ମାଲକାନଗିରି: ସମାଜର ତୃତୀୟ ଲିଙ୍ଗ ବୋଲି କୁହା ଯାଉଥିବା କିନ୍ନର ଏବେ ହେବେ ସୁରକ୍ଷାକର୍ମୀ । 15 ଜଣ କିନ୍ନରଙ୍କୁ ସେନାରେ ସାମିଲ କରିବା ପାଇଁ ଅଭିନବ ପଦକ୍ଷେପ ଆପଣେଇଛି ମାଲକାନଗିରି ପୋଲିସ ।
ଏଥି ସହିତ ଆତ୍ମ ସମର୍ପଣ କରିଥିବା 10 ଜଣ ନକ୍ସଲଙ୍କୁ ମଧ୍ୟ ସୁରକ୍ଷା ବାହିନୀରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ନେଇଛି ଏପରି ନିଷ୍ପତ୍ତି । ଯେଉଁମାନେ ଦିନେ ଲାଲ୍ ବାହିନୀର ବନ୍ଧୁକ ଧରି ବର୍ବରକାଣ୍ଡ ଘଟାଉଥିଲେ ସେମାନଙ୍କ ହାତରେ ପୁନର୍ବାର ବନ୍ଧୁକ ଧରାଇବ ମାଲାକାନାଗିରି ପ୍ରଶାସନ । କିନ୍ତୁ ନକ୍ସଲ ରୂପେ ନୁହେଁ ବଂର ଦେଶର ସୁରକ୍ଷାରେ ସାମିଲ ହେବା ପାଇଁ ।
୧୫ଦିନ ତାଲିମ ପାଇବା ପରେ ମାଲକାନଗିରି ଜିଲ୍ଲାପାଳ ଉଭୟ ନକ୍ସଲ ଓ କିନ୍ନର ମାନଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି । ଏହା ସହ ସେମାନଙ୍କୁ ବ୍ୟାଙ୍କ ଓ ମେଡିକାଲ ସହିତ ବିଭିନ୍ନ ଅନୁଷ୍ଠାନରେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ମଧ୍ୟ ପ୍ରଦାନ କରିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