ETV Bharat / state

ଶଗଡରେ ଆସିବେ ବିଘ୍ନ ବିନାଶକ - ବିଘ୍ନ ବିନାଶନ ଗଣେଶ

ଧରାପୃଷ୍ଠରେ ଅବତରଣ କରିବେ ବିଘ୍ନ ବିନାଶନ ଗଣେଶ । ଏନେଇ ମାଲକାନଗିରିରେ ଚାଲିଛି ପ୍ରସ୍ତୁତି । ବିଭିନ୍ନ ଶୈଳୀରେ ଗଣେଶ ମୂର୍ତ୍ତି ନିର୍ମାଣ ହୋଇଥିବା ବେଳେ ଲାଇଟ ସାଉଣ୍ଡ ଶୋ'ର ମଧ୍ୟ ଆୟୋଜନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ମାଲକାନଗିରି
author img

By

Published : Aug 31, 2019, 10:06 PM IST

ମାଲକାନଗିରି: ଆଉ ମାତ୍ର ଗୋଟିଏ ଦିନ ବାକି । ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନ ବିନାଶନ ଗଣେଶ । ଏଥିପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଗାଁ ଠାରୁ ସହର ଚଳଚଞ୍ଚଳ । ଏନେଇ ସବୁଠି ଚାଲିଛି ମୂର୍ତ୍ତି ନିର୍ମାଣ କାମ । ବଣ୍ଡା ଜନଜାତି ଠାରୁ ଆରମ୍ଭ କରି କୟା ଆଦିବାସୀ ପାଳନ କରିବେ ଗଣେଶ ପୂଜା । ଯେଉଁଥି ପାଇଁ ସେମାନଙ୍କ ଭିତରେ ଦେଖାଦେଇଛି ଉତ୍ସାହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମାଲକାନଗିରି

ହାତରେ ତୂଳି ଧରି କିଏ ମୂର୍ତ୍ତିରେ ରଙ୍ଗ ଭରୁଛି ତ ଆଉ କିଏ ମୂର୍ତ୍ତି ଶୁଖେଇବାରେ ବ୍ୟସ୍ତ । ଚଳିତ ବର୍ଷ ଜିଲ୍ଲାର ପ୍ରାୟ ସବୁଠି ପୂଜା ପାଇବେ ପ୍ରଭୁ ଗଜାନନ । କାରଣ ବନ୍ୟା, ବାତ୍ୟାରୁ ତ୍ରାହି ପାଇଥିବା ଆଦିବାସୀମାନେ ଗଜାନନଙ୍କ ଆରାଧନା କରିବା ଲାଗି ଖୁବ ଉତ୍ସାହିତ ଅଛନ୍ତି । ସେଥିପାଇଁ ସବୁଠି ବିଭିନ୍ନ ଢଙ୍ଗରେ ତିଆରି ହୋଇଛି ମେଢ । ଦିନରାତି ଏକ୍ କରି କାମରେ ଲାଗିଛନ୍ତି ପଶ୍ଚିମବଙ୍ଗରୁ ଆସିଥିବା କାରିଗର ।

ଅର୍ଡରକୁ ଆଖିରେ ରଖି ବର୍ଷାକୁ ଖାତିର ନକରି ନିଜ କାମ ଯଥାଶୀଘ୍ର ଶେଷ କରିବାରେ ଲାଗିଛନ୍ତି ସବୁ କାରିଗର । ଆଉ ମୂର୍ତ୍ତିର ଦାମ ୬୦ଟଙ୍କାରୁ ଆରମ୍ଭ କରି ୨୫୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ମୂର୍ତ୍ତି କିଣିବା ପାଇଁ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ । ଏପଟେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଭୁ ଗଣପତିଙ୍କ ନିଆରା ମୂର୍ତ୍ତି, ଭଳିକି ଭଳି ଆଲୋକ ସହ ରକ୍ତଦାନ ଶିବିର ଆଦି ସମାଜ ସେବାର ବ୍ୟବସ୍ଥା କରାଯାଉଛି ।

ବ୍ଲକ କଲୋନୀ ପୂଜା ପେଣ୍ଡାଲରେ ଆକର୍ଷଣ ସାଜିଛନ୍ତି ଶଗଡରେ ୧୦ଫୁଟର ଗଣେଶ ମୂର୍ତ୍ତି ।
ମାଲକାନଗିରି ବସଷ୍ଟାଣ୍ଡ ସାହି କମିଟି ମଧ୍ୟ ୧୫ ଫୁଟର ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଡି.ଏନ.କେ ମେଡିକାଲ ଛକ ପୂଜା କମିଟି ମଧ୍ୟ ବିଜ୍ଞାନ ଯୁଗକୁ ଗୁରତ୍ଵ ଦେଇ ନୂତନ ଶୈଳୀର ଗଣେଶ ମୂର୍ତ୍ତି ନିର୍ମାଣ କରିଛି ।

