥ ନାମକ ଜଣେ କପଡା ବ୍ୟବସାୟୀ ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଅତିରିକ୍ତ ବାଣିଜ୍ୟ କମିଶନରଙ୍କୁ ଗିରଫ କରିଛି ଭିଜିଲାନସ୍ । ଜି.ଏସ.ଟି ଟିକସ୍ ର ଏକ ଫାଇଲକୁ ପାସ କରିବା ଲାଗି ଅତିରିକ୍ତ ବାଣିଜ୍ୟ କମିଶନର ଅଜୟ କୁମାର ମଲ୍ଲିକ ସଂପୃକ୍ତ ବ୍ୟବସାୟଙ୍କ ଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ଟଙ୍କା ନଦେଲେ ତାଙ୍କୁ ଜେଲ ପଠାଇବେ ବୋଲି ଧମକ ମଧ୍ୟ ଦେଇଥିଲେ । ହେଲେ ବ୍ୟବସାୟୀଙ୍କୁ ଜେଲ ପଠାଇବା ପରିବର୍ତ୍ତେ ନିଜେ ଜେଲ ଗଲେ ବାଣିଜ୍ୟ କମିଶନର । ମାଲକାନଗିରି ଓ ଜୟପୁର ଭିଜିଲାନସ୍ ମିଳିତ ଭାବେ ବାଣିଜ୍ୟ କମିଶନରଙ୍କ କାର୍ଯ୍ୟାଳୟ ଓ ବାସ ଭବନରେ ଏକ ସମୟରେ ଚଢାଉ କରି ଅଜୟ କୁମାର ମଲ୍ଲିକଙ୍କୁ ଗିରଫ କରିଛି ।Conclusion:ବାଇଟ-୧ ମନୋଜ ଦେବନାଥ, ଲୁଗା ବ୍ୟବସାୟୀ

ବାଇଟ ୨–ସୁଶାନ୍ତ ବିଶ୍ବାଳ, ଡି.ଏସ.ପି ଭିଜିଲାନସ୍
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.