ଭଗବାନଙ୍କ ପୂଜା ସାଙ୍ଗକୁ ସମାଜ ସେବା ଉପରେ ଗୁରୁତ୍ଵ ଦେଇ ସହରକୁ ସଫା କରିବା ସହ ସ୍ବଚ୍ଛ ଭାରତର ସ୍ଲୋଗାନକୁ ପ୍ରତି ଘରେ ପହଞ୍ଚାଇବାର ଯୋଜନା ରଖିଛି । ଏହାସହ ବସଷ୍ଟାଣ୍ଡ ପୂଜା ମଣ୍ଡପରେ ୨୧ଦିନ ଧରି ପୂଜା ପାଇବେ ବିଘ୍ନନାଶକ । ପ୍ରତିଦିନ ଅନ୍ନ ପ୍ରସାଦ ସହ ଦର୍ଶନର ବ୍ୟବସ୍ଥା କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଆସନ୍ତା ୨ତାରିଖରେ ଧରାପୃଷ୍ଟକୁ ଅବତରଣ କରିବେ ବିଘ୍ନ ବିନାଶନ ଗଣେଶ । ଏଥିପାଇଁ ଆଦିବାସୀ ଅଧ୍ୟସିତ ମାଲକାନଗିରି ଜିଲ୍ଲାର ଗାଁ ଠାରୁ ସହର ଚଳ ଚଞ୍ଚଳ ହେବା ସହ ସବୁଠି ଚାଲିଛି ମୃତ୍ତି ନିର୍ମାଣର କାମ । ବଣ୍ଡା ଜନଜାତି ଠାରୁ ଆରମ୍ଭ କରି କୟା ଆଦିବାସୀର ଲୋକେ ପାଳନ କରିବେ ଗଣେଶ ପୂଜା । ଯେଉଁଥି ଲାଗି ଆଦିବାସୀଙ୍କ ମଧ୍ୟରେ ଏବେ ଠାରୁ ଅନେକ ଆଗ୍ରହ ଦେଖିବାକୁ ମିଳିଛି ।Body:ଭି.ଓ-୧- ଅର୍ଘ୍ୟ ଦେବତା ବିଘ୍ନ ବିନାଶନ ଗଜାନନଙ୍କ ଆଗମନ ପାଇଁ ଚାଲିଛି ସବୁଠି ପ୍ରସ୍ତୁତି । ଗାଁଠୁ ସହର ସବୁଠି ଜୋରସରରେ ଚାଲିଛି ମୂର୍ତ୍ତି ତିଆରି କାମ । କିଏ ତୁଳି ଧରି ରଙ୍ଗ କାମ କରୁଛି ତ କିଏ ମୃତ୍ତିକୁ ସୁଖେଇବାରେ ବ୍ୟସ୍ତ ଅଛି । ଏଦୃଶ୍ୟ ହେଉଛି ଆଦିବାସୀ ଅଧ୍ୟସିତ ମାଲକାନଗିରି ଜିଲ୍ଲାର । ଚଳିତ ବର୍ଷ ଜିଲ୍ଲାର ପ୍ରାୟ ସବୁଠି ପୂଜା ପାଇବେ ପ୍ରଭୁ ଗଜାନନ କାରଣ ବନ୍ୟା ବାତ୍ୟାରୁ ତ୍ରାହି ପାଇଥିବା ଆଦିବାସୀ ଲୋକେ ଗଜାନନଙ୍କ ଆରାଧନା କରିବା ଲାଗି ଉଶ୍ଚାହିତ ଅଛନ୍ତି । ସେଥିପାଇଁ ସବୁଠି ବିଭିନ୍ନ ଡିଜାଇନର ପୂଜା ମେଢ ତିଆରି ସାଙ୍ଗକୁ ମୃତ୍ତି କାମ ସାରିବା ପାଇଁ ଦିନ ରାତି ଏକ କରି ଲାଗି ପଡିଛନ୍ତି ସୁଦୂର ପଶ୍ଚିମବଙ୍ଗରୁ ଆସିଥିବା କାରିଗର । ଲଘୁଚାପ ବର୍ଷାକୁ ଖାତିର ନକରି ପୂଜା ପୂର୍ବରୁ ଅର୍ଡର ହୋଇଥିବା ମୂର୍ତ୍ତିକୁ ଗ୍ରାହକଙ୍କୁ ଦେବା ଲାଗି ଦିନରାତି ଏକ କରି କାମରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର । ସେଭଳି ପୂଜା ଦିନ ପାଖକୁ ଆସୁଥିବା ବେଳେ ନିଜ ପସନ୍ଦର ମୂର୍ତ୍ତିକୁ ଦର ୬୦ଟଙ୍କାରୁ ଆରମ୍ଭ କରି ୨୫୦୦୦ଟଙ୍କା ପର୍ଯ୍ୟନ୍ତର ମୂର୍ତ୍ତି କିଣିବା ପାଇଁ ଭକ୍ତଙ୍କ ଭିଡ ମଧ୍ୟ ମୂର୍ତ୍ତି ଦୋକାନରେ ଦେଖିବାକୁ ମିଳୁଛି ।

ବାଇଟ- କଲିକତା, ମୂର୍ତ୍ତି କାରିଗର

ବାଇଟ- ଭକ୍ତ

ଭି.ଓ-୨- ବିଶେଷ କରି ମାଲକାନଗିରି ସହରରେ ଗଣେଶ ଭଗବାନଙ୍କ ନିଆରା ମୂର୍ତ୍ତି ସାଙ୍ଗକୁ ଆଖି ଝଲସି ଯିବା ଭଳି ଉଜ୍ଜଳ ଆଲକ ବ୍ୟବସ୍ତା କରିବା ସହ ସମାଜ ସେବା ଉପରେ ମଧ୍ୟ ଗୁରୁତ୍ଵ ଦେଇଛନ୍ତି ସହରର ବିଭିନ୍ନ ଅନୁଷ୍ଟାନ । ବ୍ଲୋକ କୋଲନି ଚଳିତ ବର୍ଷ ଗଣେଶ ପୂଜାରେ ସ୍ଵତନ୍ତ୍ର ଭାବେ ଶଗଡରେ ୧୦ଫୁଟର ଗଣେଶ ମୂର୍ତ୍ତି ନିର୍ମା କରିବା ସାଙ୍ଗକୁ ଗାଁ ପରିବେଶ ସଜାଇ ରକ୍ତ ଦାନ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କରି ରକ୍ତଭଣ୍ଡାରକୁ ରକ୍ତ ଯୋଗାଇ ଦେବାର ଯୋଜନା ରଖିଛି । ସେଇ ଭଳି ମାଲକାନଗିରି ବସଷ୍ଟାଣ୍ଡ ସାହି କମିଟି ମଧ୍ୟ ୧୫ଫୁଟର ମୂର୍ତ୍ତୀ ନିର୍ମାଣ କରିଥିବା ବେଳେ ଡି.ଏନ.କେ ମେଡିକାଲ ଛକ ପୂଜା କମିଟି ମଧ୍ୟ ବିଜ୍ଞାନ ଯୁଗକୁ ଗୁରତ୍ଵ ଦେଇ ନୂତନ ଶୟଳିର ଗଣେଶ ମୂର୍ତ୍ତି ନିର୍ମାଣ କରି ବିଦ୍ୟାଦାତା ଗଣେଶ ଭଗବାନଙ୍କ ପୂଜା ସାଙ୍ଗକୁ ସମାଜ ସେବା ଉପରେ ଗୁରୁତ୍ଵ ଦେଇ ସହରକୁ ସଫା କରିବା ସହ ସ୍ବଚ୍ଛ ଭାରତର ସ୍ଲୋଗାନକୁ ପ୍ରତି ଘରେ ପହଞ୍ଚାଇବାର ଯୋଜନା ରଖିଛି । ଏହା ସହ ୨୧ଦିନ ଠାକୁର ବସଷ୍ଟାଣ୍ଡ ପୂଜା ମଣ୍ଡପରେ ପୂଜା ପାଇଲା ପର୍ଜ୍ୟନ୍ତ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ତା କରିଥିବା କମିଟି ଅଦ୍ଧକ୍ଷ କହିଛନ୍ତି ।

ବାଇଟ ୩- ପୂର୍ଣ ଚନ୍ଦ୍ର ପଣ୍ଡା, ବ୍ଲୋକ ପୂଜା କୋମିଟି ଅଦ୍ଧକ୍ଷ

ବାଇଟ- ୪- ପ୍ରଫୁଲ୍ଲ ନାୟକ, ମେଡିକାଲ ଛୋକ ପୂଜା କମିଟି ଅଦ୍ଧକ୍ଷ
Conclusion:ଫା.ଭି.ଓ- ପୂଜାକୁ ଆଉ ଆଉ ହାତ ଗଣତି କିଛି ଦିନ ବାକି ରହିଥିବା ବେଳେ ସବୁଠି ଲୋକଙ୍କ ମଧ୍ୟରେ ରହିଛି ଅନେକ ଉଶ୍ଚାହ ଓ ଉଦ୍ଦୀପନା । ଏବେ କେବଳ ଲୋକଙ୍କ ଅପେକ୍ଷା ପ୍ରଭୁ ଗଜାନନଙ୍କ ଧରାପୃଷ୍ଟକୁ ଅବତରଣ କରିବାର ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ.......................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.